ମେଡିକାଲ ଛାତ୍ରଛାତ୍ରୀଙ୍କ ହାତ ସ୍ପର୍ଶରେ ଝଟକୁଛି କାନ୍ଥ

କଟକ (ଓଡ଼ିଶା ରିପୋର୍ଟର): ହାତରେ ଷ୍ଟେଥୋସ୍କୋପ୍‌ ବଦଳରେ ଧରିଛନ୍ତି ତୂଳୀ। ମେଡିସିନ୍‌ ବଦଳରେ ମାନସିକ ଅବସାଦ ଦୂର କରାଉଛନ୍ତି। ଆଉ ନିର୍ଜୀବକୁ କରୁଛନ୍ତି ଜୀବନ୍ତ! ଝଟକାଉଛନ୍ତି ମେଡିକାଲ୍‌ କଲେଜ କ୍ୟାଣ୍ଟିନ୍‌ କାନ୍ଥ। ଏପରି କାରନାମା କରି ଦେଖାଇଛନ୍ତି ଏସ୍‌ସିବି ମେଡିକାଲ୍‌ କଲେଜର ଛାତ୍ରଛାତ୍ରୀ। ଏସ୍‌ସିବି ମେଡିକାଲ୍‌ କଲେଜର ଛାତ୍ରଛତ୍ରୀମାନେ ‘ଫାଇନ୍‌ ଆର୍ଟ ସୋଶାଇଟି’ ଗଠନ କରିଛନ୍ତି। ଚିତ୍ରାଙ୍କନ ପ୍ରତି ଯେଉଁମାନଙ୍କର ଦୁର୍ବଳତା ରହିଛି, ସେମାନେ ସେହି ସୋଶାଇଟି ସହିତ ଯୋଡ଼ି ହୋଇଛନ୍ତି। କ୍ଲାସ୍‌ ଓ ପ୍ରାକ୍ଟିକାଲ୍‌ ସରିବା […]

medical1

medical1

Manoranjan Sial
  • Published: Friday, 22 January 2021
  • Updated: 22 January 2021, 05:12 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ହାତରେ ଷ୍ଟେଥୋସ୍କୋପ୍‌ ବଦଳରେ ଧରିଛନ୍ତି ତୂଳୀ। ମେଡିସିନ୍‌ ବଦଳରେ ମାନସିକ ଅବସାଦ ଦୂର କରାଉଛନ୍ତି। ଆଉ ନିର୍ଜୀବକୁ କରୁଛନ୍ତି ଜୀବନ୍ତ! ଝଟକାଉଛନ୍ତି ମେଡିକାଲ୍‌ କଲେଜ କ୍ୟାଣ୍ଟିନ୍‌ କାନ୍ଥ। ଏପରି କାରନାମା କରି ଦେଖାଇଛନ୍ତି ଏସ୍‌ସିବି ମେଡିକାଲ୍‌ କଲେଜର ଛାତ୍ରଛାତ୍ରୀ।

ଏସ୍‌ସିବି ମେଡିକାଲ୍‌ କଲେଜର ଛାତ୍ରଛତ୍ରୀମାନେ ‘ଫାଇନ୍‌ ଆର୍ଟ ସୋଶାଇଟି’ ଗଠନ କରିଛନ୍ତି। ଚିତ୍ରାଙ୍କନ ପ୍ରତି ଯେଉଁମାନଙ୍କର ଦୁର୍ବଳତା ରହିଛି, ସେମାନେ ସେହି ସୋଶାଇଟି ସହିତ ଯୋଡ଼ି ହୋଇଛନ୍ତି। କ୍ଲାସ୍‌ ଓ ପ୍ରାକ୍ଟିକାଲ୍‌ ସରିବା ପରେ ଅବସାଦ ଦୂର କରିବା ପାଇଁ ପିଲାମେନ ହାତରେ ରଙ୍ଗ ଓ ତୂଳୀ ଧରି ପଳାଇ ଆସନ୍ତି କ୍ୟାଣ୍ଟିନ୍‌କୁ। ସମସ୍ତେ ଲାଗି ପଡ଼ନ୍ତି ପକ୍କା କାନ୍ଥକୁ ଜୀବନ୍ତ କରିବା ପାଇଁ। ମେଡିକାଲ୍‌ କଲେଜର ଡିନ୍‌ଙ୍କ ଅଧୀନରେ ଡାକ୍ତରୀ ଛାତ୍ରଛାତ୍ରୀମାନେ ଟିଚର୍ସ ଓ ଛାତ୍ରଛାତ୍ରୀଙ୍କ କ୍ୟାଣ୍ଟିନ୍‌ କାନ୍ଥରେ ପ୍ରତିଫଳନ କରୁଛନ୍ତି ମନ ଚିତ୍ରକୁ।

ଚିତ୍ରାଙ୍କନ ନେଇ ଚତୁର୍ଥ ବର୍ଷର ମେଡିକାଲ୍‌ ଛାତ୍ରୀ ସମାଥୀ ତ୍ରିପାଠୀ କହିଛନ୍ତି-“ପିଲା ଦିନରୁ ଆର୍ଟ ପ୍ରତି ମୋର ଦୁର୍ବଳତା ଥିଲା। ମେଡିକାଲ୍‌ କଲେଜରେ ଆଡମିଶନ୍‌ ହେବା ପରେ ସାମୟିକ ଭାବେ ଚିତ୍ରାଙ୍କନଠାରୁ ଦୂରେଇ ଯାଇଥିଲି। ଫାଇନ୍‌ ଆର୍ଟ ସୋଶାଇଟି ଆମକୁ ପୁରୁଣା ଦିନ ଫେରାଇ ଦେଇଛି। କ୍ଲାସ ସରିବା ପରେ କ୍ୟାଣ୍ଟିନ୍‌କୁ ସୌନ୍ଦର୍ଯ୍ୟକରଣ କରିବାରେ ଲାଗି ପଡ଼ିଛୁ। ଦେଖିବାକୁ ଗଲେ ଡାକ୍ତରମାନଙ୍କ ଜୀବନରେ ଅନେକ ସମୟରେ ଅବସାଦରେ ରହିଥାଆନ୍ତି। ସେମାନଙ୍କୁ ସେଥିରୁ ଆଶ୍ୱସ୍ତି ଦେବା ପାଇଁ କ୍ୟାଣ୍ଟିନ୍‌କୁ ସୌନ୍ଦର୍ଯ୍ୟକରଣ କରାଯାଉଛି।”

ମେଡିକାଲ୍‌ ଛାତ୍ରୀ ପ୍ରଜ୍ଞା ରଥ କହିଛନ୍ତି-“ଦିନରେ କ୍ଲାସ କରୁଛୁ। ୱାର୍ଡ଼ରେ ରହୁଛୁ। ସନ୍ଧ୍ୟାରେ ଅବସାଦ ଦୂର କରିବା ପାଇଁ ଚିତ୍ରାଙ୍କନ କରୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos