ସ୍ୱାମୀକୁ ପଠାଇଲା ସ୍ତ୍ରୀର ଲାଇଭ୍ ମର୍ଡ଼ର ଦୃଶ୍ୟ ! ଜଗନ୍ନାଥର ଜଘନ୍ୟକାଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଚାଞ୍ଚଲ୍ୟ। ଘର ଭିତରୁ ମିଳିଲା ମହିଳାଙ୍କ ରକ୍ତାକ୍ତ ମୃତଦେହ। ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ଆଜି ସକାଳେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ମହିଳାଙ୍କ ସହ ସେହି ଘର ଭିତରୁ ଜଣେ ଯୁବକଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ହାତ କାଟି, ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ପୁଲିସ କହିଛି । ଗୁରୁତର ଅବସ୍ଥାରେ ଯୁବକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କେଉଁ କାରଣକୁ ନେଇ ଏଭଳି ଜଘନ୍ୟ କାଣ୍ଡ […]

7gh

Tapas Behera
  • Published: Monday, 05 July 2021
  • , Updated: 07 July 2021, 01:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଚାଞ୍ଚଲ୍ୟ। ଘର ଭିତରୁ ମିଳିଲା ମହିଳାଙ୍କ ରକ୍ତାକ୍ତ ମୃତଦେହ। ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ଆଜି ସକାଳେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ମହିଳାଙ୍କ ସହ ସେହି ଘର ଭିତରୁ ଜଣେ ଯୁବକଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ହାତ କାଟି, ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ପୁଲିସ କହିଛି । ଗୁରୁତର ଅବସ୍ଥାରେ ଯୁବକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କେଉଁ କାରଣକୁ ନେଇ ଏଭଳି ଜଘନ୍ୟ କାଣ୍ଡ ଘଟାଇଛି, ସେ ନେଇ ଖୋଳତାଡ଼ କରୁଛି କମିଶନରେଟ୍ ପୁଲିସ। ସେପଟେ ଅଭିଯୁକ୍ତ ମହିଳାଙ୍କ ୩ ବର୍ଷର ଶିଶୁପୁତ୍ରକୁ ହତ୍ୟା କରିବା ଯୋଜନାରେ ଥିଲା, ମାତ୍ର ପଡ଼ୋଶୀଙ୍କ ଘରେ ଥିବାରୁ ସେ ଅଳ୍ପକେ ରକ୍ଷା ପାଇଯାଇଛି । ତେବେ ଏହି ଜଘନ୍ୟକାଣ୍ଡ ଘଟାଇବା ପୂର୍ବରୁ ଭିଡିଓ କଲ୍ ବି କରିଥିଲା ଅଭିଯୁକ୍ତ।

ଭୀମଟାଙ୍ଗି ଲେନ୍ ୱାନରେ ଏକ ଭଡା ଘର ଭିତରୁ ମହିଳାଙ୍କ ରକ୍ତ ଜ଼ୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି।  ମୃତ ମହିଳାଙ୍କ ନାଁ ପ୍ରିୟଦର୍ଶନୀ ସାହୁ । ମହିଳାଙ୍କ ମୃତଦେହ ଯେଉଁ ଘରୁ ଉଦ୍ଧାର କରାଯାଇଛି ସେହି ଘର ଭିତରୁ ବି ହାତରେ କଟା ଚିହ୍ନ ସହ ବିଷ ପାନ କରିଥିବା ଜଣେ ଯୁବକକୁ କରାଯାଇଛି । ଉଦ୍ଧାର ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।  ତେବେ ଗୁରୁତର ଯୁବକ ଜଣଙ୍କୁ ମହିଳାଙ୍କ ସ୍ୱାମୀ ଚିହ୍ନି ନଥିବା କହିବା ପରେ ସନ୍ଦେହ ସୃଷ୍ଟି ହୋଇଛି। ଘଟଣା ପଛରେ ପ୍ରେମ କିମ୍ବା ପରକ୍ରିୟା ପ୍ରୀତି ନା ଆଉ କଣ ଥିଓରି ରହିଛି, ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ ହତ୍ୟାକାଣ୍ଡ ଘଟିଥିବା ଘର ଭିତରୁ ମିଳିଛି ହାତଲେଖା ଚିଠି। ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ ଜଣକ ଚିଠି ଲେଖିଥିବା ସୂଚନା ମିଲିଛି। ଗୁରୁତର ଯୁବକ ଜଗନ୍ନାଥ ପ୍ରଧାନ ହିଁ ଉକ୍ତ ଚିଠି ଲେଖିଛନ୍ତି। ଘଟଣା ସଂପର୍କରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ସୂଚନା ଦେଛନ୍ତି। ସେ କହିଛନ୍ତି ଯେ, ଆଜି ସକାଳେ ପ୍ରିୟଦର୍ଶିନୀଙ୍କ ସ୍ୱାମୀ ରାକେଶ ଏକ କଲ୍ ପାଇଲେ। ବ୍ୟସ୍ତତାରୁ କଲ୍ ନଉଠାଇବାରୁ ତାଙ୍କ ପାଖକୁ ଏକ ଫଟୋ ଆସିଥିଲା। ଫଟୋରେ ତାଙ୍କ ସ୍ତ୍ରୀ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ ରାକେଶ। ଘଟଣା କଣ ବୁଝିବାକୁ ଘର ମାଲିକଙ୍କୁ ଫୋନ୍ କରିଥିଲେ ରାକେଶ। ଘର ମାଲିକ ଯାଇ ପ୍ରିୟଦର୍ଶିନୀ ଓ ଆଉ ଜଣେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଖବର ପାଇ ରାକେଶ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସଂପୃକ୍ତ ଯୁବକ ଜଗନ୍ନାଥ ପ୍ରଧାନର ପ୍ରାଥମିକ ବୟାନ ରେକର୍ଡ ହୋଇଛି। ଉଭୟ ପ୍ରିୟଦର୍ଶିନୀ ଓ ଜଗନ୍ନାଥ ଯାଜପୁରର, ପରସ୍ପରକୁ ଜାଣନ୍ତି ବୋଲି ଡିସିପି କହିଛନ୍ତି। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ହୋଇଥିଲା। ପ୍ରତିହିଂସା ପରାୟଣ ହୋଇ ଜଗନ୍ନାଥ ହତ୍ୟା କରିବାକୁ ମନସ୍ଥ କରିଥିଲା। ପ୍ରିୟଦର୍ଶିନୀ ଓ ତାଙ୍କ ପୁଅକୁ ମାରି ନିଜେ ଆତ୍ମହତ୍ୟା ଯୋଜନା କରିଥିଲା। ତେବେ ଘଟଣା ସମୟରେ କୁନି ପୁଅଟି ଘରେ ଉପସ୍ଥିତ ନଥିଲା ବୋଲି ଡିସିପି କହିଛନ୍ତି।

ସୂଚନା ଅନୁଯାୟୀ, ୭ ବର୍ଷ ତଳେ ଯାଜପୁର କୁଆଖିଆ ଅଞ୍ଚଳର ରାକେଶ ସାହୁଙ୍କୁ ବିବାହ କରିଥିଲେ ପ୍ରିୟଦର୍ଶନୀ। ପତିପତ୍ନୀଙ୍କର ଏକ ୩ ବର୍ଷର ପୁଅ ଅଛି।  ଭୀମଟାଙ୍ଗି ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ  ପରିବାର।  ସବୁ ଦିନ ଭଳି ଆଜି ସକାଳ ୯ଟାରେ ଅଫିସ ଚାଲିଯାଇଥିଲେ ମହିଳାଙ୍କ ସ୍ୱାମୀ ରାକେଶ  । ଘଟଣା ସମୟରେ ରାକେଶଙ୍କ ୩ ବର୍ଷର ପୁଅ ଘର ମାଲିକଙ୍କୁ ଘରକୁ ଯାଇଥିଲା।  ରାକେଶ ଅଫିସରେ ଥିବା ବେଳେ ତାଙ୍କୁ ଏକ୍ ଫୋନକଲ୍ ଆସିଥିଲା।  ହେଲେ ସେ ବ୍ୟସ୍ତ ଥିବାରୁ ଉଠାଇ ପାରିନଥିଲେ ।  ଏନେଇ ଘର ମାଲିକଙ୍କୁ କହିଥିଲେ ରାକେଶ । ମାଲିକ ରାକେଶଙ୍କ ଭଡା ଘରକୁ ଯାଇ ଦେଖିଲା ବେଳକୁ ବନ୍ଦ ଥିଲା ଘର । ଦୁଆରେ କେହି ନଶୁଣିବାରୁ ଘର କବାଟ ଭାଙ୍ଗି ଦେଖିବା ବେଳକୁ ଅଚିହ୍ନା ଯୁବକଙ୍କ ସହ ମହିଳା ଜଣଙ୍କ ରକ୍ତ ଜୁ଼ଡୁବୁଡୁ ଅବସ୍ଥାରେ ଚଟାଣରେ ପଡି ରହିଥିଲେ।   ଏନେଇ ଖବର ପାଇ ରାକେଶ ଘରେ ପହଞ୍ଚି ପୁଲିସକୁ ଜଣାଇଥିଲେ।  ସାଇଣ୍ଟିଫିକ୍ ଟିମ ସହାୟତାରେ ଘଟଣାର ତଦନ୍ତ ଚଳାଇଛି ପୁଲିସ। ବିଷପାନ କରିଥିବା ଯୁବକଙ୍କ ଘର ମଧ୍ୟ ଯାଜପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ତାଙ୍କ ନାଁ ଜଗନ୍ନାଥ ପ୍ରଧାନ।

Related story