ପିଲାଙ୍କ ବସ୍ତାନି ବୋଝ ଯାଞ୍ଚ କରୁଛି ଟିମ୍‌

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):  ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ସ୍କୁଲ ପିଲାଙ୍କର ବ୍ୟାଗ୍ ଓଜନର ଯାଞ୍ଚ ଆରମ୍ଭ ହୋଇଯାଇଛି । ଆଜି ସ୍ପେଶାଲ ସ୍କ୍ୱାର୍ଡ଼ ଟିମ୍ ଭୁବନେଶ୍ୱର ୮ ନମ୍ବର ଡିଏଭି ସ୍କୁଲ ଯାଇ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ ଯାଞ୍ଚ କରିଛନ୍ତି। ତାସହ ଅନ୍ୟ ଏକ ଘରୋଇ ସ୍କୁଲକୁ ଯାଇ ମଧ୍ୟ ଅନୁଧ୍ୟାନ କରିଥିବା ସୂଚନା ମିଳିଛି । ଗତକାଲି ସ୍କୁଲ ବ୍ୟାଗ ଓଜନ ପାଇଁ  ୩ଟି ଜିଲ୍ଲାସ୍ତରୀୟ ସ୍କ୍ୱାର୍ଡ଼ ଗଠନ କରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ। ଏହାପରେ […]

bag-2..1

Niharika Rout
  • Published: Wednesday, 11 September 2019
  • , Updated: 11 September 2019, 02:34 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):  ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ସ୍କୁଲ ପିଲାଙ୍କର ବ୍ୟାଗ୍ ଓଜନର ଯାଞ୍ଚ ଆରମ୍ଭ ହୋଇଯାଇଛି । ଆଜି ସ୍ପେଶାଲ ସ୍କ୍ୱାର୍ଡ଼ ଟିମ୍ ଭୁବନେଶ୍ୱର ୮ ନମ୍ବର ଡିଏଭି ସ୍କୁଲ ଯାଇ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ ଯାଞ୍ଚ କରିଛନ୍ତି। ତାସହ ଅନ୍ୟ ଏକ ଘରୋଇ ସ୍କୁଲକୁ ଯାଇ ମଧ୍ୟ ଅନୁଧ୍ୟାନ କରିଥିବା ସୂଚନା ମିଳିଛି ।

ଗତକାଲି ସ୍କୁଲ ବ୍ୟାଗ ଓଜନ ପାଇଁ  ୩ଟି ଜିଲ୍ଲାସ୍ତରୀୟ ସ୍କ୍ୱାର୍ଡ଼ ଗଠନ କରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ। ଏହାପରେ ଆଜିଠୁ ଏହି ସ୍କ୍ୱାର୍ଡ଼ ଅଚାନକ ବିଭିନ୍ନ ସ୍କୁଲ ଗସ୍ତ କରୁଛନ୍ତି । ସ୍କ୍ୱାର୍ଡ଼ର ସଦସ୍ୟମାନେ ବିଭିନ୍ନ ସ୍କୁଲକୁ ଅଚାନକ ପରିଦର୍ଶନରେ ଯାଇ ପିଲାଙ୍କ ବ୍ୟାଗ୍ ଓଜନ ପରଖୁଛନ୍ତି।

ଯାଞ୍ଚ ସମୟରେ ଯଦି ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଓଜନ ଥାଏ କିମ୍ବା ଆଇନ ଉଲ୍ଲଂଘନ ହୋଇଥାଏ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଦର୍ଶାଯାଇଥିଲା । ହେଲେ ଅଦ୍ୟାବଧୀ କେତେ ପିଲାଙ୍କ ବସ୍ତାନି ଓଜନ ଧାର୍ଯ୍ୟ ଓଜନଠାରୁ ଅଧିକ ବୋଲି ଜଣାପଡ଼ିଛି, ସେ ସମ୍ପର୍କରେ କିଛି ଜଣା ପଡ଼ି ନାହିଁ।

ନିୟମ ଅନୁସାରେ ପ୍ରଥମରୁ ଦ୍ୱିତୀୟ କ୍ଳାସ ପିଲାଙ୍କ ବ୍ୟାଗ ଓଜନ ୧.୫ କେଜି ରହିବ। ସେହିପରି ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ବ୍ୟାଗ୍‌ ଓଜନ ୨.୩କେଜି, ଷଷ୍ଠରୁ ସପ୍ତମ ଶ୍ରେଣୀ ୪କେଜି, ଅଷ୍ଟମ ଓ ନବମ ଶ୍ରେଣୀର ୪.୫କେଜି ଓ ଦଶମ ଶ୍ରେଣୀ ପିଲାଙ୍କ ସ୍କୁଲ ବ୍ୟାଗ୍‌ ଓଜନ ୫ କେଜି ରହିବ।

ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସ୍କୁଲ ବ୍ୟାଗ୍‌ ଓଜନ ହ୍ରାସକୁ କଡ଼ାକଡ଼ି ପାଳନ କରିବାକୁ ପୂର୍ବରୁ ସବୁ ଜିଲ୍ଲାପାଳ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି ଲେଖିଥିଲା ସ୍କୁଲ ଓ ଗଣଶିକ୍ଷା ବିଭାଗ । ପିଲାଙ୍କ ସ୍କୁଲ ବ୍ୟାଗ୍‌ର ଧାର୍ଯ୍ୟ ଓଜନ ଏବଂ ନିର୍ଦ୍ଧାରିତ ବହି ଯାଞ୍ଚ୍ କରିବାକୁ ଏହି ନିର୍ଦ୍ଦେଶ ଦିଆଯାଇଥିଲା।

ସିବିଏସଇ ଓ ଆଇସିଏସଇ ବୋର୍ଡ ଦ୍ୱାରା ପରିଚାଳିତ କିଛି ସ୍କୁଲରେ ପିଲାମାନେ ଅତ୍ୟଧିକ ଓଜନର ବ୍ୟାଗ୍ ଧରି ସ୍କୁଲ ଯାଉଥିବା ଏବଂ SCERT/NCERT ବହି ପଢ଼ିବାକୁ କୁହାଯାଉଥିଲେ ବି ଏହି ନିୟମ ପାଳନ କରାଯାଉନି । ତେଣୁ ନିୟମକୁ କଡ଼ାକଡ଼ି କରିବାକୁ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଅଚାନକ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଥିଲା ସ୍କୁଲ ଓ ଗଣଶିକ୍ଷା ବିଭାଗ।

Related story