‘ମାଲ୍ୟବନ୍ତ ଏକ୍ସପ୍ରେସ୍‌’ରେ ପାଠ ପଢ଼ୁଛନ୍ତି ପିଲା!

ମାଲକାନଗିରି (ଜିତେନ୍ଦ୍ର ବେଉରା): “ମାଲ୍ୟବନ୍ତ ଏକ୍ସପ୍ରେସ୍‌”ର ରେଳ ଡବା ଭିତରେ କୁନି କୁନି ପିଲାମାନେ ବସି ପାଠ ପଢୁଛନ୍ତି। ପୁଣି କେତେବେଳେ ରେଳ ଡବାର ଡୋର ନିକଟରେ ପିଲାମାନେ ଭିଡ଼ ଜମାଉଛନ୍ତି। ଟ୍ରେନ୍‌ର ଭ୍ରମ ସୃଷ୍ଟି କରୁଥିଲେ ମଧ୍ୟ ପ୍ରକୃତରେ ଏହା ଏକ ଶ୍ରେଣୀ ଗୃହ। ଇଏ ହେଉଛି ନକ୍ସଲପ୍ରବଣ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ। ବିଦ୍ୟାଳୟର କ୍ଲାସ ରୁମକୁ ରେଳ ଡବା ଭଳି ଚିତ୍ରଣ କରାଯାଇଛି। କୁନି […]

train-in-malkangiri

Manoranjan Sial
  • Published: Thursday, 13 September 2018
  • , Updated: 13 September 2018, 12:27 PM IST
ମାଲକାନଗିରି (ଜିତେନ୍ଦ୍ର ବେଉରା): “ମାଲ୍ୟବନ୍ତ ଏକ୍ସପ୍ରେସ୍‌”ର ରେଳ ଡବା ଭିତରେ କୁନି କୁନି ପିଲାମାନେ ବସି ପାଠ ପଢୁଛନ୍ତି। ପୁଣି କେତେବେଳେ ରେଳ ଡବାର ଡୋର ନିକଟରେ ପିଲାମାନେ ଭିଡ଼ ଜମାଉଛନ୍ତି। ଟ୍ରେନ୍‌ର ଭ୍ରମ ସୃଷ୍ଟି କରୁଥିଲେ ମଧ୍ୟ ପ୍ରକୃତରେ ଏହା ଏକ ଶ୍ରେଣୀ ଗୃହ। ଇଏ ହେଉଛି ନକ୍ସଲପ୍ରବଣ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ।
ବିଦ୍ୟାଳୟର କ୍ଲାସ ରୁମକୁ ରେଳ ଡବା ଭଳି ଚିତ୍ରଣ କରାଯାଇଛି। କୁନି କୁନି ପିଲାମାନେ ଏହି ରେଳ ଡବା ଭଳି ନିର୍ମିତ କ୍ଲାସରୁମରେ ପାଠ ପଢୁଛନ୍ତି। ଯାହାର  ନାମ ରଖାଯାଇଛି ‘ମାଲ୍ୟବନ୍ତ ଏକ୍ସପ୍ରେସ୍’।
ମାଲକାନଗିରି ଏକ ଆଦିବାସୀ  ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲାକୁ ଆଜି ପର୍ଯ୍ୟନ୍ତ ରେଳ ନେଟ୍‌ୱାର୍କ ସହିତ ଯୋଡ଼ା ଯାଇପାରି ନାହିଁ। ଯାହାଫଳରେ ଏହି ଅଞ୍ଚଳର ଲୋକଙ୍କ ପାଇଁ ରେଳ ସେବା ସାତ ସ୍ୱପ୍ନ ହୋଇ ରହିଯାଇଛି। ତେଣୁ ଏହି ଅଞ୍ଚଳର ପିଲାମାନେ ଟ୍ରେନ୍ ଦେଖିନାହାନ୍ତି। ସେମାନେ ଯେମିତି ଟ୍ରେନ୍ ବାବଦରେ ସଚେତନ ହୋଇପାରିବେ, ସେହି ଉଦ୍ଦେଶ୍ୟରେ ଶ୍ରେଣୀ ଗୃହ ଗୁଡ଼ିକ ଏପରି ସଜା ଯାଇଛି ବୋଲି ପ୍ରଧାନଶିକ୍ଷକ ପ୍ରକାଶ ନାୟକ କହିଛନ୍ତି।

https://www.youtube.com/watch?v=yr0PMnOHV-0

Related story