ଆସନ୍ନ ବର୍ଷା: ପ୍ରସ୍ତୁତି ଆରମ୍ଭ କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ନ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ପ୍ରଭାବିତ ଜିଲ୍ଲାର ସ୍କୁଲ ଘରକୁ ପ୍ରଶାସନ ଲାଗି ଉପଲବ୍ଧ କରାଇବାକୁ ସମସ୍ତ DEO, DPC ଓ BEOମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛି ଗଣଶିକ୍ଷା ବିଭାଗ। ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି, ସ୍କୁଲ ଗୃହ ଆଶ୍ରୟସ୍ଥଳ ଓ ରିଲିଫ ବଣ୍ଟନ କାର୍ଯ୍ୟରେ ବ୍ୟବହୃତ ହେବ। ସ୍କୁଲର MDM ସାମଗ୍ରୀ ଆବଶ୍ୟକ ଅନୁସାରେ ଖର୍ଚ୍ଚ ହୋଇ ପରେ ଭରଣା ହେବ। […]

School

School

Manoranjan Sial
  • Published: Wednesday, 17 August 2022
  • Updated: 17 August 2022, 10:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ନ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ପ୍ରଭାବିତ ଜିଲ୍ଲାର ସ୍କୁଲ ଘରକୁ ପ୍ରଶାସନ ଲାଗି ଉପଲବ୍ଧ କରାଇବାକୁ ସମସ୍ତ DEO, DPC ଓ BEOମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛି ଗଣଶିକ୍ଷା ବିଭାଗ।

ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି, ସ୍କୁଲ ଗୃହ ଆଶ୍ରୟସ୍ଥଳ ଓ ରିଲିଫ ବଣ୍ଟନ କାର୍ଯ୍ୟରେ ବ୍ୟବହୃତ ହେବ। ସ୍କୁଲର MDM ସାମଗ୍ରୀ ଆବଶ୍ୟକ ଅନୁସାରେ ଖର୍ଚ୍ଚ ହୋଇ ପରେ ଭରଣା ହେବ। ବର୍ଷାରେ ଯେପରି କୌଣସି ଡକ୍ୟୁମେଣ୍ଟ ନଷ୍ଟ ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି। ଆସନ୍ନ ବର୍ଷା ହେତୁ ଯେଉଁ କ୍ଷୟକ୍ଷତି ହେବ ତା’ର ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି। ବର୍ଷା ଛାଡ଼ିବା ପରେ ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବ। DEO, DPC ଓ BEOମାନଙ୍କୁ ରିପୋର୍ଟ ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳଙ୍କ ବିନାନୁମତିରେ କୌଣସି DEO, DPC ଓ BEO ମୁଖ୍ୟାଳୟ ଛାଡ଼ିବେନି ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

ସୂଚନାରୁ ପ୍ରକାଶ, ଲଘୁଚାପ ପ୍ରଭାବରେ ହୋଇଥିବା ବର୍ଷାରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନେକ ଗାଁରେ ପାଣି ପଶି ଯାଇଛି। ଏବେ ମଧ୍ୟ ବହୁ ଲୋକ ଜଳ ବନ୍ଦୀ ଜୀବନ ଅତିବାହିତ କରୁଛନ୍ତି। ଏହି ଦୁଃଖ ସରିନଥିବା ବେଳେ ୧୯ରୁ ଆସୁଛି ଆଉ ଏକ ଲଘୁପାଚ। ଏହାର ପ୍ରଭାବରେ ୧୮ ତାରିଖରୁ ବର୍ଷା ଆରମ୍ଭ ହେବ। ୧୯ ଓ ୨୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦେଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସ୍କୁଲ ଘର ଗୋଡ଼ିକୁ ବାତ୍ୟାଶ୍ରୟ ଭାବେ ବ୍ୟବହାର କରିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos