ଭୁଶୁଡ଼ିଲା ୫ଟି ସ୍କୁଲ ସଭାଗୃହ ଛାତ, ୨ ମାସ ତଳେ ସରିଥିଲା କାମ

ଆଠଗଡ଼(ନୀଳକଣ୍ଠ ଦୋରା): ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ୫ଟି ଅଧୀନରେ ରୂପାନ୍ତରିକ ହୋଇଥିବା ସ୍କୁଲ ସଭାଗୃହ ଛାତ ଭୁଶୁଡ଼ିଲା। ତେବେ ସୌଭାଗ୍ୟକୁ ଏହି ସଭାଗୃହରେ କେହି ନ ଥିବାରୁ ମୃତାହତ ହେବାରୁ ରକ୍ଷା ପାଇଛନ୍ତି। କଟକ ଜିଲ୍ଲା ଆଠଗଡ ନିର୍ବାଚନ ମଣ୍ଡଳୀ କଖଡି ନୋଡାଲ ସ୍କୁଲରେ ଗତକାଲି ଏହି ଘଟଣା ଘଟିଥିବା ବେଳେ ଆଜି ସମସ୍ତଙ୍କ ନଜରକୁ ଆସିଛି। ୧୯୯୭ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନେ ଆଜି ବନ୍ଧୁମିଳନ ଉତ୍ସବରେ ସ୍କୁଲ ପରିସରରେ ଏକାଠି ହୋଇଥିଲେ। ଏହା ଦେଖିବା ପରେ […]

5t-

  • Published: Monday, 26 December 2022
  • , Updated: 26 December 2022, 10:28 PM IST

ଆଠଗଡ଼(ନୀଳକଣ୍ଠ ଦୋରା): ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ୫ଟି ଅଧୀନରେ ରୂପାନ୍ତରିକ ହୋଇଥିବା ସ୍କୁଲ ସଭାଗୃହ ଛାତ ଭୁଶୁଡ଼ିଲା। ତେବେ ସୌଭାଗ୍ୟକୁ ଏହି ସଭାଗୃହରେ କେହି ନ ଥିବାରୁ ମୃତାହତ ହେବାରୁ ରକ୍ଷା ପାଇଛନ୍ତି। କଟକ ଜିଲ୍ଲା ଆଠଗଡ ନିର୍ବାଚନ ମଣ୍ଡଳୀ କଖଡି ନୋଡାଲ ସ୍କୁଲରେ ଗତକାଲି ଏହି ଘଟଣା ଘଟିଥିବା ବେଳେ ଆଜି ସମସ୍ତଙ୍କ ନଜରକୁ ଆସିଛି।

୧୯୯୭ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନେ ଆଜି ବନ୍ଧୁମିଳନ ଉତ୍ସବରେ ସ୍କୁଲ ପରିସରରେ ଏକାଠି ହୋଇଥିଲେ। ଏହା ଦେଖିବା ପରେ ଉଦ୍‌ବେଗ ପ୍ରକାଶ କରିଥିଲେ। ଗତ ଦୁଇମାସ ତଳେ ଏହି ସ୍କୁଲର ରୂପାନ୍ତରିଣ କାମ ଶେଷ ହୋଇଛି। ନିମ୍ନମାନର କାମ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ପୁରାତନ ଛାତ୍ରମାନେ ଅଭିଯୋଗ କରିଛନ୍ତି। ସେପଟେ ଏହାର ତଦନ୍ତ କରିବା ଦାବି କରିଛନ୍ତି ପୁରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦା।

[caption id="attachment_792601" align="aligncenter" width="650"] ରୂପାନ୍ତରିକରଣ ନେଇ ଲାଗିଥିବା ଫଳକ।[/caption]

ସୂଚନା ମୁତାବକ ରୂପାନ୍ତରିକରଣ କାମରେ ପ୍ରାୟ ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଥିଲା। ଡିଆରଡିଏ ରୂପାନ୍ତରିକରଣ କାମର ଦାୟିତ୍ୱ ନେଇଥିଲା। ସଭାଗୃହର ଛାତ ଭୁଶୁଡ଼ିବା ପରେ ଅନ୍ୟ କାମ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରେଣୀଗୃହରେ ବସୁଥିବା ଛାତ୍ରଛାତ୍ରୀଙ୍କ ମୁଣ୍ଡ ଉପରେ ଥିବା ଛାତ ସୁରକ୍ଷିତ କି ନୁହେଁ ତାହା ଉପରେ ଅଙ୍ଗୁଳି ଉଠିଛି।

Related story