ସାର୍‌ଙ୍କ ଯୋଗୁ ଚାଲିଗଲା ମନୋରଞ୍ଜନର ଜୀବନ!

ସୋର (ଶଶୀକାନ୍ତ ବେହେରା): ପଇଡ଼ ବିଛାଇବା ପାଇଁ ସାର୍‌ କହିଥିଲେ! ଆଉ ସାର୍‌ଙ୍କ କଥାକୁ ଅକ୍ଷରେ ଅକ୍ଷରେ ମାନି ଛାତ୍ର ପଇଡ଼ ବିଛାଇବାକୁ ଯାଇଥିଲେ। ହେଲେ ଆକାଶରୁ କାଳ ଖସିଲା ପରି ଏକ ପଇଡ଼ ତାଙ୍କ ଛାତିରେ ପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଆଉ ସାରଙ୍କ କଥା ମାନିବାକୁ ଯାଇ ପ୍ରାଣ ହରାଇଥିବା ଏହି ଛାତ୍ର […]

fire-in-soro-thana

fire-in-soro-thana

Manoranjan Sial
  • Published: Tuesday, 26 February 2019
  • Updated: 26 February 2019, 09:40 PM IST

Sports

Latest News

ସୋର (ଶଶୀକାନ୍ତ ବେହେରା): ପଇଡ଼ ବିଛାଇବା ପାଇଁ ସାର୍‌ କହିଥିଲେ! ଆଉ ସାର୍‌ଙ୍କ କଥାକୁ ଅକ୍ଷରେ ଅକ୍ଷରେ ମାନି ଛାତ୍ର ପଇଡ଼ ବିଛାଇବାକୁ ଯାଇଥିଲେ। ହେଲେ ଆକାଶରୁ କାଳ ଖସିଲା ପରି ଏକ ପଇଡ଼ ତାଙ୍କ ଛାତିରେ ପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଆଉ ସାରଙ୍କ କଥା ମାନିବାକୁ ଯାଇ ପ୍ରାଣ ହରାଇଥିବା ଏହି ଛାତ୍ର ହେଉଛନ୍ତି ମନୋରଞ୍ଜନ ବେହେରା।

ଏ ଖବର ପ୍ରଚାରିତ ହେବା ପରେ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି। ପଇଡ଼ ବିଛାଇବାକୁ କହିଥିବା ସାର୍‌ଙ୍କ ଗିରଫ ଦାବି କରି ଉତ୍ତ୍ୟକ୍ତ ଲୋକେ ସ୍କୁଲରେ ତାଲା ପକାଇ ଧାରଣାରେ ବସିଛନ୍ତି।

ସୂଚନାଯୋଗ୍ୟ, ସୋର ଥାନା ଅନ୍ତର୍ଗତ ମଣିପୁର ଗାଁର ଯଦୁନାଥ ବେହେରାଙ୍କ ପୁଅ ହେଉଛନ୍ତି ମନୋରଞ୍ଜନ। ମଧୁବନ ଉପେନ୍ଦ୍ର ପ୍ରସାଦ ନୋଡାଲ୍‌ ଉପ୍ରା ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ନ୍ତି।

ଅଭିଯୋଗ ଅନୁସାରେ, ସବୁଦିନ ପରି ଗତ ୨୧ ତାରିଖରେ ମନୋରଞ୍ଜନ ସ୍କୁଲ ଯାଇଥିଲେ। ଉକ୍ତ ଦିନ ସ୍କୁଲର ଶିକ୍ଷକ ଉତ୍ପଳ ମହାପାତ୍ର ତାଙ୍କୁ ପଇଡ଼ ବିଛାଇବାକୁ କହିଥିଲେ। ସାର୍‌ଙ୍କ କଥା ମାନି ମନୋରଞ୍ଜନ କିଛି ସାଥୀଙ୍କ ସହ ପଇଡ଼ ବିଛାଉଥିଲେ। ଏହି ସମୟରେ ଗୋଟିଏ ପଇଡ଼ ତାଙ୍କ ଛାତିରେ ପଡ଼ିଥିଲା। ଫଳରେ ସେ ଚେତା ହରାଇ ତଳେ ପଡ଼ି ଯାଇଥିଲେ। ସାର୍‌ମାନେ ପାଣି ଛିଞ୍ଚିବାରୁ ତାଙ୍କର ଚେତା ଫେରିଥିଲା। ଏ ସମ୍ପର୍କରେ ଘରେ ନକହିବାକୁ ଶିକ୍ଷକମାନେ ମନୋରଞ୍ଜନକୁ କହିଥିଲେ। ଆଉ ମାଡ଼ ଭୟରେ ମନୋରଞ୍ଜନ ଏ ସମ୍ପର୍କରେ ଘରେ କହିନଥିଲେ।

ସ୍କୁଲ ଛୁଟି ପରେ ମନୋରଞ୍ଜନ ଘରକୁ ଫେରିଥିଲେ। ସଞ୍ଜ ବେଳେ ବାନ୍ତି କରିଥିଲେ। ବାନ୍ତି ସମ୍ପର୍କରେ ତାଙ୍କୁ ତାଙ୍କ ମାଆ ପଚାରିଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ଦେଇନଥିଲେ। ସ୍କୁଲରେ ପଇଡ଼ ପିଇବାରୁ ବାନ୍ତି ହେଉଛି ବୋଲି ମନୋରଞ୍ଜନ କହିଥିଲେ। ତା’ପର ଦିନ ମନୋରଞ୍ଜନଙ୍କ ମାଆ ମେଡ଼ିକାଲ୍‌ ଯାଇ ବାନ୍ତି ଔଷଧ ଆଣି ତାଙ୍କୁ ଖାଇବାକୁ ଦେଇଥିଲେ। ଔଷଧ ଖାଇବା ପରେ ତାଙ୍କର ବାନ୍ତି ବନ୍ଦ ହୋଇଯାଇଥିଲା।

ଗତ ଗୁରୁବାର ଦିନ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ସୋର ଥାନାରେ ମନୋରଞ୍ଜନଙ୍କ ବାପା ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ମନୋରଞ୍ଜନଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇବା ସହ ସାରଙ୍କ ଗିରଫ ଦାବି କରିଛନ୍ତି। ଗାଁରେ ଉତ୍ତେଜନା ଲାଗି ରହିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ଲାଭ ହୋଇନାହିଁ। ବିଆର୍‌ସିସି ଓ ପୁଲିସ ପ୍ରଶାସନ ସ୍କୁଲରେ ପହଞ୍ଚି ଆନ୍ଦୋଳନକାରୀ ଶିକ୍ଷକଙ୍କ ସହିତ ଆଲୋଚନା କରିଥିଲେ। ନିଷ୍ପତ୍ତି କ୍ରମେ, ମୃତ ପିଲାଙ୍କ ପରିବାରକୁ ଉତ୍ପଳ ଦେବେ ୩୦,୦୦୦ ଟଙ୍କା ଓ ଅନ୍ୟ ୩ ଜଣ ଶିକ୍ଷକ ଜଣକ ୧୦,୦୦୦ ଟଙ୍କା ଲେଖାଏଁ ଦେବେ। ଏହାଛଡ଼ା ଉତ୍ପଳଙ୍କୁ ବଦଳି ପାଇଁ ନିଷ୍ପତ୍ତି ହୋଇଛି। ପରେ ଦିନ ତମାମ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ଅନ୍ୟପକ୍ଷରେ ପଇଡ଼ ବିଛାଇବା ଘଟଣାକୁ ସ୍କୁଲ ଶିକ୍ଷକ ଉତ୍ପଳ ଖଣ୍ଡନ କରିଛନ୍ତି।

କେବଳ ଏହି ଗୋଟିଏ କଥା ନୁହେଁ। ଉତ୍ପଳ ସାର୍‌ଙ୍କ ନାଁରେ ଅନେକ ଅଭିଯୋଗ ରହିଛି। ମଧ୍ୟାହ୍ନ ଭୋଜନ ଚାଉଳ ହେର୍‌ଫେର୍‌, ସ୍କୁଲରୁ ଗଛ କାଟି କାଠ ବିକ୍ରି ଓ ନଡ଼ିଆ ଗଛରୁ ପିଇଡ ବିଛାଇ ବିକ୍ରି କରିବା ଆଦି ଅଭିଯୋଗ କରିଛନ୍ତି ଗାଁ ଲୋକେ। ଏକ ରାଜନୈତିକ ଦଳର ଛତ୍ରଛାୟା ତଳେ ରହୁଥିବାରୁ ଉତ୍ପଳଙ୍କ ବିରୋଧରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story