ପୁରୀ: ଏସସିଏସ୍ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ

ପୁରୀ: ପୁରୀ ଏସସିଏସ୍ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ କରାଯାଇଛି। ଆଜି କଲେଜ କର୍ତ୍ତୃପକ୍ଷ ଷ୍ଟାଫ୍ କାଉନସିଲ ବୈଠକ ପରେ ଏବର୍ଷ ଛାତ୍ରସଂସଦ ନିର୍ବାଚନ ବନ୍ଦ କରାଯିବ ବୋଲି ଅଧ୍ୟକ୍ଷ ଘୋଷଣା କରିଥିଲେ। କଲେଜରେ ନିର୍ବାଚନ ବନ୍ଦ ଲାଗି ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଛାତ୍ର ସଂସଦ ନିର୍ବାଚନକୁ ନେଇ ଗତବର୍ଷଠୁ କଲେଜରେ ଅଶାନ୍ତି ଦେଖାଦେଇଥିଲା। ତେଣୁ ନିର୍ବାଚନ ବନ୍ଦ କରିବା ଦାବିରେ ଯୁକ୍ତ […]

scs_college

Rakesh Mallick
  • Published: Thursday, 01 October 2015
  • , Updated: 01 October 2015, 07:48 AM IST

ପୁରୀ: ପୁରୀ ଏସସିଏସ୍ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ କରାଯାଇଛି। ଆଜି କଲେଜ କର୍ତ୍ତୃପକ୍ଷ ଷ୍ଟାଫ୍ କାଉନସିଲ ବୈଠକ ପରେ ଏବର୍ଷ ଛାତ୍ରସଂସଦ ନିର୍ବାଚନ ବନ୍ଦ କରାଯିବ ବୋଲି ଅଧ୍ୟକ୍ଷ ଘୋଷଣା କରିଥିଲେ। କଲେଜରେ ନିର୍ବାଚନ ବନ୍ଦ ଲାଗି ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଛାତ୍ର ସଂସଦ ନିର୍ବାଚନକୁ ନେଇ ଗତବର୍ଷଠୁ କଲେଜରେ ଅଶାନ୍ତି ଦେଖାଦେଇଥିଲା। ତେଣୁ ନିର୍ବାଚନ ବନ୍ଦ କରିବା ଦାବିରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ବିକ୍ଷୋଭ କରିଥିଲେ।

Related story