ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀଜିଉଙ୍କ ଦର୍ଶନ ବେଳେ ଜଣେ ଶ୍ରଦ୍ଧାଳୁଙ୍କ ଠାରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। କଟକର ଜଣେ ଭକ୍ତଙ୍କ ପକେଟରୁ ଖୋଦ୍ ଜଣେ ସେବାୟତ ପର୍ସ ଚୋରି କରିଛନ୍ତି। ଏ ନେଇ ଭକ୍ତ ଜଣକ ସିଂହଦ୍ୱାର ଥାନାରେ ଅଭିଯୋଗ ପରେ ପୋଲିସ୍ ସଂପୃକ୍ତ ସେବାୟତଙ୍କୁ ଅଟକ ରଖିଛି।
ଅଭିଯୋଗ ଅନୁସାରେ ଗତକାଲି କଟକରୁ ଆସିଥିବା ସ୍ୱପ୍ନଜୀତ ନାୟକ ନାମକ ଜଣେ ଭକ୍ତ ନାଟମଣ୍ଡପ ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଥିଲେ। ସେ ସମୟରେ ତାଙ୍କ ପକେଟ୍ରୁ ପର୍ସ ଚୋରି ହୋଇଥିଲା। ଏନେଇ ଜଣେ ସେବାୟତଙ୍କ ବିରୋଧରେ ପୋଲିସ୍ରେ ଅଭିଯୋଗ କରିଥିଲେ ସ୍ୱପ୍ନଜୀତ। ଏହି ଘଟଣାରେ ଅଭିଯୁକ୍ତ ସେବାୟତ ଶ୍ୟାମସୁନ୍ଦର ପ୍ରତିହାରୀଙ୍କୁ ଅଟକ ରଖିବା ସହ ତାଙ୍କଠାରୁ ଚୋରି ହୋଇଥିବା ପର୍ସ ଜବତ କରିଥିଲା ପୋଲିସ। ଏ ଘଟଣା ସମୟର ସିସିଟିଭି ଫୁଟେଜ୍ ଯାଞ୍ଚ କରି ଖୋଳତାଡ଼ ଜାରି ରଖିଛି ପୋଲିସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।