ବିଦେଶ ଯାତ୍ରା ପାଇଁ ବଦଳିଲା କୋଭିଶିଲଡ୍ ଟିକାର ଦ୍ୱିତୀୟ ଡୋଜ୍ ଅବଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଦେଶ ଯାତ୍ରା କରିବାକୁ ଥିବା ନାଗରିକ କୋଭିଶିଲଡ୍ ଟିକାର ଦ୍ୱିତୀୟ ଡୋଜ୍‌କୁ ୨୮ଦିନ ପରେ ଓ ୮୪ଦିନ ପୂର୍ବରୁ ନେଇପାରିବେ । ଏଥିପାଇଁ ରାଜ୍ୟ ସରକାର ଆଜି ନୂଆ ଗାଇଡଲାଇନ୍ ଜାରି କରି ପାଠପଢ଼ା, ଚାକିରି ଓ ଟୋକିଓ ଅଲମ୍ପିକ୍ସରେ ଭାଗ ନେବା ପାଇଁ ବିଦେଶ ଯିବାକୁ ଥିବା ବ୍ୟକ୍ତିଙ୍କୁ କୋଭିଶିଲଡ୍ ଟିକାର ଦ୍ୱିତୀୟ ଡୋଜ୍ ପ୍ରଦାନରେ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର […]

covishield-vaccine

covishield-vaccine

Ordigital Desk
  • Published: Wednesday, 16 June 2021
  • Updated: 16 June 2021, 11:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଦେଶ ଯାତ୍ରା କରିବାକୁ ଥିବା ନାଗରିକ କୋଭିଶିଲଡ୍ ଟିକାର ଦ୍ୱିତୀୟ ଡୋଜ୍‌କୁ ୨୮ଦିନ ପରେ ଓ ୮୪ଦିନ ପୂର୍ବରୁ ନେଇପାରିବେ । ଏଥିପାଇଁ ରାଜ୍ୟ ସରକାର ଆଜି ନୂଆ ଗାଇଡଲାଇନ୍ ଜାରି କରି ପାଠପଢ଼ା, ଚାକିରି ଓ ଟୋକିଓ ଅଲମ୍ପିକ୍ସରେ ଭାଗ ନେବା ପାଇଁ ବିଦେଶ ଯିବାକୁ ଥିବା ବ୍ୟକ୍ତିଙ୍କୁ କୋଭିଶିଲଡ୍ ଟିକାର ଦ୍ୱିତୀୟ ଡୋଜ୍ ପ୍ରଦାନରେ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ବିଦେଶ ଯାତ୍ରା ପାଇଁ କୋଭିଶିଲଡ୍ ଟିକା ଦ୍ୱିତୀୟ ଡୋଜ୍ ନେବାର ଅବଧିରେ ପରିବର୍ତ୍ତନ କରିଛନ୍ତି। କେବଳ ସରକାରୀ ଟିକାକରଣ କେନ୍ଦ୍ରରେ ଏହି ବର୍ଗର ନାଗରିକମାନଙ୍କୁ ଟିକା ପ୍ରଦାନ କରାଯାଇପାରିବ। ଏହି ଟିକାକରଣ ସମ୍ପର୍କରେ ବିଦେଶ ଯିବାକୁ ଥିବା ନାଗରିକଙ୍କୁ ସଚେତନ କରାଇବାକୁ କୁହାଯାଇଛି। ତେବେ ଦ୍ୱିତୀୟ ଡୋଜ୍ ଟିକାକରଣ ପୂର୍ବରୁ ବିଦେଶ ଗସ୍ତର ପ୍ରମାଣପତ୍ର ଯାଂଚ କରିବାକୁ ପରାମର୍ଶ ଦିଆଯାଇଛି।

ପାଠ ପଢ଼ିବାକୁ ଥିଲେ ଶିକ୍ଷାନୁଷ୍ଠାନର ଚିଠି, ନିଯୁକ୍ତି ପାଇ ଯିବାକୁ ଥିଲେ କଲ୍ ଲେଟର ଓ ଟୋକିଓ ଅଲମ୍ପିକରେ ସାମିଲ ପାଇଁ ଚିଠିକୁ ଦ୍ୱିତୀୟ ଡୋଜ୍ ଟିକାକରଣ ବେଳେ ଦେଖାଇବାକୁ ପଡ଼ିବ। କୋୱିନ୍ ପୋର୍ଟାଲରେ ଏହି ଡାଟାକୁ ଅପଲୋଡ୍ କରିବାକୁ ପଡ଼ିବ। ଯେଉଁ ନାଗରିକଙ୍କୁ କୋଭିଶିଲଡ୍ ଟିକାର ଦ୍ୱିତୀୟ ଡୋଜ୍ ୨୮ଦିନ ପରେ ଓ ୮୪ଦିନ ପୂର୍ବରୁ ଦିଆଯିବ ସେମାନଙ୍କର ବିଦେଶ ଗସ୍ତର ପ୍ରମାଣପତ୍ର ହିଁ କୋୱିନ୍ ପୋର୍ଟାଲରେ ଅପଲୋଡ୍ ହେବ। ଯେଉଁମାନେ ଅଗଷ୍ଟ ୩୧ତାରିଖ ପୂର୍ବରୁ ବିଦେଶ ଗସ୍ତରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି ସେମାନେ ଉପଯୁକ୍ତ ପ୍ରମାଣପତ୍ର ଦେଖାଇ କୋଭିଶିଲଡ୍ ଟିକାର ଦ୍ୱିତୀୟ ଡୋଜ୍ ନେଇପାରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସେହିପରି ଫଟୋଯୁକ୍ତ ରାସନକାର୍ଡକୁ ମଧ୍ୟ ଟିକାକରଣବେଳେ ନାଗରିକ ପରିଚୟ ପତ୍ର ଭାବେ ଉପଯୋଗ କରିହେବ ବୋଲି ରାଜ୍ୟ ସରକାର କହିଛନ୍ତି। ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋୱିନ୍ ପୋର୍ଟାଲରେ ଆବଶ୍ୟକ ପରିବର୍ତ୍ତନ କରାଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ରାଜ୍ୟ ସରକାର ଜାରି କରିଥିବା ଫଟୋଯୁକ୍ତ ରାସନକାର୍ଡ, ବିପିଏଲ୍ ଓ ଅନ୍ତ୍ୟୋଦୟ ହିତାଧିକାରୀ କାର୍ଡକୁ ମଧ୍ୟ ଟିକାକରଣବେଳେ ପରିଚୟପତ୍ର ଭାବେ ବ୍ୟବହାର କରାଯାଇପାରିବ। ଏନେଇ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଆବଶ୍ୟକ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story