ପତ୍ନୀଙ୍କ ଦ୍ୱିତୀୟ ବିବାହ ନେଇ ଅଭିଯୋଗ

Ordigital Desk
  • Published: Thursday, 08 March 2018
  • , Updated: 08 March 2018, 05:10 PM IST
<p>ରାଉରକେଲା(ଓଡିଶା ରିପୋର୍ଟର): &ldquo;ଶ୍ୱଶୁରଙ୍କୁ ଫୋନ୍&zwnj; କଲି। ସେ ହ୍ୟାଲୋ ହ୍ୟାଲୋ କହି &zwj;ଫୋନ୍&zwnj; କାଟିଦେଲେ। ତା ପରେ ଶାଶୁଙ୍କୁ ଫୋନ୍&zwnj; କଲି। ସେ ବି ଠିକ୍&zwnj; ସେଇ ଢଙ୍କରେ ଫୋନ୍&zwnj; କାଟିଦେଲେ। ଶେଷରେ କିଛି ସମୟ ଛାଡି ଆଉ ଜଣଙ୍କ ନମ୍ବରକରୁ ଫୋନ୍&zwnj; କଲି । ପଚାରିଲି, &ldquo;ମାଉସୀ ମିନତୀ(ଛଦ୍ମନାମ) କାହିଁ? ସେପଟୁ ଉତ୍ତର ଆସିଲା। ତା&rsquo;ର ତ ବାହାଘର ସରିଯାଇଛି। ଆଜି ରିସେପ୍ସନ। ବ୍ରାଇଡାଲ୍&zwnj; ମେକଅପ୍&zwnj; ନେବାକୁ ସେ ପାର୍ଲର ଯାଇଛି।&rdquo; ଏ କଥା ଶୁଣି ମୋ ପାଦତଳୁ ମାଟି ଖସିଗଲା। ବିପି କମିଗଲା&rdquo;</p> <p>ରାଉରକେଲା ସାର ନଗର ଅଞ୍ଚଳରେ ରହୁଥିବା ମନଞ୍ଜୟ ଚୈବେ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଦ୍ୱିତୀୟ ବାହାଘର ସମ୍ପର୍କରେ ଏମିତିକା ଚାଞ୍ଚଲ୍ୟକର କଥା କହିଛନ୍ତି। ସେ ଗାଁକୁ ଯାଇଥିବାର ଫାଇଦା ଉଠାଇ ତାଙ୍କ ବିବାହିତ ପତ୍ନୀ ଆଉ ଜଣେ ଯୁବକଙ୍କୁ ବିବାହ କରିଥିବା ନେଇ ଅଭିଯୋଗ କରିଛନ୍ତି ଚୌବେ।</p> <p>ଆଉ ଯାହା କହିଛନ୍ତି ସେକଥା ଶୁଣି ସମସ୍ତେ ତାଜୁବ୍&zwnj;। &ldquo;ସେ ଓଡିଆ ଖଣ୍ଡାୟତ ଘରର ଝିଅ ଆଉ ମୁଁ ବିହାରି ବ୍ରାହ୍ମଣ। ଦୁହେଁ ଭଲପାଇ ବାହା ହୋଇଥିଲୁ। ପରିବାର ଲୋକ ଆମ ବାହାଘର ପାଇଁ ରାଜି ନ ଥିବାରୁ ସେପ୍ଟେମ୍ବର ୨୦୧୬ରେ ଆମେ କୋର୍ଟ ମ୍ୟାରେଜ କରିଥିଲୁ। ସେବେଠାରୁ ଦୁହିଁଙ୍କର ସ୍ୱାମୀ ସ୍ତ୍ରୀ ସମ୍ପର୍କ ରହିଥିଲା। ହେଲେ ମୁଁ ଗାଁକୁ ଯିବାବେଳେ ସେ ଏହାର ଫାଇଦା ଉଠାଇ ଘରକୁ ଯିବା ବାହାନାରେ ବାହା ହୋଇଯାଇଛି। ଏବେ ମତେ ନ୍ୟାୟ ଦରକାର।&rdquo;</p> <p>ଏଭଳି ଜଘନ୍ୟ ଅଭିଯୋଗ ଆଣିଥିବା ଚୌବେ ହେଉଛନ୍ତି ଜଣେ ବିହାରୀ ବ୍ୟବସାୟୀ। ତାଙ୍କ ଅଭିଯୋଗ ସମ୍ପର୍କରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରି ଜଣାଇଛନ୍ତି। ଏଣେ ରଘୁନାଥପାଲି ଥାନାରେ ପୂର୍ବରୁ ବିବାହ ସମ୍ପର୍କିତ ସମସ୍ତ ଦସ୍ତାବିଜ୍&zwnj; ସହ ଅଭିଯୋଗ ମଧ୍ୟ ଦାଖଲ କରିଛନ୍ତି।</p>

Related story