‘ବାୟୁରେ ବ୍ୟାପୁଛି ଭୂତାଣୁ, ରୁଦ୍ଧ କୋଠରୀ ଅଧିକ ମାରାତ୍ମକ‘

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେ ପହିଲାରୁ ରାଜ୍ୟରେ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ଏଥିନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ତୃତୀୟ ପର୍ଯ୍ୟାୟରେ ୧୮ରୁ ୪୫ବର୍ଷ ବୟସର ବ୍ୟକ୍ତିମାନଙ୍କୁ ଟିକା ଦିଆଯିବ । ରାଜ୍ୟରେ ୪୨ ପ୍ରତିଶତ ଏହି ବୟସ୍କ ଲୋକ ଥିବାରୁ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ SOP  ଅଣାଯିବ । ଟିକାକରଣ ପାଇଁ ଅନଲାଇନ୍ ଓ ସ୍ପଟ୍ ପଂଜୀକରଣ […]

bijay-panigrahi

bijay-panigrahi

Niharika Rout
  • Published: Thursday, 22 April 2021
  • Updated: 22 April 2021, 02:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେ ପହିଲାରୁ ରାଜ୍ୟରେ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ଏଥିନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ତୃତୀୟ ପର୍ଯ୍ୟାୟରେ ୧୮ରୁ ୪୫ବର୍ଷ ବୟସର ବ୍ୟକ୍ତିମାନଙ୍କୁ ଟିକା ଦିଆଯିବ । ରାଜ୍ୟରେ ୪୨ ପ୍ରତିଶତ ଏହି ବୟସ୍କ ଲୋକ ଥିବାରୁ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ SOP  ଅଣାଯିବ । ଟିକାକରଣ ପାଇଁ ଅନଲାଇନ୍ ଓ ସ୍ପଟ୍ ପଂଜୀକରଣ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ରାଜ୍ୟରେ ଏବେ ୨ ଲକ୍ଷ ୬୦ ହଜାର କୋଭିସିଲଡ୍ ଓ ୧ ଲକ୍ଷ ୯୦ ହଜାର କୋଭାକ୍ସିନ୍ ରହିଛି  ।  ରାଜ୍ୟରେ ଏବେ ଟିକାକରଣ ଚାଲିଥିଲେ ମଧ୍ୟ ୨ ଦିନ ମଧ୍ୟରେ ଟିକା ସରିଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଗତକାଲି ରାଜ୍ୟର ୮୮୯ କେନ୍ଦ୍ରରେ ଟିକାକରଣ ଚାଲିଥିଲା। ଆଜି ୭୫୦ କେନ୍ଦ୍ରରେ ଟିକାକରଣ ଚାଲିଛି।  ଏଯାଏ ସମୁଦାୟ-୫୩ ଲକ୍ଷ ୫୯ ହଜାର ୭୯୪ ଜଣଙ୍କୁ ଟିକାକରଣ କରାଯାଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ମତ ଦେଇଛନ୍ତି ଯେ, ଦ୍ୱିତୀୟ ଲହର ସଂକ୍ରମଣ କ୍ଷମତା ବହୁତ ବେଶି।  ବର୍ତ୍ତମାନ ଏହା  ୪୦ ପ୍ରତିଶତ ବାୟୁ ଦ୍ୱାରା ବ୍ୟାପୁଛି ବୋଲି ଜଣାପଡ଼ିଛି। ରୁଦ୍ଧ ଦ୍ୱାର କୋଠରୀରେ ରହିଲେ ବେଶି ସଂକ୍ରମଣ ହେବ। ତେଣୁ ବେଶି ଗହଳି କରିବା ଉଚିତ ନୁହେଁ। ସଭାସମିତିରେ ବେଶି ସମୟ ରହିବା ଉଚିତ ନୁହେଁ  । ଗତ ଥର ପିକ୍‌ ଆସିବାକୁ ୬ ମାସ ଲାଗିଗଲା। ଏଥର  କିନ୍ତୁ ମାତ୍ର ଦେଢ ମାସରେ ସଂକ୍ରମଣ ବହୁତ ବ୍ୟାପି ଗଲାଣି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ICRM ପକ୍ଷରୁ ହୋଇଥିବା ଷ୍ଟଡି ଅନୁଯାୟୀ, କୋଭାକ୍ସିନ ଟିକା  ୟୁକେ ଷ୍ଟ୍ରେନ, ସାଉଥ ଆଫ୍ରିକା ଷ୍ଟ୍ରେନ, ମ୍ୟୁଟେଣ୍ଟ ଷ୍ଟ୍ରେନ  ସଂକ୍ରମଣରୁ ରକ୍ଷା କରିପାରିବ। ତେଣୁ  କୋଭିସିଲଡ୍ ଅପେକ୍ଷା ଏହା ଅଧିକ ଫଳପ୍ରଦ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ କରୋନା ଯୋଦ୍ଧାଙ୍କୁ ଟିକାକରଣ କରାଗଲା। ଦ୍ୱିତୀୟ ପର୍ଯ୍ୟାୟରେ ୬୦ ରୁ ଊର୍ଦ୍ଧ୍ୱ, ୪୫ରୁ ଅଧିକ ସମସ୍ତଙ୍କୁ ଦିଆଗଲା। ତୃତୀୟ ପର୍ଯ୍ୟାୟରେ ୧୮ରୁ ଅଧିକ ସମସ୍ତଙ୍କୁ ଟିକା ଦିଆଯିବ।

ମେ’ ୧ରୁ କମ୍ପାନୀମାନଙ୍କ ପକ୍ଷରୁ ୫୦ ପ୍ରତିଶତ ଟିକା କେନ୍ଦ୍ର ସରକାରଙ୍କୁ ଓ ଅନ୍ୟ ୫୦ ପ୍ରତିଶତ ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲକୁ ଦିଆଯିବ ବୋଲି ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସୁଥିବା ଟିକା ଦ୍ୱାରା ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ ଚାଲିବ। ଏହାବ୍ୟତୀତ ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲ ପକ୍ଷରୁ ଆସୁଥିବା ଟିକାକୁ ୧୮ ବର୍ଷରୁ ଅଧିକଙ୍କୁ ଟିକାକରଣ କରାଯିବ। ଏଥିନିମନ୍ତେ SOP ପ୍ରସ୍ତୁତ କରାଯିବ।  ଆଉ କିଛି କେନ୍ଦ୍ର ବଢ଼ାଇବାକୁ ପଡ଼ିବ। ବର୍ତ୍ତମାନ ୧୫ଶହ କେନ୍ଦ୍ରରେ ଟିକାକରଣ ଚାଲିଛି ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ।

ଟିକାକରଣ ନିମନ୍ତେ କୋଭିନ ପୋର୍ଟଲ ପ୍ଲାଟଫର୍ମରେ ସମସ୍ତଙ୍କ ରେଜିଷ୍ଟ୍ରେଶନ ହେବ। ଅନଲାଇନ୍‌ରେ ତଥା ସ୍ପଟ ରେଜିଷ୍ଟ୍ରେଶନ ହେବ। କୋଭିସିଲ୍ଡ ରେଟ ଧାର୍ଯ୍ୟ ହୋଇଛି। ହେଲେ କୋଭାକ୍ସିନ ରେଟ ଧାର୍ଯ୍ୟ ହୋଇନି। ୧ ତାରିଖରୁ ଘରୋଇ ହସ୍ପିଟାଲ ସିଧାସଳଖ କମ୍ପାନୀଠାରୁ  ଟିକା ଆଣି ଲୋକଙ୍କୁ ଦେବେ।

ଅପରପକ୍ଷେ, ଦେଶର ୬ଟି ରାଜ୍ୟରେ ୧୮ରୁ ୪୫ ବର୍ଷ ବୟସ୍କଙ୍କୁ ମାଗଣା ଟିକା ପାଇଁ ଘୋଷଣା କରିବା ପରେ ଓଡିଶାରେ ମାଗଣା ଟିକାକରଣ ପାଇଁ ଦାବି ଜୋର ଧରିଛି । ରାଜ୍ୟ ସରକାର ଏ ସମ୍ପର୍କରେ ୨୪ ଘଣ୍ଟା ଭିତରେ ଘୋଷଣା କରନ୍ତୁ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଅନ୍ୟ ରାଜ୍ୟମାନେ ମାଗଣା ଟିକାକରଣ ନେଇ ଘୋଷଣା କରିଛନ୍ତି। ତେଣୁ ରାଜ୍ୟ ସରକାର ରାଜନୈତିକ ଇଚ୍ଛାଶକ୍ତି ଦେଖାଇ ତୁରନ୍ତ ମାଗଣା ଟିକାକରଣ ପାଇଁ ଘୋଷଣା କରିବାକୁ ସେ ଦାବି କରିଛନ୍ତି । ପିସିିସି କାଯର୍ୟକାରୀ ସଭାପତି ପ୍ରଦୀପ ମାଝି ମଧ୍ୟ ସମସ୍ତଙ୍କୁ ମାଗଣାରେ ଟିକାକରଣ ପାଇଁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos