ଏସାର ଷ୍ଟିଲ ଆଗରେ ୧୪୪ ଧାରା

<p>ପାରାଦୀପ(ଏନ୍&zwnj;. ଏମ୍&zwnj; ବୈଶାଖ): ପାରାଦୀପ ଏସାର ଷ୍ଟିଲ ପ୍ଲାଣ୍ଟ ଫାଟକ ଆଗରେ ୧୪୪ ଧାରା ଜାରି ହୋଇଛି। ସମ୍ଭାବ୍ୟ ଗଣ୍ଡଗୋଳ ଆଶଙ୍କାରେ ପ୍ରଶାସନ ପକ୍ଷରୁ ମଧ୍ୟରାତ୍ରରୁ ୧୪୪ ଧାରା ଜାରି ହୋଇଛି। ଗୋଟିଏ ଶ୍ରମିକ ସଂଗଠନକୁ କମ୍ପାନୀ ସ୍ୱୀକୃତି ପ୍ରଦାନ କରିବା ପରେ ଅନ୍ୟ ଏକ ଶ୍ରମିକ ସଂଗଠନର ଆନ୍ଦୋଳନ ଡାକରା ଯୋଗୁଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ପ୍ରାଥମିକ ସ୍ତରରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଏସାର କର୍ତ୍ତୃପକ୍ଷ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ କୌଣସି ସୁଫଳ ମିଳି ନଥିଲା।</p> <p>ତେବେ ସମ୍ପୃକ୍ତ ସଂଗଠନ କାର୍ଯ୍ୟବନ୍ଦ ଡାକରା ଦେବା ସହ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ସୂଚନା ମିଳିଥିଲା। ସେ ଦୃଷ୍ଟିରୁ ଏସାର କର୍ତ୍ତୃପକ୍ଷ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲା। ଫଳରେ ଏସାର ଫାଟକ ଆଗରେ କୌଣସି ପ୍ରକାର ବିକ୍ଷୋଭ ଓ ଶ୍ରମିକ ମେଳି କରାଇ ନଦେବା ପାଇଁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ୧୪୪ ଧାରାକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।</p>

Ordigital Desk
  • Published: Tuesday, 26 June 2018
  • Updated: 26 June 2018, 08:20 AM IST

Sports

Latest News

<p>ପାରାଦୀପ(ଏନ୍&zwnj;. ଏମ୍&zwnj; ବୈଶାଖ): ପାରାଦୀପ ଏସାର ଷ୍ଟିଲ ପ୍ଲାଣ୍ଟ ଫାଟକ ଆଗରେ ୧୪୪ ଧାରା ଜାରି ହୋଇଛି। ସମ୍ଭାବ୍ୟ ଗଣ୍ଡଗୋଳ ଆଶଙ୍କାରେ ପ୍ରଶାସନ ପକ୍ଷରୁ ମଧ୍ୟରାତ୍ରରୁ ୧୪୪ ଧାରା ଜାରି ହୋଇଛି। ଗୋଟିଏ ଶ୍ରମିକ ସଂଗଠନକୁ କମ୍ପାନୀ ସ୍ୱୀକୃତି ପ୍ରଦାନ କରିବା ପରେ ଅନ୍ୟ ଏକ ଶ୍ରମିକ ସଂଗଠନର ଆନ୍ଦୋଳନ ଡାକରା ଯୋଗୁଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ପ୍ରାଥମିକ ସ୍ତରରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଏସାର କର୍ତ୍ତୃପକ୍ଷ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ କୌଣସି ସୁଫଳ ମିଳି ନଥିଲା।</p><p>ତେବେ ସମ୍ପୃକ୍ତ ସଂଗଠନ କାର୍ଯ୍ୟବନ୍ଦ ଡାକରା ଦେବା ସହ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ସୂଚନା ମିଳିଥିଲା। ସେ ଦୃଷ୍ଟିରୁ ଏସାର କର୍ତ୍ତୃପକ୍ଷ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲା। ଫଳରେ ଏସାର ଫାଟକ ଆଗରେ କୌଣସି ପ୍ରକାର ବିକ୍ଷୋଭ ଓ ଶ୍ରମିକ ମେଳି କରାଇ ନଦେବା ପାଇଁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ୧୪୪ ଧାରାକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos