ଏଣିକି ଟ୍ରେନର ବୁଲା ବିକାଳିଙ୍କ ଉପରେ ନଜର ରହିବ

ଭୁବନେଶ୍ୱର(‌ଓଡ଼ିଶା ରିପୋର୍ଟର): ରେଳ ସୁରକ୍ଷା ସମ୍ପର୍କରେ ସମୀକ୍ଷା ବୈଠକରେ ସମୀକ୍ଷା କରିଛନ୍ତି ପୋଲିସ ଡିଜି।  ଯାତ୍ରୀଙ୍କ ସୁରକ୍ଷା ସହ ନକ୍ସଲ ପ୍ରବଣ ଅଞ୍ଚଳରେ ରେଲେୱେ ଟ୍ରାକ, ଷ୍ଟେସନର ସୁରକ୍ଷା ଆଦି ବଢିବ।  ସବୁ ଷ୍ଟେସନରେ  ଅଧିକ ସିସିଟିଭି, ଆଲୋକୀକରଣ ଓ ବ୍ୟାଗେଜ ସ୍କାନର ଲାଗିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।  ହକର, ଭେଣ୍ଡର ଓ ଷ୍ଟେସନ ନିକଟ ବସ୍ତି ଉପରେ କଡା ନଜର ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ସେପଟେ ସନ୍ଧିଗ୍ଧଙ୍କ ଗତିବିଧିକୁ ଆଖି ଆଗରେ […]

7890-1

Tapas Behera
  • Published: Tuesday, 15 October 2019
  • , Updated: 15 October 2019, 06:58 PM IST

ଭୁବନେଶ୍ୱର(‌ଓଡ଼ିଶା ରିପୋର୍ଟର): ରେଳ ସୁରକ୍ଷା ସମ୍ପର୍କରେ ସମୀକ୍ଷା ବୈଠକରେ ସମୀକ୍ଷା କରିଛନ୍ତି ପୋଲିସ ଡିଜି।  ଯାତ୍ରୀଙ୍କ ସୁରକ୍ଷା ସହ ନକ୍ସଲ ପ୍ରବଣ ଅଞ୍ଚଳରେ ରେଲେୱେ ଟ୍ରାକ, ଷ୍ଟେସନର ସୁରକ୍ଷା ଆଦି ବଢିବ।  ସବୁ ଷ୍ଟେସନରେ  ଅଧିକ ସିସିଟିଭି, ଆଲୋକୀକରଣ ଓ ବ୍ୟାଗେଜ ସ୍କାନର ଲାଗିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।  ହକର, ଭେଣ୍ଡର ଓ ଷ୍ଟେସନ ନିକଟ ବସ୍ତି ଉପରେ କଡା ନଜର ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ସେପଟେ ସନ୍ଧିଗ୍ଧଙ୍କ ଗତିବିଧିକୁ ଆଖି ଆଗରେ ରଖାଯାଇ ରାଜ୍ୟର ୫ଟି ଷ୍ଟେସନ ଇଣ୍ଟିଗ୍ରେଟ ସିକ୍ୟୁରିଟି ସ୍କିମରେ ସାମିଲ ହୋଇଛି।

ଆଗକୁ ରେଳଷ୍ଟେସନକୁ ଆସୁଥିବା ଭେଣ୍ଡରମାନେ କିଏ  ଓ କେଉଁଠାରୁ ଆସୁଛନ୍ତି ତାହା ଉପରେ ନଜର ରହିବ।  ରେଲେୱେ ନିକଟ ବସ୍ତି ଉପରେ ଗତିବିଧି ଓ ହକରଙ୍କ ଉପରେ୍ ନଜର ରଖାଯିବ।  ସବୁ ରେଳଷ୍ଟେସନରେ ସିସିଟିଭି  ଓ ଆଲୋକୀକରଣ ହେବ । ଅଧିକ ସଂଖ୍ୟକ ବ୍ୟାଗେଜ ସ୍କାନର ଲାଗିବ। ନକ୍ସଲ ପ୍ରବଣ ଜିଲ୍ଲାରେ ରେଲେଓ୍ୱ ଟ୍ରାକ ଥିବାରୁ ସୁରକ୍ଷା ବ୍ୟବସ୍ଥା କଣ ରହିବ, ତାଉପରେ ଆଲୋଚନା ହୋଇଛି ।

ସନ୍ଦିଗ୍ଧ କାର୍ଯ୍ୟକଳାପକୁ ଆଖି ଆଗରେ ରଖି  ଭାରତ ସରକାରଙ୍କ ପକ୍ଷରୁ ଦେଶର ୨୦୨ ଓ ରାଜ୍ୟର ୫ ଷ୍ଟେସନକୁ  ଇଣ୍ଟିଗ୍ରେଟେଡ ସୁରକ୍ଷା ସ୍କିମରେ ସାମିଲ କରାଯାଇଛି। ଏଥିରେ ଓଡିଶାର ରାଉଲକେଲା, ଝାରସୁଗୁଡା, କଟକ, ଭୁବନେଶ୍ୱର,  ବ୍ରହ୍ମପୁର ଷ୍ଟେସନ  ସାମିଲ ଥିବା ସୂଚନା ମିଲିଛି । ରେଳ ବିଭାଗ ପକ୍ଷରୁ ଏସବୁ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ।  ଷ୍ଟେସନ ଅଞ୍ଚଳରେ ଚୋରି ରେକିବା ପାଇଁ  ଲୋକଙ୍କୁ ସଚେତନ କରାଯିବ।  ତା’ସହ ରେଳ ଷ୍ଟେସନ ଭିତରକୁ ମନଇଛା ପ୍ରବେଶ ରୋକିବା ପାଇଁ ବାଉଣ୍ଡ୍ରି ଓ୍ୱାଲ ରହିବ।

Related story