ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ସୀମାଞ୍ଚଳ ମୃତ, ଡିଏନ୍‌ଏ ଟେଷ୍ଟରୁ ହେଲା ସ୍ପଷ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ସେ ହେଲେ ସୀମାଞ୍ଚଳ ପରିଡ଼ା। ବିସ୍ଫୋରଣ ପରେ ସେ ନିଖୋଜ ଥିବା ବେଳେ ଡିଏନ୍‌ଏ ପରୀକ୍ଷାରୁ ତାଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି ବୋଲି ଆଜି ଟ୍ୱିନ୍ ସିଟି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସିପି କହିଛନ୍ତି, ଘଟଣାସ୍ଥଳରୁ ମିଳିଥିବା ମାଂସଖଣ୍ଡର ଡିଏନ୍‌ଏ ଟେଷ୍ଟ ପରେ ତାହା ନିଖୋଜ ସୀମାଞ୍ଚଳ ପରିଡ଼ାଙ୍କର ବୋଲି […]

petrol

petrol

Jitendra Garnayak
  • Published: Thursday, 29 October 2020
  • Updated: 29 October 2020, 03:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ସେ ହେଲେ ସୀମାଞ୍ଚଳ ପରିଡ଼ା। ବିସ୍ଫୋରଣ ପରେ ସେ ନିଖୋଜ ଥିବା ବେଳେ ଡିଏନ୍‌ଏ ପରୀକ୍ଷାରୁ ତାଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି ବୋଲି ଆଜି ଟ୍ୱିନ୍ ସିଟି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

ସିପି କହିଛନ୍ତି, ଘଟଣାସ୍ଥଳରୁ ମିଳିଥିବା ମାଂସଖଣ୍ଡର ଡିଏନ୍‌ଏ ଟେଷ୍ଟ ପରେ ତାହା ନିଖୋଜ ସୀମାଞ୍ଚଳ ପରିଡ଼ାଙ୍କର ବୋଲି ଜଣାପଡ଼ିଛି। ଏହା ସହିତ ଏହି ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ଏନେଇ ତାଙ୍କ ପରିବାର ଲୋକଙ୍କୁ ଜଣାଇ ଦିଆଯାଇଛି।

ସିପି ଆହୁରି କହିଛନ୍ତି, ଏହି ଘଟଣାରେ ଅନ୍ୟ କାହାରି ମୃତ୍ୟୁ ଘଟିଥିବା ନେଇ ଡିଏନ୍‌ଏ ରିପୋର୍ଟରେ ତଥ୍ୟ ନାହିଁ। ସୀମାଞ୍ଚଳଙ୍କୁ ମିଶାଇ ଏହି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସେ କହିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos