ଭିଏନ୍‌ କଲେଜ ବିରୋଧରେ ଆପତ୍ତିଜନକ ତଥ୍ୟ ପ୍ରକାଶ ପାଇବା ପରେ ଉତ୍ତେଜନା

<p>ଯାଜପୁର (ଓଡ଼ିଶା ରିପୋର୍ଟର): ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଏହି ମହାବିଦ୍ୟାଳୟ ଏକ ବେଶ୍ୟାଳୟରେ ପରିଣତ ହୋଇଛି ବୋଲି ଏକ ଖବରକାଗଜରେ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଖବରକାଗଜରେ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଓ ଆଧ୍ୟାପିକାଙ୍କୁ ସଂଶ୍ଲିଷ୍ଟ କରି ଏହି ଖବର ପ୍ରକାଶ ପାଇଛି। ମହାବିଦ୍ୟାଳୟ ବିରୁଦ୍ଧରେ ଏଭଳି ଏକ ଖବର ପ୍ରକାଶ ପାଇଥିବାରୁ ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଆଜି ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଭଳି ଖବର ମହାବିଦ୍ୟାଳୟକୁ ବଦନାମ କରିବା ସହିତ ଛାତ୍ରଛାତ୍ରୀଙ୍କ ସମ୍ମାନରେ ଆଞ୍ଚ ଆଣିଛି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଏଥିସହିତ ଘଟଣାରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।</p> <p>ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମହାବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇବାରୁ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଏ ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ହେମନ୍ତ କୁମାର ରାଉତ ଯାଜପୁର ରୋଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପରିସ୍ଥିତି ଗମ୍ଭୀର ହେବାରୁ ଜିଲ୍ଲାପାଳ ମହାବିଦ୍ୟାଳୟକୁ ଆସି ଛାତ୍ରଛାତ୍ରୀଙ୍କୁ ବୁଝାଶୁଝା କରିଥିଲେ।</p>

Ordigital Desk
  • Published: Thursday, 31 August 2017
  • Updated: 31 August 2017, 10:30 PM IST

Sports

Latest News

<p>ଯାଜପୁର (ଓଡ଼ିଶା ରିପୋର୍ଟର): ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଏହି ମହାବିଦ୍ୟାଳୟ ଏକ ବେଶ୍ୟାଳୟରେ ପରିଣତ ହୋଇଛି ବୋଲି ଏକ ଖବରକାଗଜରେ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଖବରକାଗଜରେ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଓ ଆଧ୍ୟାପିକାଙ୍କୁ ସଂଶ୍ଲିଷ୍ଟ କରି ଏହି ଖବର ପ୍ରକାଶ ପାଇଛି। ମହାବିଦ୍ୟାଳୟ ବିରୁଦ୍ଧରେ ଏଭଳି ଏକ ଖବର ପ୍ରକାଶ ପାଇଥିବାରୁ ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଆଜି ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଭଳି ଖବର ମହାବିଦ୍ୟାଳୟକୁ ବଦନାମ କରିବା ସହିତ ଛାତ୍ରଛାତ୍ରୀଙ୍କ ସମ୍ମାନରେ ଆଞ୍ଚ ଆଣିଛି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଏଥିସହିତ ଘଟଣାରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।</p><p>ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମହାବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇବାରୁ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଏ ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ହେମନ୍ତ କୁମାର ରାଉତ ଯାଜପୁର ରୋଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପରିସ୍ଥିତି ଗମ୍ଭୀର ହେବାରୁ ଜିଲ୍ଲାପାଳ ମହାବିଦ୍ୟାଳୟକୁ ଆସି ଛାତ୍ରଛାତ୍ରୀଙ୍କୁ ବୁଝାଶୁଝା କରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos