ରାଜଧାନୀରେ ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି

 ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରୁ ବିକ୍ରି ହୋଇଥିବା ୬ ଦିନର ଶିଶୁପୁତ୍ର ଉଦ୍ଧାର ହୋଇଛି । ୟୁନିଟ୍–୩ ମାଳିସାହି ଅଞ୍ଚଳରୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ ଓ ଖାରବେଳ ନଗର ପୁଲିସ।  ଏନେଇ ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ବେଣୁଧର ସେନାପତି ଏହି ସୂଚନା ଦେଇଛନ୍ତି।  ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ କିଣିଥଥିବା ସ୍ୱୀକାର କରିଛନ୍ତି ନେଇଥିବା ବ୍ୟକ୍ତି । ଶିଶୁଟିକୁ CWCରେ ହାଜର ପରେ ସ୍ପେଶାଲ ଆଡପ୍ସନ୍ ସେଣ୍ଟର ପଠାଯିବ । ଗତକାଲି ୬ […]

baby

Tapas Behera
  • Published: Saturday, 19 June 2021
  • , Updated: 19 June 2021, 06:02 PM IST

 ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରୁ ବିକ୍ରି ହୋଇଥିବା ୬ ଦିନର ଶିଶୁପୁତ୍ର ଉଦ୍ଧାର ହୋଇଛି । ୟୁନିଟ୍-୩ ମାଳିସାହି ଅଞ୍ଚଳରୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ ଓ ଖାରବେଳ ନଗର ପୁଲିସ।  ଏନେଇ ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ବେଣୁଧର ସେନାପତି ଏହି ସୂଚନା ଦେଇଛନ୍ତି।  ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ କିଣିଥଥିବା ସ୍ୱୀକାର କରିଛନ୍ତି ନେଇଥିବା ବ୍ୟକ୍ତି ।

ଶିଶୁଟିକୁ CWCରେ ହାଜର ପରେ ସ୍ପେଶାଲ ଆଡପ୍ସନ୍ ସେଣ୍ଟର ପଠାଯିବ । ଗତକାଲି ୬ ଦିନର ଶିଶୁପୁତ୍ରକୁ ବାପା ନିଶା ଖାଇବା ଲାଗି ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଚାଲିଲଡ୍ଲାଇ ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି ଯେ, ଗତକାଲି ରାତିରେ ଏହି କେସର ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଥିଲା। ବର୍ତ୍ତମାନ ଘଟଣାର ତଦନ୍ତ ବି ଚାଲିଛି।

ଆମେ କମିଶନେରେଟ ପୁଲିସ ସହାୟତାରେ ମାଳିସାହିରୁ ପିଲାଟିକୁ ଉଦ୍ଧାର କରିଛୁ। ଯିଏ ପିଲା ନେଇଥିଲେ ସେ ବି ୧୦,୦୦୦ ଟଙ୍କାରେ ଶିଶୁଟିକୁ କିଣିଥିବା ସ୍ୱୀକାର କରିଛନ୍ତି। ଯେହେତୁ ପିଲାଟିର ବାପା-ମା ଗରିବ ତେଣୁ ଶିଶୁଟିକୁ ବିକ୍ରି କରିଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଯେଉଁ ବ୍ୟକ୍ତିଟି ଶିଶୁପୁତ୍ରକୁ ବିକ୍ରି କରିଛନ୍ତି ସେ ଡ୍ରଗ୍‌ ଆଡିକ୍ଟି ଭଳି ମନେ ହେଉଛନ୍ତି। ତେଣୁ ନିଶା ପାଇଁ ସେ ପିଲାଟିକୁ ବିକ୍ରି କରିଥାଇପାରନ୍ତି ବୋଲି ବେଣୁଧର କହିଛନ୍ତି। ତେବେ ଏନେଇ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

Related story