କୋରାପୁଟ(ସୂର୍ଯ୍ୟ ପଣ୍ଡା): କୋଟିଏ ଟଙ୍କାରେ ଗଞ୍ଜେଇ ଜବତ କଲା ପୁଲିସ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇଟି ଗାଡ଼ି ଜବତ କରିଛି। ଏପରି ଅଭିଯୋଗ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଅଞ୍ଚଳରୁ ଆସିଛି।
ଗତକାଲି ରାତିରେ ଗୋଟାଏ ପିକଅପ୍ ଭ୍ୟାନ୍ରେ ୧୦୦୦ କେଜିରୁ ଅଧିକ ଓଜନର ଗଞ୍ଜେଇ ଚାଳାଣ ହେଉଥିଲା। ଆଉ ସେହି ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ଗୋଟାଏ ମୋଟର ସାଇକେଲ ବାଟ କଢ଼ାଇ ନେଉଥିଲା। ଏ ସମ୍ପର୍କରେ ସେମିଳିଗୁଡ଼ା ଥାନା ପୁଲିସ ଜାଣିପାରି କକରିଗୁଡା ଛକ ନିକଟରେ ଜଗି ରହିଥିଲା।
ଆଉ ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ଅଟକାଇ ଥିଲା। ଉକ୍ତ ଗାଡ଼ିରୁ ଗଞ୍ଜେଇ ଜବତ କରିବା ସହିତ ପରମେଶ, କାର୍ତ୍ତିକ, ଗୋପାଳ ଭୋଇ, ଶ୍ୟମ ଭୋଇ ଓ ଡମୁ ଭୋଇଙ୍କୁ ଅଟକ ରଖିଥିଲା। ଆଜି ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାତ୍ର ଏହି ଗଞ୍ଜେଇ କେଉଁଠିକି ଚାଲାଣ ହେଉଥିଲା, ତାହା ଜଣାପଡ଼ି ନାହିଁ। ତେବେ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।