ଆତ୍ମହୂତି ଆନ୍ଦୋଳନରୁ ଓହରିଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଆତ୍ମହୂତି ଆନ୍ଦୋଳନ ନିଷ୍ପତ୍ତିରୁ ଜଟଣୀ ବିଧାୟକ ସୁରେଶ ରାଉତରାୟ ଓହରି ଯାଇଛନ୍ତି। ଆଜି ଏ ସମ୍ପର୍କରେ ସୂଚନା ଦେଇ ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି ଯେ, ଜଟଣୀ ଓ ଦାରୁଠେଙ୍ଗର ୨୭ଟି ଗାଁ ଲୋକଙ୍କ ସମସ୍ୟାର ସମାଧାନ ଜାନୁୟାରୀ ୨୬ତାରିଖ ସୁଦ୍ଧା ନହେଲେ ସେ ନବୀନ ନିବାସ ସମ୍ମୁଖରେ ଆନ୍ଦୋଳନ କରି ଆତ୍ମହୂତି ଦେବେ ବୋଲି ଘୋଷଣା କରିଥିଲେ। ମାତ୍ର ଗତକାଲି ଅର୍ଥାତ ଜାନୁୟାରୀ ୯ତାରିଖରେ […]

sura

Manoranjan Sial
  • Published: Friday, 10 January 2020
  • , Updated: 10 January 2020, 04:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଆତ୍ମହୂତି ଆନ୍ଦୋଳନ ନିଷ୍ପତ୍ତିରୁ ଜଟଣୀ ବିଧାୟକ ସୁରେଶ ରାଉତରାୟ ଓହରି ଯାଇଛନ୍ତି। ଆଜି ଏ ସମ୍ପର୍କରେ ସୂଚନା ଦେଇ ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି ଯେ, ଜଟଣୀ ଓ ଦାରୁଠେଙ୍ଗର ୨୭ଟି ଗାଁ ଲୋକଙ୍କ ସମସ୍ୟାର ସମାଧାନ ଜାନୁୟାରୀ ୨୬ତାରିଖ ସୁଦ୍ଧା ନହେଲେ ସେ ନବୀନ ନିବାସ ସମ୍ମୁଖରେ ଆନ୍ଦୋଳନ କରି ଆତ୍ମହୂତି ଦେବେ ବୋଲି ଘୋଷଣା କରିଥିଲେ। ମାତ୍ର ଗତକାଲି ଅର୍ଥାତ ଜାନୁୟାରୀ ୯ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏସବୁ ଦାବିଗୁଡ଼ିକୁ ବିଚାରକୁ ନେଇ କାର୍ଯ୍ୟ ସମ୍ପାଦନ ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି। ଗତକାଲି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶ୍ରୀ ରାଉତରାୟ ଆଲୋଚନା କରିଥିଲେ। ତାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଭାଗୀୟ ସଚିବମାନଙ୍କୁ ଡକାଇ ନିମ୍ନ ଦାବିଗୁଡ଼ିକର ତୁରନ୍ତ ସମାଧାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଜାନୁୟାରୀ ୨୭ରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ସହ ହେବାକୁ ଥିବା ଆତ୍ମହୂତି ଆନ୍ଦୋଳନକୁ ସ୍ଥଗିତ ରଖାଗଲା ବୋଲି ଶ୍ରୀ ରାଉତରାୟ ଘୋଷଣା କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମନୋରଂଜନ ଦାଶ, ମାନସ ଆଚାର୍ଯ୍ୟ, ପ୍ରକାଶ ମିଶ୍ର, ରସିକ ପଟ୍ଟନାୟକ, ତରୁଣ ମିଶ୍ର, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଜଟଣୀର ୨୭ଟି ଗାଁର ସ୍ଥିତିବାନ ସମ୍ପତ୍ତି ଯାହାକି ଭୁଲରେ ଜଗନ୍ନାଥଙ୍କ ଜମିରେ ପରିଣତ ହୋଇଛି, ତାହାର ମାଲିକାନା ସତ୍ତ୍ୱ ଅଞ୍ଚଳବାସୀଙ୍କୁ ଫେରାଇବା ପାଇଁ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି। ଏହାସହିତ ଦାରୁଠେଙ୍ଗରେ ଥିବା ଡମ୍ପିଂୟାର୍ଡକୁ ସ୍ଥାନାନ୍ତରିତ କରି ସେଠାରେ ଏକ ଟିଟ୍ମେଂଟ ପ୍ଲାଣ୍ଟ ପ୍ରତିଷ୍ଠା ହେବ ଏବଂ ଭୁବନେଶ୍ୱରରେ ପ୍ରତ୍ୟେକ ୱାର୍ଡରେ ଡମ୍ପିଂୟାର୍ଡ ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ସେହିପରି କପିଳେଶ୍ୱର ମନ୍ଦିରର ଚତୁଃପାଶ୍ୱର୍ର ଉନ୍ନତି କରିବା ସହିତ କେନାଲ ରାସ୍ତାକୁ ଚାରିଟିକିଆ ରାସ୍ତା ନିର୍ମାଣ କରିବା ସହିତ କପିଳେଶ୍ୱର-ଜଟଣୀ ରୋଡକୁ ଚାରିଥାକିିଆ ରାସ୍ତା ନିର୍ମାଣ କରିବା, ଜଟଣୀ ତଳଖେଦା ଠାରୁ ଜଟଣୀ ହରିଭାଇନା ଛକ ପର୍ଯ୍ୟନ୍ତ ଚାରିଟିକିଆ ରାସ୍ତା, କେରଙ୍ଗ ଠାରୁ ହଳଦିଆ ପର୍ଯ୍ୟନ୍ତ ଭାୟା ଟାଙ୍ଗିଆପଡା ରାସ୍ତାକୁ ଚାରିଟିକିଆ ରାସ୍ତା ଏବଂ ଜଟଣୀ ଥାନା ଛକ ଠାରୁ ତିରିମଲ ଭାୟା ବାଛେରା ପର୍ଯ୍ୟନ୍ତ ଚାରିଟିକିଆ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି।

Related story