ନବୀନ, ଧର୍ମେନ୍ଦ୍ର ଅଧା ରାବଣ; ନିରଞ୍ଜନ ସୁନ୍ଦର ରାମ ଚରିତ୍ର: ବଖାଣିଲେ ସୁର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜନୀତିରେ ୨-୩ ଜଣ ରାବଣ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଧା ରାବଣ । କିନ୍ତୁ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ସୁନ୍ଦର ରାମ ଚରିତ୍ର ବୋଲି ଗଣମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି ସୁର। ସୁରଙ୍କ ରାମରାବଣ ଉପାଖ୍ୟାନ ଏବେ ରାଜ୍ୟ ରାଜନୀତିକୁ  ଚର୍ଚ୍ଚାର ଖୋରାକ ଯୋଗାଇଛି। ସୁର କରିଥିବା ଖୁଲାସା ଅନୁଯାୟୀ, ଓଡ଼ିଶା ରାଜନୀତିରେ ସବୁ ଦଳରେ ରାବଣ ଅଛନ୍ତି, ଆମ ଦଳରେ ବି […]

sura-1-1

sura-1-1

Niharika Rout
  • Published: Monday, 07 October 2019
  • Updated: 07 October 2019, 04:04 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜନୀତିରେ ୨-୩ ଜଣ ରାବଣ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଧା ରାବଣ । କିନ୍ତୁ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ସୁନ୍ଦର ରାମ ଚରିତ୍ର ବୋଲି ଗଣମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି ସୁର। ସୁରଙ୍କ ରାମରାବଣ ଉପାଖ୍ୟାନ ଏବେ ରାଜ୍ୟ ରାଜନୀତିକୁ  ଚର୍ଚ୍ଚାର ଖୋରାକ ଯୋଗାଇଛି।

ସୁର କରିଥିବା ଖୁଲାସା ଅନୁଯାୟୀ, ଓଡ଼ିଶା ରାଜନୀତିରେ ସବୁ ଦଳରେ ରାବଣ ଅଛନ୍ତି, ଆମ ଦଳରେ ବି ଅଛନ୍ତି। ବିଜେଡିରେ ତ ଗୋଟିଏ ରାବଣ, ସିଏ କର୍ମଚାରୀଙ୍କୁ ଧରି ଶାସନ କରୁଛନ୍ତି। ନବୀନ ରାମ ଥିଲେ, ମଝିରେ ରାବଣ ହେଲେ।  ପରେ ରାମ ଆଉ ଏବେ ଅଧା ରାବଣ। ସେପରି ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ରାମ ଥିଲେ, ରାବଣ ହେଲେ,  ପୁଣି ଏବେ ଅଧାଳିଆ ରାବଣ ଅଛନ୍ତି।

ନିଜ ଦଳର ନେତା ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟଙ୍କୁ କିନ୍ତୁ ପ୍ରଶଂସାରେ ପୋତି ପକାଇଲେ ସୁର। କହିଲେ, ସେ ସୁନ୍ଦର ରାମ ଚରିତ୍ର; ଭଦ୍ର ଏବଂ ସରଳ ଲୋକ। ସେ ହେଉଛନ୍ତି ଜ୍ଞାନର ଭଣ୍ଡାର, ଧନର ଭଣ୍ଡାର। ସେ ମଦ ଛୁଅନ୍ତିନି କି ନାରୀଙ୍କୁ ଅନାନ୍ତିନି।

ସେହିପରି ରାଜ୍ୟ ମୁଖିଆ ନବୀନ ବାବୁଙ୍କର ବି ନାରୀ ପ୍ରୀତି ନାହିଁ। ତେବେ ଇନ୍ଦ୍ରଙ୍କ ମେହଫିଲରେ ଯାହା ଚଳେ, ତାଙ୍କର ଚଳେ ବୋଲି କହିଛନ୍ତି ସୁର।

ଓଡ଼ିଶା ରାଜନୀତିକୁ ଭଲ ଭାବେ ପରଖିଛନ୍ତି ନବୀନ। କୌଣସି ନେତାଙ୍କୁ ପାଖରେ ପୂରାଇ ଦେଉ ନାହାନ୍ତି। କେଉଁ ନେତା ନୁହେଁ, କର୍ମଚାରୀ କେଇଟାଙ୍କୁ ଧରି ଶାସନ କରୁଛନ୍ତି।  ନିଜ ବିଭାଗର କାମ ମନକୁ କରିବାର କ୍ଷମତା ତାଙ୍କ ମନ୍ତ୍ରୀଙ୍କର ନାହିଁ।

ଏହାପରେ ନିଜ ବିଷୟରେ ମଧ୍ୟ ବଖାଣିଲେ ସୁର ରାଉତରାୟ। କହିଲେ ଲୋକଙ୍କ କାମ ଲାଗି ମୁଁ ରାବଣ ହେବାକୁ ମଧ୍ୟ ପଛାଏ ନାହିଁ। ଲୋକଙ୍କ କାମ ପାଇଁ ମୁଁ ରାବଣଠୁ ବି ରାବଣ ହୋଇଯାଏ ବୋଲି କହିଲେ ସୁର। ଗରୀବ ଲୋକଙ୍କ ପାଇଁ ବେଳେବେଳେ ରାବଣ ପରି ବ୍ୟବହାର କରିବାକୁ ପଡ଼େ। ଦଳଠୁ ଊର୍ଦ୍ଧ୍ୱକୁ ଯାଇ ଲୋକଙ୍କ କାମ ହେବା ଦରକାର। ଦଳ କାମ ଦଳରେ। କିନ୍ତୁ ଲୋକଙ୍କ କାମରେ କୌଣସି ପ୍ରକାର ବୁଝାମଣା ନାହିଁ ବୋଲି କହିଛନ୍ତି ସୁର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos