ଓଟିଭିରୁ ଇସ୍ତଫା ଦେଲେ ବରିଷ୍ଠ ସାମ୍ବାଦିକ ରମେଶ ରଥ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଭିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରମେଶ ରଥ। ସାଂପ୍ରତିକ ପରିସ୍ଥିତିରେ ସେ ସାମ୍ନା କରୁଥିବା ସ୍ୱାସ୍ଥ୍ୟଗତ ସମସ୍ୟା ଓ ବ୍ୟକ୍ତିଗତ କାରଣରୁ ସେ ବୃତ୍ତିଗତ କାର୍ଯ୍ୟ ଠିକରେ ସଂପାଦନ କରିପାରିବେ ନାହିଁ ବୋଲି ଦର୍ଶାଇ ଇସ୍ତଫା ଦେଇଛନ୍ତି। କଂପାନୀ କର୍ତ୍ତୃପକ୍ଷଙ୍କୁ ସେ ୩ ମାସର ନୋଟିସ୍ ଦେବା ସହ ନିଜ ଇସ୍ତଫା ପତ୍ର ଇ-ମେଲ୍ ଯୋଗେ ପଠାଇଛନ୍ତି। ସେପଟେ ରମେଶ ଜାରି କରିଥିବା ଏକ ପ୍ରେସ୍ ରିଲିଜରେ ଉଲ୍ଲେଖ କରିଛନ୍ତି ଯେ […]

ramesh

Ranjit Kumar Jena
  • Published: Thursday, 22 October 2020
  • , Updated: 23 October 2020, 03:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଭିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରମେଶ ରଥ। ସାଂପ୍ରତିକ ପରିସ୍ଥିତିରେ ସେ ସାମ୍ନା କରୁଥିବା ସ୍ୱାସ୍ଥ୍ୟଗତ ସମସ୍ୟା ଓ ବ୍ୟକ୍ତିଗତ କାରଣରୁ ସେ ବୃତ୍ତିଗତ କାର୍ଯ୍ୟ ଠିକରେ ସଂପାଦନ କରିପାରିବେ ନାହିଁ ବୋଲି ଦର୍ଶାଇ ଇସ୍ତଫା ଦେଇଛନ୍ତି। କଂପାନୀ କର୍ତ୍ତୃପକ୍ଷଙ୍କୁ ସେ ୩ ମାସର ନୋଟିସ୍ ଦେବା ସହ ନିଜ ଇସ୍ତଫା ପତ୍ର ଇ-ମେଲ୍ ଯୋଗେ ପଠାଇଛନ୍ତି।

ସେପଟେ ରମେଶ ଜାରି କରିଥିବା ଏକ ପ୍ରେସ୍ ରିଲିଜରେ ଉଲ୍ଲେଖ କରିଛନ୍ତି ଯେ ଗତ ଅକ୍ଟୋବର ୧୫ ତାରିଖରେ ଭୁବନେଶ୍ୱର ପଟିଆସ୍ଥିତ ନିଜ ବାସଭବନ ନିକଟ ରାସ୍ତା ଉପରୁ କେନ୍ଦୁଝର ପୁଲିସ୍ ତାଙ୍କୁ ବଳପୂର୍ବକ ଉଠାଇ ନେଇଥିଲା। ପୁଲିସ୍ ତାଙ୍କୁ ବିନା କାରଣରେ ଅଟକ ରଖିବା ସହ ଅପମାନିତ କରିଥିଲା। ଏପରିକି ତାଙ୍କର ଦୁଇଟି ମୋବାଇଲ୍ ଫୋନକୁ ଛଡ଼ାଇ ନେଇଥିବା ସେ ଜଣାଇଛନ୍ତି।

ଏକ ମର୍ଫ ଭିଡିଓ ମାମଲାରେ ତାଙ୍କୁ ମିଛରେ ଛନ୍ଦା ଯାଉଥିବା ସେ ଜାଣିବାକୁ ପାଇଥିଲେ। ନିଜର ନିର୍ଭୀକ ସାମ୍ବାଦିକତା ପାଇଁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ୍ କରାଯାଇଥିବା ସେ ଉଲ୍ଲେଖ କରିଛନ୍ତି। ଗତ ୨୦ ବର୍ଷ ଧରି ସେ ଅନେକ ଅନୁସନ୍ଧାନମୂଳକ ରିପୋର୍ଟ କରିଛନ୍ତି।

ସ୍ୱଚ୍ଛ ଓ ନିରପେକ୍ଷ ସାମ୍ବାଦିକତା ପାଇଁ ଏହା ତାଙ୍କ ପ୍ରତି ପୁରସ୍କାର ବୋଲି ସେ ନିଜ କ୍ଷୋଭ ଦର୍ଶାଇଛନ୍ତି। ପ୍ରଥମଥର ପାଇଁ ପୁଲିସ୍ ତାଙ୍କୁ ଜଣେ ଅପରାଧୀ ଭାବେ ବ୍ୟବହାର କରାଯାଇଥିବା ରମେଶ ରଥ ପ୍ରେସ୍ ରିଲିଜରେ ଦର୍ଶାଇଛନ୍ତି।

 

Related story