ଦଳ ଗଢ଼ିବେ ଦାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟରର): ନୂଆ ଆଞ୍ଚଳିକ ଦଳ ଗଠନ କରିବେ ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ତଥା ବିଧାୟକ ଦାମୋଦର ରାଉତ। ଦଳ ଗଠନ ନେଇ ସେ ଆଜି ସଙ୍କେତ ଦେଇଛନ୍ତି। ସେ କହିଛନ୍ତି,“ଦୁର୍ନୀତି, ଭ୍ରଷ୍ଟାଚାର ଓ ଅପଶାସନର ପ୍ରତିରୋଧ କରିବା ପାଇଁ ନୂଆ ଆଞ୍ଚଳିକ ଦଳ ଗଠନ କରିବାକୁ ମସୁଧା କରୁଛୁ। ମୋର ବିଶ୍ୱାସ ଖୁବ୍‌ଶୀଘ୍ର ଆଞ୍ଚଳିକ ଦଳ ଗଠନ କରିବୁ। ତେବେ କେଉଁ ଦିନ କରିବୁ ଓ କେବେ କରିବୁ ମୁଁ ବ୍ୟକ୍ତିଗତ ଭାବେ […]

dama

Jitendra Garnayak
  • Published: Wednesday, 07 November 2018
  • , Updated: 07 November 2018, 02:44 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟରର): ନୂଆ ଆଞ୍ଚଳିକ ଦଳ ଗଠନ କରିବେ ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ତଥା ବିଧାୟକ ଦାମୋଦର ରାଉତ। ଦଳ ଗଠନ ନେଇ ସେ ଆଜି ସଙ୍କେତ ଦେଇଛନ୍ତି।

ସେ କହିଛନ୍ତି,“ଦୁର୍ନୀତି, ଭ୍ରଷ୍ଟାଚାର ଓ ଅପଶାସନର ପ୍ରତିରୋଧ କରିବା ପାଇଁ ନୂଆ ଆଞ୍ଚଳିକ ଦଳ ଗଠନ କରିବାକୁ ମସୁଧା କରୁଛୁ। ମୋର ବିଶ୍ୱାସ ଖୁବ୍‌ଶୀଘ୍ର ଆଞ୍ଚଳିକ ଦଳ ଗଠନ କରିବୁ। ତେବେ କେଉଁ ଦିନ କରିବୁ ଓ କେବେ କରିବୁ ମୁଁ ବ୍ୟକ୍ତିଗତ ଭାବେ କହିବା ଉଚିତ୍ ହେବ ନାହିଁ।  ଆମେ ଯେଉଁମାନେ ଏହି ଦଳ ଗଠନ କରିବାକୁ ଯାଉଛୁ, ଆସନ୍ତା ୯ ଓ ୧୦ରେ ଏ ନେଇ ଏକ ବୈଠକ କରିବୁ।   ୧୧ ବା ୧୨ ତାରିଖରେ ଏବାବଦରେ ସ୍ପଷ୍ଟ ସୂଚନା ଦିଆଯିବ।”

ଦାମ କହିଛନ୍ତି, “ବିଜୁ ବାବୁଙ୍କ ଆଦର୍ଶ ପରିପନ୍ଥୀ କାମକୁ ପ୍ରତିହତ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଜୁଙ୍କ ନାଁରେ ଦଳ ଗଠନ ପାଇଁ ଆଲୋଚନାରେ ପ୍ରସ୍ତାବ ଦେବି। କାରଣ ବିଜୁବାବୁଙ୍କ ନାଁ ବ୍ୟବହାର କରି ଦଳେ ସମ୍ପତ୍ତି ଠୁଳ କରୁଛନ୍ତି ଓ ରାଜ୍ୟର ସ୍ୱାର୍ଥ ବିରୋଧରେ ଯାଉଛନ୍ତି। ସେମାନେ ଦୁର୍ନୀତି, ଭ୍ରଷ୍ଟାଚାରକୁ ଆପଣେଇ ନେଇଛନ୍ତି। ଏମାନେ ବିଜୁବାବୁଙ୍କ ସହ ବ୍ୟକ୍ତିଗତ ଭାବରେ ପରିଚିତ ନୁହନ୍ତି। ତାଙ୍କ ସହ ଏମାନେ କାମ କରି ନାହାନ୍ତି। ଯେଉଁମାନେ ବିଜୁବାବୁଙ୍କ ସଭା ଭାଙ୍ଗୁଥିଲେ, ସେମାନେ ଆଜି ବିଜୁ ଆଦର୍ଶର ପ୍ରବକ୍ତା ହୋଇଛନ୍ତି।”

ସେ କହିଛନ୍ତି,“ମୋ ସହ ଯେଉଁମାନେ ଦଳ ଗଠନ କରିବାକୁ ଯାଉଛନ୍ତି, ସେମାନେ ବିଜୁବାବୁଙ୍କ ଅନୁଗତ ଥିଲେ। ବିଜୁବାକୁ ଆମକୁ ଛୁଆଙ୍କୁ ପାଠ ପଢ଼ାଇବା ଭଳି ଓଡ଼ିଶାର ସ୍ୱାର୍ଥ କ’ଣ, ଓଡ଼ିଶାର ସ୍ୱାଭିମାନ କ’ଣ ଓ ଓଡ଼ିଶାର ଇତିହାସ କ’ଣ ସବୁ ବୁଝାଉଥିଲେ। ସେ କହିଥିଲେ, ସ୍ପଷ୍ଟବାଦୀ ହୁଅ। ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଜୀବନବ୍ୟାପି କାମ କର।”

ସେ କହିଛନ୍ତି,“ନୂଆ ଆଞ୍ଚଳିକ ଦଳ ହେଲେ କାହା ସହ ଗଠବନ୍ଧନ କରିବନି।” ବୈଜୟନ୍ତ ପଣ୍ଡାଙ୍କୁ ଦଳରେ ରଖିବା ପାଇଁ ସେ ଆଗ୍ରହୀ ବୋଲି କହିଛନ୍ତି।

ତେବେ ଆଞ୍ଚଳିକ ଦଳ ଗଠନରେ ସରକାର ବାଧକ ସାଜୁଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି,“ସରକାର ଆମ ନେତାଙ୍କ ଭିତରେ ବିଭେଦ ପାଇଁ ଉଦ୍ୟମ କରୁଛନ୍ତି।”

ଦାମ ଆହୁରି କହିଛନ୍ତି,“ଏଠି ସରକାର କହିଲେ ପାଣ୍ଡିଆନଙ୍କୁ ବୁଝାଏ।”

Related story