ଭାଙ୍ଗିଲେ ନୀରବତା ! କରୋନା ପ୍ୟାକେଜକୁ କଟାକ୍ଷ କଲେ ଦାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୀରବତା ଭାଙ୍ଗିଲେ ଦାମ। ରାଜନୀତିରୁ ଏକପ୍ରକାର ସନ୍ନ୍ୟାସ ନେଇଥିବା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଟ ରାଜନେତା ଦାମୋଦର ରାଉତ ଦୀର୍ଘଦିନ ଗଣମାଧ୍ୟମଠାରୁ ଦୂରେଇ ରହିବା ପରେ ଏବେ ମୁହଁ ଖୋଲିଛନ୍ତି।  କରୋନା ମହାମାରୀକୁ ନେଇ କେନ୍ଦ୍ର ସରକାର ୨୦ ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରିଥିବା ବେଳେ ଦାମ ଏହାକୁ ସମାଲୋଚନା କରିଛନ୍ତି।  ଏନେଇ ସେ  ତାଙ୍କ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ,  କେନ୍ଦ୍ର ସରକାର ୨୦ ଲକ୍ଷ କୋଟି […]

p1-36-1

Tapas Behera
  • Published: Saturday, 16 May 2020
  • , Updated: 16 May 2020, 04:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୀରବତା ଭାଙ୍ଗିଲେ ଦାମ। ରାଜନୀତିରୁ ଏକପ୍ରକାର ସନ୍ନ୍ୟାସ ନେଇଥିବା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଟ ରାଜନେତା ଦାମୋଦର ରାଉତ ଦୀର୍ଘଦିନ ଗଣମାଧ୍ୟମଠାରୁ ଦୂରେଇ ରହିବା ପରେ ଏବେ ମୁହଁ ଖୋଲିଛନ୍ତି।  କରୋନା ମହାମାରୀକୁ ନେଇ କେନ୍ଦ୍ର ସରକାର ୨୦ ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରିଥିବା ବେଳେ ଦାମ ଏହାକୁ ସମାଲୋଚନା କରିଛନ୍ତି।  ଏନେଇ ସେ  ତାଙ୍କ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି।

ସେଥିରେ ସେ ଲେଖିଛନ୍ତି ଯେ,  କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ଯେଉଁ  ଘୋଷଣା କରିଛନ୍ତି  ତାକୁ ଦେଖିଲେ ଆକାଶ କୟାଁ ଚିଲିକା ମାଛ ପରି ଲାଗୁଛି। ୨୦ ଲକ୍ଷ ଟଙ୍କା କେଉଁଠୁ ଆସିବ ସରକାର ସେ କଥା କହିନାହାନ୍ତି। ବାର୍ଷିକ ବଜେଟରୁ କାଟଛାଟ କରି ଯଦି ଟଙ୍କା ଆସିବ ତେବେ ବଜେଟ କିପରି କାର୍ଯ୍ୟକାରୀ ହେବ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।  ଏଥିସହ ଦାମ ଓଡ଼ିଶା ପ୍ରସଙ୍ଗ କଥା ଉଠାଇଛନ୍ତି। ଏନେଇ ସେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତବ ମଧ୍ୟ ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଓଡ଼ିଶାକୁ ବହୁ ପ୍ରବାସୀ ଆସୁଛନ୍ତି। ସେମାନଙ୍କୁ ଥଇଥାନ କରିବା , କ୍ୱାରେଣ୍ଟାଇନ୍‌ରେ ରଖିବା ଖାଇବାକୁ ଦେବା ଏବଂ ସେମାନଙ୍କୁ ଯତ୍ନ ନେବା ଆବଶ୍ୟକ ରହିଛି।

ପ୍ରବାସୀ ଓଡ଼ିଆଙ୍କୁ ଥଇଥାନ କରିବା ପାଇଁ  କେନ୍ଦ୍ର ସରକାର ଯଦି କିଛି ଆର୍ଥିକ ସମ୍ବଳ ସାହାଯ୍ୟ କରନ୍ତେ ତେବେ ଭଳ ହୁଅନ୍ତା।  ତେବେ ଶେଷରେ କେନ୍ଦ୍ର ପକ୍ଷରୁ ଘୋଷଣା ହୋଇଥିବା ଆର୍ଥିକ ପ୍ୟାକେଜକୁ  କଟାକ୍ଷ କରିଛନ୍ତି। ଲେଖିଛନ୍ତି ସରକାର ଯେଉଁ ପ୍ୟାକେଜ ଘୋଷଣା କରିଛନ୍ତି ସେ ପ୍ୟାକେଜକୁ ଦେଖି କରି ଯେଆଉଁମାନଙ୍କର ସାମ୍ପ୍ରତୀକ ଅର୍ଥନୀତି ସହ ସମ୍ପର୍କ ନାହିଁ ସେଇ ଲୋକମାନେ ଆକାଶ କୟାଁ ଚିଲିକା ମାଛ, ମନକୁ ସୁଆଦ ପାଟିକୁ ମିଛ ବୋଲି ଉଲ୍ଲେଖ କରିଛନ୍ତି।

Related story