‘ଜଗା କାଳିଆଙ୍କ ପାଇଁ ୧୦୮ ମନ୍ଦିର ବୁଲିଥିଲି, ଆଜି ଦେଖିବାକୁ ଆସିଛି’

କଟକ(ଓଡ଼ିଶା ରିପୋର୍ଟର):ମୁଁ ଜଗା କାଳିଆଙ୍କ ପାଇଁ ସାରା ରାଜ୍ୟରେ ୧୦୮ ମନ୍ଦିର ବୁଲିଛି। ସେମାନଙ୍କ ଲାଗି ଠାକୁରଙ୍କୁ ପ୍ରାର୍ଥନା କରିଛି। ନେହୁରା ହୋଇ କହିଛି ପ୍ରଭୁ ଜଗା-କାଳିଆଙ୍କୁ ବଞ୍ଚାଇ ଦିଅ। ତେଣୁ ଆଜି ଯେତେବେଳେ ଶୁଣିଲି ଉଭୟ ଜଗା-କାଳିଆ କଟକ ଆସିଛନ୍ତି ତେଣୁ ମୁଁ ଉଭୟଙ୍କୁ ଦେଖିବାକୁ ଚାଲିଆସିଲି। ଏହା କହିଛନ୍ତି ଗଞ୍ଜାମ କବିସୂର୍ଯ୍ୟନଗରର ସମାଜ ସେବୀ ଏ.ବ୍ରହ୍ମାନନ୍ଦ ଆଚାର୍ଯ୍ୟ। ସେ କହିଛନ୍ତି ଯେ, ଯେଉଁ ସମୟରେ ଜଗା-କାଳିଆଙ୍କ କଥା ଗଣମାଧ୍ୟମରେ ସମସ୍ତଙ୍କ ସାମ୍ନାକୁ ଆସିଲା ସେ […]

b-900

b-900

Tapas Behera
  • Published: Saturday, 07 September 2019
  • Updated: 07 September 2019, 05:09 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):ମୁଁ ଜଗା କାଳିଆଙ୍କ ପାଇଁ ସାରା ରାଜ୍ୟରେ ୧୦୮ ମନ୍ଦିର ବୁଲିଛି। ସେମାନଙ୍କ ଲାଗି ଠାକୁରଙ୍କୁ ପ୍ରାର୍ଥନା କରିଛି। ନେହୁରା ହୋଇ କହିଛି ପ୍ରଭୁ ଜଗା-କାଳିଆଙ୍କୁ ବଞ୍ଚାଇ ଦିଅ। ତେଣୁ ଆଜି ଯେତେବେଳେ ଶୁଣିଲି ଉଭୟ ଜଗା-କାଳିଆ କଟକ ଆସିଛନ୍ତି ତେଣୁ ମୁଁ ଉଭୟଙ୍କୁ ଦେଖିବାକୁ ଚାଲିଆସିଲି। ଏହା କହିଛନ୍ତି ଗଞ୍ଜାମ କବିସୂର୍ଯ୍ୟନଗରର ସମାଜ ସେବୀ ଏ.ବ୍ରହ୍ମାନନ୍ଦ ଆଚାର୍ଯ୍ୟ। ସେ କହିଛନ୍ତି ଯେ, ଯେଉଁ ସମୟରେ ଜଗା-କାଳିଆଙ୍କ କଥା ଗଣମାଧ୍ୟମରେ ସମସ୍ତଙ୍କ ସାମ୍ନାକୁ ଆସିଲା ସେ ସମୟରେ

ସାରା ବିଶ୍ୱରେ ଏକ ପ୍ରକାର ଚହଳ ସୃଷ୍ଟି ହେଲା। ଯୋଡ଼ା ମୁଣ୍ଡ ଶିଶୁ ଜଗାକାଳିଆଙ୍କର ବିରଳ ଅସ୍ତ୍ରୋପଚାର ହେବ। ସେ ସମୟରେ ଏହି ଜଗା-କାଳିଆଙ୍କ ପ୍ରତି ସାରା ଓଡ଼ିଶାର ଲୋକଙ୍କ ସହାନଗୁତିର ସୁଅ ଛୁଟିଲା। ଉଭୟଙ୍କର ଆରୋଗ୍ୟ କାମନା କରି ସବୁଠି ଦୀପ ଜଳିଲା। ସବୁ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଲା।

ତେଣୁ ମୋର ମନ ହେଲା ଯେ, ମୁଁ ଦୁଇ ଜଣଙ୍କର ଫଟୋଧରି ଏବଂ ସାଥୀରେ ଜଗନ୍ନାଥ ମହାପ୍ରଭୁଙ୍କ ଦାରୁ ମୂର୍ତ୍ତି ଧରି ଭୁବନେଶ୍ୱର, ପୁରୀ ଓ କଟକ ସବୁ ଜାଗାରେ ୧୦୮ ମନ୍ଦିର  ବୁଲି ଠାକୁରଙ୍କୁ ଗୁହାରି କରିଥିଲି। ନେହୁରା ହୋଇ କହିଥିଲି ହେ ଭଗବାନ ଜଗା-କାଳିଆଙ୍କୁ ଭଲ କରି ଦିଅନ୍ତୁ । ତାଙ୍କର ଜୀବନ ବଞ୍ଚିଲେ ଆମ ଡାକ୍ତରଙ୍କର ସାରା ବିଶ୍ୱରେ ନାଁ ହେବ। ତେଣୁ ଜଗା-କାଳିଆ କଟକରେ ପହଞ୍ଚିଥିବାରୁ ମୁଁ ବହୁତ ଖୁସି।

ଯେହେତୁ ମୁଁ ୧୦୮ ମନ୍ଦିର ବୁଲିଥିଲି ତେଣୁ ଜଗା-କାଳିଆ ଆସିବା ଶୁଣି ତାଙ୍କୁ ଦର୍ଶନ ପାଇଁ ଆସିଛି। ମୁଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଜଗାକାଳିଆ ପୂରା ଆରୋଗ୍ୟ ହୋଇଯାଆନ୍ତୁ। ସୂଚନା ଅନୁଯାୟୀ କଟକରେ ପହଞ୍ଚିଛନ୍ତି  ଜଗା କାଳିଆ। ରାଜଧାନୀ ଏକ୍ସପ୍ରେସ୍‌ରେ ଦିଲ୍ଲୀରୁ ଆସି ସେମାନେ କଟକ ରେଳ ଷ୍ଟେସନରେ ପହଞ୍ଚିଛନ୍ତି। କଟକରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଉଭୟଙ୍କୁ ଏସ୍‌ସିବିକୁ ନିଆଯିବ।  ଏସସିବିରେ ଜଗା, କାଳିଆଙ୍କ ପାଇଁ ଆଇସିୟୁ ସୁବିଧା ଥିବା ଦୁଇ ଶଯ୍ୟା ବିଶିଷ୍ଟ କୋଠରୀ ବ୍ୟବସ୍ଥା ହୋଇଛି।

ଚିକିତ୍ସା ପାଇଁ ୧୬ ଜଣିଆ ଟିମ୍ ଗଠନ କରାଯାଇଛି। ଆବଶ୍ୟକ ହେଲେ ଅଧିକ ଡାକ୍ତରଙ୍କୁ ଟିମ୍‌ରେ ସାମିଲ କରାଯିବ ବୋଲି ମେଡିକାଲ ଅଧିକ୍ଷକ କହିଛନ୍ତି।

ଗତକାଲିଠୁ ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସରେ ବାହାରିଛନ୍ତି ଜଗା ଏବଂ କାଳିଆ। ଦିଲ୍ଲୀ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ଦୀପକ ଗୁପ୍ତା ଓ ନ୍ୟୁରୋ ଆନାସ୍ଥେସିଆ ବିଭାଗ ଡାକ୍ତର ଗିରିଜା ରଥଙ୍କ ସହ ଓଡ଼ିଶା ନିବାସ କର୍ମଚାରୀଙ୍କୁ ମିଶାଇ ମୋଟ ୧୧ ଜଣ ଜଗା-କାଳିଆଙ୍କ ସହ ଆସୁଛନ୍ତି। ୬ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମଧ୍ୟରୁ ୪ଜଣ ଏମ୍ସ ଡାକ୍ତର ରହିବେ। କନ୍ଧମାଳ ଜିଲ୍ଲାର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କୁ ଜୁନ୍ ୨୦୧୭ରେ ସଫଳତାର ସହ ଅପରେସନ୍ କରାଯାଇଥିଲା। ସେବେଠୁ ଦୁଇ ଶିଶୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story