ସେପ୍ଟେମ୍ବର ୮ରେ ବିଧାନସଭା ଘେରିବ ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀ ସଂଘ

ଭୁବନେଶ୍ୱର: ଆଗାମୀ ବିଧାନସଭା ଅଧିବେଶନ ବେଳେ ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀ ସଂଘ ପୁଣି ଆନ୍ଦୋଳନକୁ ଓହ୍ଲାଇବ। ସେପ୍ଟେମ୍ବର ୮ ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ସହ ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ରାଜ୍ୟର ୨୬୦୮ ନୂଆ ଅନୁଦାନପ୍ରାପ୍ତ ଏବଂ ୧୬୭ଟି ଅନୁଦାନରୁ ବଞ୍ଚିତ ହାଇସ୍କୁଲର ଶିକ୍ଷକ-କର୍ମଚାରୀ ଏଥିରେ ସାମିଲ ହେବେ। ଅନୁଦାନପ୍ରାପ୍ତ ସମସ୍ତ ବିଦ୍ୟାଳୟକୁ ସରକାରୀକରଣ, ସମାନ କାମକୁ ସମାନ ଦରମା ବ୍ୟବସ୍ଥା, ସର୍ବଶିକ୍ଷା ଓ […]

block-grant

Rakesh Mallick
  • Published: Monday, 22 August 2016
  • , Updated: 22 August 2016, 06:30 PM IST

ଭୁବନେଶ୍ୱର: ଆଗାମୀ ବିଧାନସଭା ଅଧିବେଶନ ବେଳେ ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀ ସଂଘ ପୁଣି ଆନ୍ଦୋଳନକୁ ଓହ୍ଲାଇବ। ସେପ୍ଟେମ୍ବର ୮ ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ସହ ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ରାଜ୍ୟର ୨୬୦୮ ନୂଆ ଅନୁଦାନପ୍ରାପ୍ତ ଏବଂ ୧୬୭ଟି ଅନୁଦାନରୁ ବଞ୍ଚିତ ହାଇସ୍କୁଲର ଶିକ୍ଷକ-କର୍ମଚାରୀ ଏଥିରେ ସାମିଲ ହେବେ।

ଅନୁଦାନପ୍ରାପ୍ତ ସମସ୍ତ ବିଦ୍ୟାଳୟକୁ ସରକାରୀକରଣ, ସମାନ କାମକୁ ସମାନ ଦରମା ବ୍ୟବସ୍ଥା, ସର୍ବଶିକ୍ଷା ଓ ମାଧ୍ୟମିକ ଶିକ୍ଷା ଅଭିଯାନର ସୁବିଧା, ବିଦ୍ୟାଳୟଗୁଡିକରେ ଭିତ୍ତିଭୂମିର ବିକାଶ ସହ ଖାଲି ପଡିଥିବା ଶିକ୍ଷକ ଓ କର୍ମଚାରୀ ପଦବୀ ପୂରଣ ଆଦି ୯ ଦଫା ଦାବି ନେଇ ସଂଘ ଏହି ଆନ୍ଦୋଳନ ଡାକରା ଦେଇଛି। ସରକାର ଏଥର ସେମାନଙ୍କ ଦାବି ପୂରଣ ନ କଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ୩୦,୦୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ କର୍ମଚାରୀ ସେମାନଙ୍କ ପରିବାର ସହ ନିର୍ବାଚନ ବର୍ଜନ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Related story