ସେପ୍ଟେମ୍ୱର ୨ରେ ସର୍ବଭାରତୀୟ ଧର୍ମଘଟକୁ ଓଷ୍ଟାର ସମର୍ଥନ

ଭୁବନେଶ୍ୱର: ସମସ୍ତ ପ୍ରକାର ଠିକା ନିଯୁକ୍ତି, ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ପେନସନ୍ ଫଣ୍ଡକୁ ବେସରକାରୀ କରିବା ତଥା ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ବିରୋଧରେ ସମସ୍ତ କେନ୍ଦ୍ରୀୟ ଟ୍ରେଡୟୁନିୟନ ଓ ଫେଡ଼ରେସନ ସମୁହ ସେପ୍ଟେମ୍ୱର ୨ତାରିଖ ଦିନ ସର୍ବଭାରତୀୟ ଧର୍ମଘଟ ଡାକରା ଦେଇଛନ୍ତି ।ଏହି ଧର୍ମଘଟକୁ ସର୍ବଭାରତୀୟ ସ୍କୁଲ ଟିଚର ଫେଡ଼ରେସନ‌୍‍ ଅଫ‌୍‍ ଇଣ୍ଡିଆ (ଏସ‌୍‍.ଟି.ଏଫ‌୍‍.ଆଇ.) ସମର୍ଥନ ଜଣାଇଛି । ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଏହାର ସହବନ୍ଧିତ ସଂଗଠନ ହୋଇଥିବାରୁ […]

ossta_logo

ossta_logo

Rakesh Mallick
  • Published: Tuesday, 01 September 2015
  • Updated: 01 September 2015, 04:35 AM IST

Sports

Latest News

ଭୁବନେଶ୍ୱର: ସମସ୍ତ ପ୍ରକାର ଠିକା ନିଯୁକ୍ତି, ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ପେନସନ୍ ଫଣ୍ଡକୁ ବେସରକାରୀ କରିବା ତଥା ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ବିରୋଧରେ ସମସ୍ତ କେନ୍ଦ୍ରୀୟ ଟ୍ରେଡୟୁନିୟନ ଓ ଫେଡ଼ରେସନ ସମୁହ ସେପ୍ଟେମ୍ୱର ୨ତାରିଖ ଦିନ ସର୍ବଭାରତୀୟ ଧର୍ମଘଟ ଡାକରା ଦେଇଛନ୍ତି ।ଏହି ଧର୍ମଘଟକୁ ସର୍ବଭାରତୀୟ ସ୍କୁଲ ଟିଚର ଫେଡ଼ରେସନ‌୍‍ ଅଫ‌୍‍ ଇଣ୍ଡିଆ (ଏସ‌୍‍.ଟି.ଏଫ‌୍‍.ଆଇ.) ସମର୍ଥନ ଜଣାଇଛି । ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଏହାର ସହବନ୍ଧିତ ସଂଗଠନ ହୋଇଥିବାରୁ ଏହି ସର୍ବ ଭାରତୀୟ ଧର୍ମଘଟକୁ ସଂଗଠନ ସମର୍ଥନ ଜଣାଇଛି ।

ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କର ବିଭିନ୍ନ ଦାବି ସହିତ ଶ୍ରମିକ, ସରକାରୀ କର୍ମଚାରୀ ଓ ଜନସାଧାରଣଙ୍କର ଦାବିକୁ ନେଇ ସର୍ବଭାରତୀୟ ଧମର୍ଘଟ ହେଉଥିବାରୁ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଏହି ଧର୍ମଘଟକୁ ପୂର୍ଣ୍ଣ ସମଥର୍ନ ଜଣାଇବ ବୋଲି ସଂଗଠନର ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ ଓ ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଜଣାଇଛନ୍ତି ।ଏଥିସହିତ ରାଜ୍ୟର ସମସ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ଧର୍ମଘଟରେ ସାମିଲ ହେବାପାଇଁ ସେମାନେ ଆହ୍ୱାନ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos