ସେପ୍ଟେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ୱର: ଆସନ୍ତା ମାସରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ବୁଧବାର ପିସିସି ଟିମରେ ପ୍ରଥମ ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ। ଆସନ୍ତା ମାସକ ମଧ୍ୟରେ ବ୍ଲକ୍ କଂଗ୍ରେସ କମିଟି ଚୂଡ଼ାନ୍ତ ହେବ ଓ ଦୁଇମାସ ମଧ୍ୟରେ ଖାଲି ଥିବା ସମସ୍ତ ପଦ ପୂରଣ କରାଯିବ ବୋଲି ସେ କହିଛନ୍ତି। ପ୍ରତି ଲୋକସଭା ଆସନରେ ଦାୟିତ୍ୱରେ ଜଣେ ଲେଖାଏଁ ସାଧାରଣ ସଂପାଦକ ରହିବେ। […]

pcc meeting at bbsr

Rakesh Mallick
  • Published: Wednesday, 12 August 2015
  • , Updated: 12 August 2015, 02:52 PM IST

ଭୁବନେଶ୍ୱର: ଆସନ୍ତା ମାସରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ବୁଧବାର ପିସିସି ଟିମରେ ପ୍ରଥମ ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ। ଆସନ୍ତା ମାସକ ମଧ୍ୟରେ ବ୍ଲକ୍ କଂଗ୍ରେସ କମିଟି ଚୂଡ଼ାନ୍ତ ହେବ ଓ ଦୁଇମାସ ମଧ୍ୟରେ ଖାଲି ଥିବା ସମସ୍ତ ପଦ ପୂରଣ କରାଯିବ ବୋଲି ସେ କହିଛନ୍ତି। ପ୍ରତି ଲୋକସଭା ଆସନରେ ଦାୟିତ୍ୱରେ ଜଣେ ଲେଖାଏଁ ସାଧାରଣ ସଂପାଦକ ରହିବେ। ସେହିପରି ଏହା ଅଧୀନରେ ଥିବା ୭ଟି ବିଧାନସଭା ଦାୟିତ୍ୱ ୩ ଜଣ ସଂପାଦକ ବୁଝିବେ। ୨ରୁ ୩ଟି ଜିଲ୍ଲାକୁ ନେଇ କଂଗ୍ରେସ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟବ୍ୟାପୀ ପଦଯାତ୍ରା କରିବ। ଏଥିରେ ବିଭିନ୍ନ ପ୍ରସଙ୍ଗକୁ ଫୋକସ୍ କରାଯିବ। ସେହିପରି ଦଳର ସଭ୍ୟ ସଂଗ୍ରହ ଅଭିଯାନ ଜାରି ରହିବ। ୩୨ ହଜାର ବୁଥ୍ କମିଟି ଗଠନ ଲାଗି ଲକ୍ଷ୍ୟ ରଖାଯାଇଥିବା ସଭାପତି କହିଛନ୍ତି। ଏବେ କଂଗ୍ରେସ ସଦସ୍ୟ ସଂଖ୍ୟା ୮ ଲକ୍ଷ ବୋଲି ଦଳ ଦାବି କରିଛି। କିଛି ସମୟ ପରେ ଦଳ ପରିବର୍ଦ୍ଧିତ କାର୍ଯ୍ୟାକାରିଣୀ ବସିବ। ଏଥିରେ ରାଜନୈତିକ ଓ ସାଙ୍ଗଠନିକ ଚିଠା ପ୍ରସ୍ତାବ ଗୃହିତ ହେବ ବୋଲି  ପିସିସ ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି। ଏଥିରେ ଏଆଇସିସି ସାଧାରଣ ସମ୍ପାଦକ ଓ ଓଡ଼ିଶା ଦାୟିତ୍ୱରେ ଥିବା ବି.କେ ହରିପ୍ରସାଦ, ଓଡ଼ିଶା ପ୍ରଭାରୀ ଶୁଭଙ୍କର ସରକାର, ବିରୋଧୀ ଦଳ ନେତା ନିରସିଂହ ମିଶ୍ର, ପୂର୍ବତନ ସାଂସଦ ପ୍ରଦୀପ ମାଝି, ହେମାନନ୍ଦ ବିଶ୍ୱାଳ, ଚନ୍ଦ୍ରଶେଖର ସାହୁ,ଶ୍ରୀକାନ୍ତ ଜେନା,ଜୟନ୍ତି ପଟ୍ଟନାୟକ,ଚିରଞ୍ଜିବ ବିଶ୍ୱାଳ, ସୁଶୀଳା ତାରିଆ,ଜୟଦେବ ଜେନା, ଶରତ ପଟ୍ଟନାୟକ, କାହ୍ନୁ ଚରଣ ଲେଙ୍କା, ଲାଲାଟେନ୍ଦୁ ବିଦ୍ୟଧର ମହାପାତ୍ର,ଗଣେଶ୍ୱର ବେହେରା, ମହିଳା କଂଗ୍ରେସ ସଭାପତି ସଶ୍ମିତା ବେହେରା, ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀଙ୍କ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

Related story