ସିରିଜ୍ ଦୁର୍ଘଟଣା ଘଟାଇ ସଚିବାଳୟର ସୁରକ୍ଷା ବଳୟ ଭେଦିଲା କାର୍

ଭୁବନେଶ୍ୱର: ଆଜି ଏକ କାର୍ ସିରିଜ୍ ଦୁର୍ଘଟଣା ଘଟାଇ ସଚିବାଳୟ ଭିତରକୁ ପ୍ରବେଶ କରି ସେଠାରୁ ଅନାୟାସରେ ବାହାରି ଯାଇଥିଲା। ସୁରକ୍ଷାକର୍ମୀଙ୍କ କଡ଼ା ସୁରକ୍ଷା ବଳୟକୁ ଚାଲେଞ୍ଜ କରି କାର୍ ଚାଳକ ଜଣକ ଫେରାର ହୋଇଯାଇଥିଲେ। ଅବଶ୍ୟ ପରେ ପୋଲିସ୍ ଗାଡ଼ିକୁ ଠାବ କରି ଜବତ କରିବା ସହିତ ଚାଳକ ଦୋଳଗୋବିନ୍ଦ ରାଉତଙ୍କୁ ଅଟକ ରଖିଛି।  OD 02 G 0477  ନମ୍ବର ବିଶିଷ୍ଟ ଏହି ହ୍ୟୁଣ୍ଡାଇ ଇଅନ କାର ଆଜି ରାଜଧାନୀରେ ସୃଷ୍ଟି କରିଥିଲା ଆତଙ୍କ।ଡ୍ରାଇଭର୍ ଦୋଳଗୋବିନ୍ଦ […]

bbsr accident

Rakesh Mallick
  • Published: Saturday, 17 October 2015
  • , Updated: 17 October 2015, 02:30 PM IST

ଭୁବନେଶ୍ୱର: ଆଜି ଏକ କାର୍ ସିରିଜ୍ ଦୁର୍ଘଟଣା ଘଟାଇ ସଚିବାଳୟ ଭିତରକୁ ପ୍ରବେଶ କରି ସେଠାରୁ ଅନାୟାସରେ ବାହାରି ଯାଇଥିଲା। ସୁରକ୍ଷାକର୍ମୀଙ୍କ କଡ଼ା ସୁରକ୍ଷା ବଳୟକୁ ଚାଲେଞ୍ଜ କରି କାର୍ ଚାଳକ ଜଣକ ଫେରାର ହୋଇଯାଇଥିଲେ। ଅବଶ୍ୟ ପରେ ପୋଲିସ୍ ଗାଡ଼ିକୁ ଠାବ କରି ଜବତ କରିବା ସହିତ ଚାଳକ ଦୋଳଗୋବିନ୍ଦ ରାଉତଙ୍କୁ ଅଟକ ରଖିଛି।

 OD 02 G 0477  ନମ୍ବର ବିଶିଷ୍ଟ ଏହି ହ୍ୟୁଣ୍ଡାଇ ଇଅନ କାର ଆଜି ରାଜଧାନୀରେ ସୃଷ୍ଟି କରିଥିଲା ଆତଙ୍କ।ଡ୍ରାଇଭର୍ ଦୋଳଗୋବିନ୍ଦ ରାଉତ ଦିନ ପ୍ରାୟ ସାଢେ଼ ୧୧ଟା ବେଳେ ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରିଥିଲେ। ଗାଡ଼ିଟି ପ୍ରଥମେ ଧକ୍କା ଦେଇଥିଲା ଜଣେ ସାଇକେଲ ଆରୋହୀକୁ। ତା’ପରେ ବାଣୀବିହାର ଆଡ଼କୁ ଯାଇ କିଛି ବାଇକ୍ ଚାଳକ, ଜଣେ ମହିଳା ସମେତ ଜଣେ ଅଟୋ ଚାଳକକୁ ମଧ୍ୟ ଧକ୍କା କରିଥିବା ଅଭିଯୋଗ ହୋଇଛି। ପରେ ଗାଡ଼ି ଚାଳକ ପୁଣି ମାଷ୍ଟରକ୍ୟାଣ୍ଟିନ ଆଡ଼କୁ ଫେରି ଆସିଥିଲେ ଏବଂ ସିଧା ସଚିବାଳୟ ଅଭିମୁଖେ ଗାଡ଼ି ଛୁଟାଇ ଥିଲେ। ସଚିବାଳୟ ମୁଖ୍ୟ ଗେଟରେ ପଶି ଅନୟାସରେ ପଛ ଗେଟ୍ ଦେଇ ବାହାରି ଯାଇଥିଲେ। ସଚିବାଳୟରେ ନିଯୁକ୍ତ ସୁରକ୍ଷାକର୍ମମାନେ ତାକୁ କାବୁ କରି ପାରି ନ ଥିଲେ। ଅନ୍ୟପକ୍ଷରେ ସିରିଜ୍ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ କିଛି ସମୟ ପାଇଁ ସଚିବାଳୟ ସମ୍ମୁଖରେ ରାସ୍ତାକୁ ଅବରୋଧ କରିଥିଲେ।

ଏମିତି ଅଚାନକ୍ ଭାବେ ଗାଡ଼ିଟି ସଚିବାଳୟ ଭିତରେ ପଶି ବାହାରିଯିବା ସଚିବାଳୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଛିଡ଼ା କରିଛି ପ୍ରଶ୍ନ। ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଗାଡ଼ିଟି ଭିତରକୁ ପ୍ରବେଶ କଲା କିପରି ?  ଗେଟରେ ସୁରକ୍ଷାକର୍ମୀ ଉପସ୍ଥିତ ନଥିଲେ କି? ଯଦି ଥିଲେ ଗାଡ଼ିକୁ ଅଟକାଇବାରେ ସମର୍ଥ ହେଲେ ନାହିଁ କିପରି? ମୁଖ୍ୟଗେଟ୍ ସମ୍ମୁଖରେ ଥିବା ସିସିଟିଭି ଫୁଟେଜକୁ ନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି।

କିଛିମାସ ତଳେ ସଚିବାଳୟ ଭିତରକୁ ଛୁରି ଧରି ଜଣେ ଯୁବକ ପ୍ରବେଶ କରିବା ସହ ଜଣେ ମହିଳା କର୍ମଚାରୀଙ୍କୁ ଆକ୍ରମଣ ଉଦ୍ୟମ କରିବା ନେଇ ଅଭିଯୋଗ ହୋଇଥିଲା।

Related story