ବୁଲା ଗାଈକୁ ବଞ୍ଚାଇବାକୁ ଯାଇ ସିରିଜ ଦୁର୍ଘଟଣା, ବାଇକ୍‌ ଆରୋହୀଙ୍କ ଜୀବନ ଗଲା

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଏକ ବୁଲା ଗାଈକୁ ବଞ୍ଚାଇବାକୁ ଯାଇ ହେଲା ସିରିଜ ଦୁର୍ଘଟଣା । ଭାରସାମ୍ୟ ହରାଇ ପରସ୍ପର ସହ ପିଟି ହେଲେ ଏକ ଟ୍ରକ, ମିନିଟ୍ରକ, ବାଇକ୍‌ ଓ କାର୍‌ । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ  ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଆଜି ମଧ୍ୟାହ୍ନ ସମୟରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରାସ୍ତାରେ ଥିବା ଆରଟିଓ ଛକ ନିକଟରେ ଘଟିଛି। ସୂଚନା ମୁତାବକ, […]

bolangiri

bolangiri

Niharika Rout
  • Published: Saturday, 21 May 2022
  • Updated: 21 May 2022, 03:17 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଏକ ବୁଲା ଗାଈକୁ ବଞ୍ଚାଇବାକୁ ଯାଇ ହେଲା ସିରିଜ ଦୁର୍ଘଟଣା । ଭାରସାମ୍ୟ ହରାଇ ପରସ୍ପର ସହ ପିଟି ହେଲେ ଏକ ଟ୍ରକ, ମିନିଟ୍ରକ, ବାଇକ୍‌ ଓ କାର୍‌ । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ  ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଆଜି ମଧ୍ୟାହ୍ନ ସମୟରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରାସ୍ତାରେ ଥିବା ଆରଟିଓ ଛକ ନିକଟରେ ଘଟିଛି।

ସୂଚନା ମୁତାବକ, ଆରଟିଓ ଛକ ନିକଟରେ ଏକ ମିନି ଟ୍ରକ୍‌  ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍‌ ଏକ ବୁଲା ଗାଈ ରାସ୍ତା ଉପରକୁ ପଳାଇ ଆସିଲା। ଏହି ସମୟରେ ଗାଇଟିକୁ ବଞ୍ଚାଇବାକୁ ଯାଇ ମିନି ଟ୍ରକ୍‌ଟି ଏକ ବାଇକ୍‌ ସହ ପିଟି ହୋଇଥିଲା।  ଏହାପରେ ସାମନା ପଟୁ ଏକ ଟ୍ରକ୍‌ ଆସୁଥିବା ବେଳେ ତାହା ମିନି ଟ୍ରକ୍‌କୁ ପିଟିଥିଲା। ଦୁର୍ଘଟଣା ଏତେ ଜୋର ଥିଲା ଯେ, ବାଇକ୍‌ଟି ରାସ୍ତା ଉପରେ ଯାଉଥିବା ଏକ କାର୍‌ ପଛପଟେ ପଶି ଯାଇଥିଲା।

[caption id="attachment_735764" align="aligncenter" width="650"]accident ଦୁର୍ଘଟଣାସ୍ଥଳରେ ଲୋକେ ରୁଣ୍ଡ ହୋଇଛନ୍ତି ।[/caption]

ଉକ୍ତ ସମୟରେ ବାଇକ୍‌ରେ ୩ ଜଣ  ଥିବା ବେଳେ ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଉ ୨ ବାଇକ୍‌ ଆରୋହୀ  ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ମୃତକମାନଙ୍କୁ ଚିହ୍ନଟ କରାଯାଇ ନ ଥିବା ବେଳେ ସେମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାଯାଇଛି।

ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ, ମିନି ଟ୍ରକ୍‌କୁ ପିଟିବା ପରେ ଟ୍ରକ୍‌ଟି ରାସ୍ତା ପାର୍ଶ୍ୱରେ ଥିବା ଏକ ନିମ୍ବ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ଗଛଟି ଭାଙ୍ଗି ଯାଇଛି । ଏହି ଦୁର୍ଘଟଣା ପରେ ରାସ୍ତାରେ ଗାଡ଼ି ଜାମ୍‌ ହୋଇ ଯାଇଥିବା ବେଳେ ଉତ୍ତେଜନା ଦେଖାଦେଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos