ନିରଞ୍ଜନ ପୂଜାରୀଙ୍କ ନାଁରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଲେ ଜୟନାରାୟଣ ମିଶ୍ର

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନାଁରେ ବିଜେପି ସାଂଘାତିକ ଅଭିଯୋଗ ଆଣିଛି। ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି। ଏନେଇ ମନ୍ତ୍ରୀଙ୍କ ବିରୋଧରେ ଜୟନାରାୟଣ ମିଶ୍ର ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଛନ୍ତି। ଗତ ୨୨ ତାରିଖ ଗୃହରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତର ରଖିଥିଲେ ନିରଞ୍ଜନ ପୂଜାରୀ। ରାଜ୍ୟରେ ୨୦୦୬ ପରେ କୌଣସି […]

4789

Tapas Behera
  • Published: Wednesday, 24 July 2019
  • , Updated: 24 July 2019, 03:56 PM IST

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନାଁରେ ବିଜେପି ସାଂଘାତିକ ଅଭିଯୋଗ ଆଣିଛି। ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି। ଏନେଇ ମନ୍ତ୍ରୀଙ୍କ ବିରୋଧରେ ଜୟନାରାୟଣ ମିଶ୍ର ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଛନ୍ତି।

ଗତ ୨୨ ତାରିଖ ଗୃହରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତର ରଖିଥିଲେ ନିରଞ୍ଜନ ପୂଜାରୀ। ରାଜ୍ୟରେ ୨୦୦୬ ପରେ କୌଣସି ମଦ ଦୋକାନ ଖୋଲି ନ ଥିବା ସେ ଗୃହରେ କହିଥିଲେ। ତେବେ ଏହି ତଥ୍ୟକୁ ନେଇ ଆପତ୍ତି ଉଠାଇବା ସହ ଏହା ଭୁଲ ବୋଲି ଜୟନାରାୟଣ ଦର୍ଶାଇଛନ୍ତି।

ଏହି ଘଟଣା ସ୍ୱାଧୀକାର କମିଟିକୁ ଗଲେ କେତେ ଦୋକାନ ରାଜ୍ୟର କେଉଁଠି ଖୋଲିଛି ପ୍ରମାଣ ଦେବେ ବୋଲି ଜୟନାରାୟଣ କହିଛନ୍ତି। ଅନ୍ୟପକ୍ଷରେ ଏନେଇ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

Related story