ବାଇକ୍‌ରେ ଯାଉଥିଲେ ଯୁବକ, ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ବାଙ୍କୀ(ସଞ୍ଜୀପ କୁମାର ନାୟକ):  ପୂର୍ବ ଶତ୍ରୁତା ନେଲା ରକ୍ତାକ୍ତ ସଂଘର୍ଷର ରୂପ । ବାଇକ୍‌ରେ ଯାଉଥିବା ଯୁବକଙ୍କୁ ବାଇକ୍‌ରେ ପିଛା କରି ହାଣିଛନ୍ତି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଅଭାବନୀୟ ଘଟଣା କଟକ ଜିଲ୍ଲା ବାଙ୍କୀ କଲେଜ ଛକ ନିକଟସ୍ଥ ଗୋଲେଇ ଛକ ଗଳିରେ ଗତ ରାତିରେ ଘଟିଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ବଳିଆ ମନ୍ତ୍ରୀ । ବଳିଆ ମନ୍ତ୍ରୀଙ୍କ ଘର ବିଲିମନ୍ତ୍ରୀ ସାହିରେ […]

attack

attack

Niharika Rout
  • Published: Wednesday, 21 September 2022
  • Updated: 21 September 2022, 06:41 PM IST

Sports

Latest News

ବାଙ୍କୀ(ସଞ୍ଜୀପ କୁମାର ନାୟକ):  ପୂର୍ବ ଶତ୍ରୁତା ନେଲା ରକ୍ତାକ୍ତ ସଂଘର୍ଷର ରୂପ । ବାଇକ୍‌ରେ ଯାଉଥିବା ଯୁବକଙ୍କୁ ବାଇକ୍‌ରେ ପିଛା କରି ହାଣିଛନ୍ତି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଅଭାବନୀୟ ଘଟଣା କଟକ ଜିଲ୍ଲା ବାଙ୍କୀ କଲେଜ ଛକ ନିକଟସ୍ଥ ଗୋଲେଇ ଛକ ଗଳିରେ ଗତ ରାତିରେ ଘଟିଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ବଳିଆ ମନ୍ତ୍ରୀ ।

ବଳିଆ ମନ୍ତ୍ରୀଙ୍କ ଘର ବିଲିମନ୍ତ୍ରୀ ସାହିରେ ହୋଇଥିବା ବେଳେ ନିଜ ପତ୍ନୀ ଓ ଝିଅଙ୍କ ସହ ସେ ବାଙ୍କୀ କଲେଜ ଛକ ନିକଟସ୍ଥ ଗୋଲେଇ ଛକ ଗଳିରେ ଦୀର୍ଘ ବର୍ଷ ହେଲା ଭଡ଼ାରେ ରହୁଛନ୍ତି । ପ୍ରତିଦିନ ପରି ଗତକାଲି ସନ୍ଧ୍ୟାରେ ସେ ନିଜ କାମ ସାରି ଘରକୁ ଫେରୁଥିଲେ। ହେଲେ ଗତକାଲି ରାତିରେ ଘର ପହଞ୍ଚିବାକୁ କିଛି ବାଟ ଥିବା ବେଳେ ଅନ୍ୟ ଏକ ବାଇକ୍‌ରେ ଦୁର୍ବୃତ୍ତମାନେ ତାଙ୍କ ପିଛା କରିଥିଲେ। ଏପରିକି ସେମାନେ ହାତରେ ମାରଣାସ୍ତ୍ର ଧରିଥିବା ବେଳେ ବଳିଆଙ୍କୁ ପଛରୁ ଆକ୍ରମଣ କରିଥିଲେ। ଜୀବନ ବିକଳରେ ବଳିଆ ନିଜ ଘର ସମ୍ମୁଖରେ ଗାଡ଼ିରୁ ଓହ୍ଳାଇ ଭିତରକୁ ପଳାଇଥିଲେ।

ସ୍ୱାମୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ବଳିଆଙ୍କ ପତ୍ନୀ ଚିତ୍କାର କରିଥିଲେ। ଏହାଦେଖି ପଡ଼ୋଶୀମାନେ ତୁରନ୍ତ ତାଙ୍କୁ  ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମାତ୍ର ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସନ୍ଧ୍ୟା ବେଳେ  ନିଜ ଘରକୁ ବାଇକରେ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ବାଙ୍କୀ କଲେଜ ଛକ ନିକଟସ୍ଥ ଗୋଲେଇ ଛକ ଗଳିରେ ବଳିଆ ମନ୍ତ୍ରୀ ନାମକ ଯୁବକ ଙ୍କୁ ଆଉ ଏକ ବାଇକରେ ଦୁର୍ବୃତ୍ତ ମାନେ ପଛରେପଛରେ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ଓ ଦୁଇ ହାତକୁ ହାଣି ଚାଲିଲେ। ଜୀବନ ବିକଳରେ ବଳିଆ ନିଜ ଘର ସମ୍ମୁଖରେ ଗାଡିରୁ ତଳେ ପଡି  ଚିତ୍କାର କରିବାରୁ ଘର ଭିତରୁ  ପତ୍ନୀ ଆସି ରକ୍ତ ଜୁଡୁବୁଡୁ ଅବସ୍ଥାରେଦେଖି ସଙ୍ଗେସଙ୍ଗେ ଚିକିତ୍ସାପାଇଁ  ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମାତ୍ର ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ପୂର୍ବ ଶତ୍ରୁତାକୁ ନେଇ ବଳିଆଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ତାଙ୍କ ବାପା ବାଙ୍କୀ ଥାନାରେ ଅଭିଯୋଗ କରିଛନ୍ତି। ଆକ୍ରମଣ କରିଥିବା  ଯୁବକ ଙ୍କ ମଧ୍ୟରୁ ଜଣଙ୍କର ନାଁ ବଣ୍ଟି ବୋଲି ବଳିଆ କହିଥିବା ବାପା ବୈଷ୍ଣବ ମନ୍ତ୍ରୀ ସୂଚନା ଦେଇଛନ୍ତି। ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିବା ବେଳେ କୌଣସି ଅଭିଯୁକ୍ତ ଧରା ପଡ଼ି ନ ଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story