କନ୍ଧମାଳରେ ଭାଙ୍ଗିଲା ବ୍ରିଜ୍‌, ଲୋକେ ଏବେ ଜଳବନ୍ଦୀ

ଫୁଲବାଣୀ ( ଓଡ଼ିଶା ରିପୋର୍ଟର):  ଲଗାଣ ବର୍ଷାର ପ୍ରଭାବ କନ୍ଧମାଳ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକେ ଏକ ପ୍ରକାର ଜଳବନ୍ଦି ଅବସ୍ଥାରେ ଅଛନ୍ତି । ରାସ୍ତା ଏବଂ ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଗମନାଗମନ ପ୍ରଭାବିତ ହୋଇଛି ।  ବାଲିଗୁଡାଠାରୁ ଝରିପାଣିକୁ ସଂଯୋଗ କରୁଥିବା ସିରିଲା ଗ୍ରାମ ନିକଟବର୍ତ୍ତୀ  ନଦୀ ପୋଲର ଗୋଟିଏ ସ୍ଲାବ ଭାଙ୍ଗିଯାଇଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି । ସେହିପରି ଟାଟାଗୁଡ଼ା ଗାଁରେ […]

flood-1..1

flood-1..1

Niharika Rout
  • Published: Wednesday, 07 August 2019
  • Updated: 07 August 2019, 11:44 AM IST

Sports

Latest News

ଫୁଲବାଣୀ ( ଓଡ଼ିଶା ରିପୋର୍ଟର):  ଲଗାଣ ବର୍ଷାର ପ୍ରଭାବ କନ୍ଧମାଳ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକେ ଏକ ପ୍ରକାର ଜଳବନ୍ଦି ଅବସ୍ଥାରେ ଅଛନ୍ତି । ରାସ୍ତା ଏବଂ ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଗମନାଗମନ ପ୍ରଭାବିତ ହୋଇଛି ।

 ବାଲିଗୁଡାଠାରୁ ଝରିପାଣିକୁ ସଂଯୋଗ କରୁଥିବା ସିରିଲା ଗ୍ରାମ ନିକଟବର୍ତ୍ତୀ  ନଦୀ ପୋଲର ଗୋଟିଏ ସ୍ଲାବ ଭାଙ୍ଗିଯାଇଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି । ସେହିପରି ଟାଟାଗୁଡ଼ା ଗାଁରେ ଖଡଗନଦୀର ପାଣି ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ଗମନାଗମନ ବିଚ୍ଛିନ୍ନ ହୋଇଛି ।  ତୁମୁଡିବନ୍ଧ ବ୍ଳକ ସିଲକସୁଗା ଗାଁ ନିକଟରେ ବ୍ରିଜ ଭାଙ୍ଗିଯାଇଛି । ଫଳରେ ସିର୍ଲା ଓ ପାରିଗଡ଼ ପଞ୍ଚାୟତ ମଧ୍ୟରେ ଯାତାୟତ ସମ୍ଭବ ହୋଇ ପାରୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos