ଆଜିଠୁ କଟକରେ ସେରୋ ସର୍ଭେ

କଟକ(ଓଡ଼ିଶା ରିପୋର୍ଟର): ଆଜିଠାରୁ କଟକ ସହରରେ ଆରମ୍ଭ ହେବ ସେରୋ ସର୍ଭେ। ପ୍ରଥମ ପର୍ଯ୍ୟାୟରେ ସହରର ୨୫ଟି ଓ୍ୱାର୍ଡରେ ଏହି ସର୍ଭେ ହେବ । ପ୍ରତି ଓ୍ୱାର୍ଡରୁ ୭୦ ଜଣଙ୍କ ସାମ୍ପଲ ନେଇ ସର୍ଭେ କରାଯିବ। ଯେଉଁମାନେ ସାମ୍ପଲ ଦେବେ ସେମାନଙ୍କ ନାଁ ଗୋପନ ରଖାଯିବ ବୋଲି କୁହାଯାଇଛି । ସିଏମ୍‌ସି ପକ୍ଷରୁ ଏଥିପାଇଁ ଏକ ଟିମ୍ ଗଠନ କରାଯାଇଛି । ଏହି ଟିମ୍‌ରେ ଓ୍ୱାର୍ଡ ଅଫିସର, ସ୍ୱାସ୍ଥ୍ୟ କର୍ମୀ, ଏ.ଏନ.ଏମ, ଅଙ୍ଗନବାଡ଼ି କର୍ମୀ, ସାନିଟାରି ଇନ୍ସପେକ୍ଟର […]

sero-1

Niharika Rout
  • Published: Monday, 02 November 2020
  • , Updated: 02 November 2020, 09:04 AM IST

କଟକ(ଓଡ଼ିଶା ରିପୋର୍ଟର): ଆଜିଠାରୁ କଟକ ସହରରେ ଆରମ୍ଭ ହେବ ସେରୋ ସର୍ଭେ। ପ୍ରଥମ ପର୍ଯ୍ୟାୟରେ ସହରର ୨୫ଟି ଓ୍ୱାର୍ଡରେ ଏହି ସର୍ଭେ ହେବ । ପ୍ରତି ଓ୍ୱାର୍ଡରୁ ୭୦ ଜଣଙ୍କ ସାମ୍ପଲ ନେଇ ସର୍ଭେ କରାଯିବ। ଯେଉଁମାନେ ସାମ୍ପଲ ଦେବେ ସେମାନଙ୍କ ନାଁ ଗୋପନ ରଖାଯିବ ବୋଲି କୁହାଯାଇଛି ।

ସିଏମ୍‌ସି ପକ୍ଷରୁ ଏଥିପାଇଁ ଏକ ଟିମ୍ ଗଠନ କରାଯାଇଛି । ଏହି ଟିମ୍‌ରେ ଓ୍ୱାର୍ଡ ଅଫିସର, ସ୍ୱାସ୍ଥ୍ୟ କର୍ମୀ, ଏ.ଏନ.ଏମ, ଅଙ୍ଗନବାଡ଼ି କର୍ମୀ, ସାନିଟାରି ଇନ୍ସପେକ୍ଟର ସାମିଲ ହେବେ ।ଏହି ସର୍ଭେ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

ସେରୋ ସର୍ଭେ କରିବା ଦ୍ୱାରା ସହରରେ ରୋଗ ପ୍ରତିଷେଧକ ଶକ୍ତି ବା ଆଣ୍ଟିବଡ଼ି କେତେ ବିକଶିତ ହୋଇଛି ଜଣାପଡିଥାଏ। ପୂର୍ବରୁ ଭୁବନେଶ୍ୱରରେ ମଧ୍ୟ ସେରୋ ସର୍ଭେ କରାଯାଇ ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ଜଣାପଡିଥିଲା।

Related story