ରୋଗପ୍ରତିରୋଧ ଶକ୍ତି ଜାଣିବା ପାଇଁ ରାଜଧାନୀରେ ଚାଲିଛି ସେରୋଲୋଜିକାଲ୍‌ ସର୍ଭେଲାନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ଅଧିକ ‘କରୋନା’ ସଂକ୍ରମିତ ଅଂଚଳରେ ଆଜି ସେରୋଲୋଜିକାଲ୍‌ ସର୍ଭେଲାନ୍ସ କରାଯାଉଛି। ଯେଉଁମାନେ ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି, ସେମାନଙ୍କଠାରୁ ନମୁନା ସଂଗ୍ରହ କରାଯାଉଛି। ରୋଗ ପ୍ରତିରୋଧକ କମ୍‌ ଥିବା ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀ, ସାମ୍ବାଦିକ, ମ୍ୟୁନିସିପାଲ୍‌ କର୍ମଚାରୀ, ଡ୍ରାଇଭର, କଏଦୀ, ଦେକାନୀ, ବିମାନବନ୍ଦର କର୍ମଚାରୀ, ବସ୍ତି ଅଞ୍ଚଳ ଓ କଣ୍ଟେନମେଣ୍ଟ ଅଂଚଳରେ ରହୁଥିବା ଲୋକମାନଙ୍କଠାରୁ ପ୍ରାଥମିକତା ଭିତ୍ତିରେ ନମୁନା ସଂଗ୍ରହ ହେଉଛି। ଏଥିପାଇଁ ୨୫ଟି ୱାର୍ଡକୁ ଚିହ୍ନଟ କରାଯାଇଛି। ଦୁଇଟି ପର୍ଯ୍ୟାୟରେ […]

survay

survay

Manoranjan Sial
  • Published: Saturday, 11 July 2020
  • Updated: 11 July 2020, 06:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ଅଧିକ ‘କରୋନା’ ସଂକ୍ରମିତ ଅଂଚଳରେ ଆଜି ସେରୋଲୋଜିକାଲ୍‌ ସର୍ଭେଲାନ୍ସ କରାଯାଉଛି। ଯେଉଁମାନେ ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି, ସେମାନଙ୍କଠାରୁ ନମୁନା ସଂଗ୍ରହ କରାଯାଉଛି। ରୋଗ ପ୍ରତିରୋଧକ କମ୍‌ ଥିବା ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀ, ସାମ୍ବାଦିକ, ମ୍ୟୁନିସିପାଲ୍‌ କର୍ମଚାରୀ, ଡ୍ରାଇଭର, କଏଦୀ, ଦେକାନୀ, ବିମାନବନ୍ଦର କର୍ମଚାରୀ, ବସ୍ତି ଅଞ୍ଚଳ ଓ କଣ୍ଟେନମେଣ୍ଟ ଅଂଚଳରେ ରହୁଥିବା ଲୋକମାନଙ୍କଠାରୁ ପ୍ରାଥମିକତା ଭିତ୍ତିରେ ନମୁନା ସଂଗ୍ରହ ହେଉଛି। ଏଥିପାଇଁ ୨୫ଟି ୱାର୍ଡକୁ ଚିହ୍ନଟ କରାଯାଇଛି। ଦୁଇଟି ପର୍ଯ୍ୟାୟରେ ସର୍ଭେଲାନ୍ସ ହେବ। ପ୍ରଥମ ପର୍ଯ୍ୟାୟରେ ୨୫ଶହରୁ ଅଧିକ ଲୋକଙ୍କଠାରୁ ନମୁନା ସଂଗ୍ରହ ହେବ। ଏହି ପ୍ରକ୍ରିୟା ୧୦ରୁ ୧୨ ଦିନ ମଧ୍ୟରେ ଶେଷ ହେବ। ଏହାର ୨୮ ଦିନ ପରେ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେଲାନ୍ସ କରାଯିବ।

ଅନ୍ୟପକ୍ଷରେ ଆସନ୍ତା ୧୫ ତାରିଖରୁ ପୁରୀରେ ଆଣ୍ଟିବଡି ଟେଷ୍ଟ ବା ସେରୋଲୋଜିକାଲ୍ ଟେଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେପଟେ ଆଜିଠାରୁ ପୁଣିଥରେ ପୁରୀରେ ହେଉଛି ସେବାୟତଙ୍କ କୋଭିଡ୍‌ ଟେଷ୍ଟ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେବାୟତଙ୍କ କୋଭିଡ୍‌ ଟେଷ୍ଟ କରାଯାଇ ଘୋଷଯାତ୍ରା ସମ୍ପର୍କିତ ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ ହେବ। ରଥଯାତ୍ରା ପୂର୍ବରୁ ଥରେ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା। ପୁଣି ବାହୁଡାଯାତ୍ରା ପୂର୍ବରୁ ଓ ଏବେ ଘୋଷଯାତ୍ରା ପରେ ତୃତୀୟ ପର୍ଯ୍ୟାୟ ଟେଷ୍ଟ ହୋଇଛି। ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଟେଷ୍ଟ ହେବ। ଘୋଷଯାତ୍ରାରେ ସାମିଲ ହୋଇଥିବା ୪ ହଜାରରୁ ଅଧିକ ସେବାୟତଙ୍କର ଏହି ଟେଷ୍ଟ କରାଯିବ। ପୁରୀ ସହରର ଉତ୍କଳ ହିନ୍ଦୀ ବିଦ୍ୟାପୀଠ, ବାଗେଡିଆ ଧର୍ମଶାଳା ଓ ମାର୍କେଣ୍ଡଶ୍ୱର ସାହି ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ଟେଷ୍ଟ କରାଯାଉଛି। ଆଜି ପ୍ରଥମ ପର୍ଯ୍ୟାୟରେ ଦଇତାପତି ନିଯୋଗ, ସୁଆର ମହାସୁଆର ସେବାୟତ ଓ ଘଣ୍ଟୁଆ ସେବକଙ୍କ କୋଭିଡ୍‌ ଟେଷ୍ଟ କରାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ପୂଜାପଣ୍ଡା, ଗରାବଡୁ, ଘଟୁଆରୀ, ମେକାପ ଆଦି ଅନ୍ୟାନ୍ୟ ସେବାୟତଙ୍କ ଟେଷ୍ଟ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story