ଚେତାବନୀ ଦେଇଥିଲେ, ଏବେ କାଟିବା ଆରମ୍ଭ କଲେ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର):ଖୋର୍ଦ୍ଧା ଅଞ୍ଚଳରୁ ଲାଇନ୍ କାଟିବା ଆରମ୍ଭ କଲା ସେସୁ।  ପ୍ରଥମେ  ୫୩ଟି କମର୍ସିଆଲ୍ ସଂସ୍ଥାରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି।  ବିଲ୍ ବକେୟା ରଖିଥିବାରୁ ଏସବୁ ସଂସ୍ଥାରୁ ସେସୁ ଲାଇନ୍ କାଟିଛି।  ବିଦ୍ୟୁତ କାଟିବା ପାଇଁ ସେସୁ ପକ୍ଷରୁ ୩୯ଟି ସ୍କ୍ୱାର୍ଡ଼ ନିୟୋଜିତ ହୋଇଛନ୍ତି। ଆଜି ପ୍ରଥମ ଦିନରେ ସମୁଦାୟ ୮ଶହ ବିଦ୍ୟୁତ୍ ଉପଭୋକ୍ତାଙ୍କ ଲାଇନ କଟାଯାଇଛି। ଏଥିସହ ୩ କୋଟି ଟଙ୍କା ବକେୟା ବିଦ୍ୟୁତ୍‌ ବିଲ୍ ଆଦାୟ କରାଯାଇଛି। ଏଥିସହ ନିର୍ଦ୍ଧାରିତ ସମୟଠାରୁ ସେସୁ […]

mnbv

Tapas Behera
  • Published: Thursday, 16 January 2020
  • , Updated: 16 January 2020, 04:18 PM IST

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର):ଖୋର୍ଦ୍ଧା ଅଞ୍ଚଳରୁ ଲାଇନ୍ କାଟିବା ଆରମ୍ଭ କଲା ସେସୁ।  ପ୍ରଥମେ  ୫୩ଟି କମର୍ସିଆଲ୍ ସଂସ୍ଥାରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି।  ବିଲ୍ ବକେୟା ରଖିଥିବାରୁ ଏସବୁ ସଂସ୍ଥାରୁ ସେସୁ ଲାଇନ୍ କାଟିଛି।  ବିଦ୍ୟୁତ କାଟିବା ପାଇଁ ସେସୁ ପକ୍ଷରୁ ୩୯ଟି ସ୍କ୍ୱାର୍ଡ଼ ନିୟୋଜିତ ହୋଇଛନ୍ତି। ଆଜି ପ୍ରଥମ ଦିନରେ ସମୁଦାୟ ୮ଶହ ବିଦ୍ୟୁତ୍ ଉପଭୋକ୍ତାଙ୍କ ଲାଇନ କଟାଯାଇଛି। ଏଥିସହ ୩ କୋଟି ଟଙ୍କା ବକେୟା ବିଦ୍ୟୁତ୍‌ ବିଲ୍ ଆଦାୟ କରାଯାଇଛି। ଏଥିସହ ନିର୍ଦ୍ଧାରିତ ସମୟଠାରୁ ସେସୁ କଲେକ୍ସନ କାଉଣ୍ଟର ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲାରହିବ ବୋଲି ସୂଚନା ଦେଇଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା।

ପୂର୍ବରୁ ଏକ ପ୍ରେସ୍ ରିଲିଜ୍ ଜାରି କରି ସେସୁ କହି ଥିଲା ଯେ, ଜାନୁଆରୀ ୧୬ତାରିଖରୁ ବିଲ୍ ଖିଲାପକାରୀ ଗ୍ରାହକଙ୍କ ବିଦ୍ୟୁତ ସଂଯୋଗ କାଟିବା ଅଭିଯାନ ଆରମ୍ଭ ନିମନ୍ତେ ସେସୁ ପକ୍ଷରୁ ଡିସେମ୍ବର ୧୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୧୯ ନଭେମ୍ବର ଶେଷ ସୁଦ୍ଧା ପ୍ରାୟ ୭ ଲକ୍ଷ ଗ୍ରାହକଙ୍କ ଉପରେ ୧୯୭୧କୋଟି ଟଙ୍କା ବାକି ରହିଛି। ବିଦ୍ୟୁତ ସଂଯୋଗ କାଟିବା ପାଇଁ ଚେତାବନୀ ଦିଆଯିବା ପରେ ପ୍ରାୟ ୧ଲକ୍ଷ ଗ୍ରାହକ ସେମାନଙ୍କର ବିଦ୍ୟୁତ ବକେୟା ପୈଠ କରିଛନ୍ତି।

ବହୁସଂଖ୍ୟକ ଗ୍ରାହକ ମଧ୍ୟ ସେମାନଙ୍କର ବକେୟା ପୈଠ ପାଇଁ ଅଧିକ କିଛି ସମୟ ଦେବାକୁ ଅନୁରୋଧ କରିଥିଲେ। ବହୁ ଗ୍ରାହକ ବିଦ୍ୟୁତ ବିଲରେ ତ୍ରୁଟି ଥିବାରୁ ତାକୁ ସଂଶୋଧନ କଲେ ବିଲ୍ ପୈଠ କରିବେ ବୋଲି କହିଥିଲେ। ତେଣୁ ଏହାକୁ ଦୃଷ୍ଟିରେ ରଖି ସେସୁ ପ୍ରଥମ ପର୍ଯ୍ୟାୟରେ ଖିଲାପୀ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର ବିଦ୍ୟୁତ ସଂଯୋଗ କରିବ ବୋଲି ସୂଚନା ଦେଇଥିଲା।

Related story