ପ୍ରଶାସନର କାନ ପାଖରେ ୯ ମିନିଟ୍ ଧରି ଘଣ୍ଟଘଣ୍ଟା ପିଟିଲେ ସେବାୟତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସବୁ ଖୋଲିଲ ମନ୍ଦିରକୁ କାହିଁକି ନା । ସରକାରଙ୍କ କାନ ଯାଏ ନିଜ ସମସ୍ୟା ନେବାକୁ ଆଜି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ସେବାୟତ ଓ ପୂଜକ । ମନ୍ଦିର ବନ୍ଦ ଥିବାରୁ ଗୁରୁତର ଆର୍ଥିକ ଅନଟନରେ ଥିବା ପୂଜକ ସମୁଦାୟ ସେମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ ସାଙ୍ଗକୁ ମନ୍ଦିର ଖୋଲିବାର ବ୍ୟବସ୍ଥା କରିବାକୁ ଦାବି କରି ୯ ମିନିଟ୍ ଧରି ମନ୍ଦିର ଆଗରେ ଘଣ୍ଟଘଣ୍ଟା ପିଟିଛନ୍ତି । ଦାବି ପୂରଣ ନହେଲେ ଆସନ୍ତା […]

7nmb

Tapas Behera
  • Published: Wednesday, 07 October 2020
  • , Updated: 07 October 2020, 07:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସବୁ ଖୋଲିଲ ମନ୍ଦିରକୁ କାହିଁକି ନା । ସରକାରଙ୍କ କାନ ଯାଏ ନିଜ ସମସ୍ୟା ନେବାକୁ ଆଜି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ସେବାୟତ ଓ ପୂଜକ । ମନ୍ଦିର ବନ୍ଦ ଥିବାରୁ ଗୁରୁତର ଆର୍ଥିକ ଅନଟନରେ ଥିବା ପୂଜକ ସମୁଦାୟ ସେମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ ସାଙ୍ଗକୁ ମନ୍ଦିର ଖୋଲିବାର ବ୍ୟବସ୍ଥା କରିବାକୁ ଦାବି କରି ୯ ମିନିଟ୍ ଧରି ମନ୍ଦିର ଆଗରେ ଘଣ୍ଟଘଣ୍ଟା ପିଟିଛନ୍ତି । ଦାବି ପୂରଣ ନହେଲେ ଆସନ୍ତା ୧୦ ତାରିଖରୁ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ବି ଦେଇଛନ୍ତି।

ପୁରୀର ସାକ୍ଷୀଗୋପାଳଠୁ ନେଇ ଅଲାରନାଥ ଏବଂ ଆଠଗଡ଼ର ଧବଳେଶ୍ୱରଠୁ ନେଇ ଝଙ୍କଡ଼ର ମା ଶାରଳା। ସେହିପରି ନୀଳଗିରିଠୁ ନେଇ ବାରିପଦାର ଜଗନ୍ନାଥ ମନ୍ଦିର ଓ ଭୁବନେଶ୍ୱରର ନାଗେଶ୍ୱର ମନ୍ଦିର। ଓଡ଼ିଶା ମନ୍ଦିର ସେବାୟତ ସଂଘ ଡାକରାରରେ ଆଜି ସକାଳ ୯ଟାରୁ ୯ମିନିଟ୍ ଯାଏଁ ରାଜ୍ୟର ସବୁ ମନ୍ଦିର ସାମ୍ନାରେ ଏକସଙ୍ଗେ ବାଜି ଉଠିଥିଲା ଘଣ୍ଟ, ଘଣ୍ଟି ଓ ଘଣ୍ଟାର ନାଦ।

ପ୍ରଦର୍ଶନକାରୀଙ୍କ ଅଭିଯୋଗ, କରୋନା କଟକଣା ପାଇଁ ପ୍ରାୟ ୮ ମାସ ହେବ ମନ୍ଦିର ବନ୍ଦ ଥିବାରୁ ଦାନ ଦକ୍ଷିଣାରେ ଚଳୁଥିବା ପୂଜକ ଓ ସେବାୟତ ପରିବାରର ଆର୍ଥିକ ସ୍ଥିତି ଦୋହଲି ଯାଇଛି । ସେବାୟତଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ବାରମ୍ବାର ଦାବି ସତ୍ତ୍ୱେ ସରକାର ଶୁଣୁନାହାନ୍ତି। ସେପଟେ ବଜାର ଘାଟଠୁ ନେଇ ଧିରେ ଧିରେ ସବୁ କିଛି ଖୋଲି ଚାଲିଥିଲା ବେଳେ କଟକଣା ସହ ମନ୍ଦିର ଖୋଲିବାର ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ।  ୧୦ ତାରିଖ ସୁଦ୍ଧା ସରକାର ଏ ଦିଗରେ ପଦକ୍ଷେପ ନନେଲେ ରାସ୍ତାକୁ ଓହ୍ଲାଇବାକୁ ବି ଚେତାବନୀ ଦେଇଛି ସଂଘ।

ଶ୍ରୀମନ୍ଦିର ଖୋଲିବା ଦାବିରେ ଗତକାଲି ସିଂହଦ୍ୱାର ସମ୍ମୁଖରେ ବି ଧାରଣାରେ ବସିଥିଲେ କିଛି ସେବାୟତ।  କିନ୍ତୁ ଶ୍ରୀମନ୍ଦିର ପରମ୍ପରା ସଂପୂର୍ଣ୍ଣ ଭିନ୍ନ ଏବଂ ମନ୍ଦିର ଖୋଲିଲେ ଅଧିକମାତ୍ରାରେ ସେବାୟତ ସଂକ୍ରମିତ ହୋଇ ସେବାପୂଜାରେ ବିଭ୍ରାଟ ସୃଷ୍ଟିର ଆଶଙ୍କା ଥିବାରୁ ଏବେ ମନ୍ଦିର ଖୋଲା ନଯିବା ସପକ୍ଷରେ ଅଛନ୍ତି ପରିଚାଳନା କମିଟି ସଦସ୍ୟ । ତେବେ ରାଜ୍ୟର ଅନ୍ୟ ମନ୍ଦିରରେ ସ୍ଥିତି ଭିନ୍ନ ଥିବାରୁ ପୂଜକ ସେବାୟତଙ୍କ ଆର୍ଥିକ ସ୍ଥିତିକୁ ଦେଖି ସେସବୁ ଖୋଲାଯିବା ଉଚିତ୍ ବୋଲି କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର।

Related story