ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସ୍ତାବକୁ ବିରୋଧ, ନବୀନଙ୍କୁ ଭେଟି ଦାବି ଜଣାଇଲେ ସେବାୟତ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସ୍ତାବକୁ ସେବାୟତମାନେ ବିରୋଧ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ଦାବି ଜଣାଇଛନ୍ତି ଛତିଶା ନିଯୋଗର ବିଭିନ୍ନ ପ୍ରତିନିଧି।  ଆଜି ଛତିଶା ନିଯୋଗର ୨୨ ଜଣ ପ୍ରତିନିଧି ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ପରେ ସେବାୟତଙ୍କ ପକ୍ଷରୁ ୪/୫ଟି ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଦିଆଯାଇଥିବା ସିଂହାରୀ ନିଯୋଗ ସଭାପତି ରାମଚନ୍ଦ୍ର ସିଂହାରୀ କହିଛନ୍ତି । ସେହିଭଳି ବଂଶାନୁକ୍ରମ ସେବାୟତ ଉଚ୍ଛେଦ ପ୍ରସ୍ତାବ ଓ ଶୃଙ୍ଖଳିତ […]

otv

Rakesh Mallick
  • Published: Sunday, 08 July 2018
  • , Updated: 08 July 2018, 03:45 PM IST

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସ୍ତାବକୁ ସେବାୟତମାନେ ବିରୋଧ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ଦାବି ଜଣାଇଛନ୍ତି ଛତିଶା ନିଯୋଗର ବିଭିନ୍ନ ପ୍ରତିନିଧି।  ଆଜି ଛତିଶା ନିଯୋଗର ୨୨ ଜଣ ପ୍ରତିନିଧି ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ପରେ ସେବାୟତଙ୍କ ପକ୍ଷରୁ ୪/୫ଟି ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଦିଆଯାଇଥିବା ସିଂହାରୀ ନିଯୋଗ ସଭାପତି ରାମଚନ୍ଦ୍ର ସିଂହାରୀ କହିଛନ୍ତି ।

ସେହିଭଳି ବଂଶାନୁକ୍ରମ ସେବାୟତ ଉଚ୍ଛେଦ ପ୍ରସ୍ତାବ ଓ ଶୃଙ୍ଖଳିତ ସେବା ନେଇ ମଧ୍ୟ ଆଲୋଚନା ହୋଇଛି ।  ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ଆଜି ଛତିଶା ନିଯୋଗର ୨୨ ଜଣ ସେବାୟତ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନାରେ ପୁରୀ ସାଂସଦ ପିନାକୀ ମିଶ୍ର ଓ ରାଜସ୍ୱ ମନ୍ତ୍ରୀ ତଥା ପୁରୀ ବିଧାୟକ ମହେଶ୍ୱର ମହାନ୍ତି ସାମିଲ ଥିବା ବେଳେ ସେବାୟତଙ୍କ ପକ୍ଷରୁ ସାଂସଦ ପିନାକୀ ମିଶ୍ର ଯୁକ୍ତି ରଖିଥିଲେ।

Related story