ବିଶାଖାପାଟଣା(ଓଡ଼ିଶା ରିପୋର୍ଟର) ଆନ୍ଧ୍ର-ଓଡ଼ିଶା ସୀମାନ୍ତରୁ ୭ ନକଲି ମାଓବାଦୀ ଗିରଫ ହୋଇଛନ୍ତି। ସେମାନଙ୍କଠାରୁ ୫ଟି ଦେଶୀ ବନ୍ଧୁକ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପାଲକୋଣ୍ଡା ପୁଲିସ ଏମାନଙ୍କୁ ଗିରଫ କରିଛି । ବନ୍ଧୁକ ସହ ୧୦ ରାଉଣ୍ଡ ଗୁଳି, ଗୋଟିଏ ଟ୍ୟାବ୍, ୩ଟି ମୋବାଇଲ, ନକ୍ସଲ ବ୍ୟବହୃତ ଡ୍ରେସ୍, ୨ଟି ନକଲି ପିସ୍ତଲ ଆଦି ଜବତ କରାଯାଇଛି।
ଗତକାଲି ବୀରଘାଟମ ଗାଁର ବାସିନ୍ଦା ତଥା ଗୁଟଖା ବ୍ୟବସାୟୀ ସୁରେଶଙ୍କ ଘରକୁ ୩ ଜଣ ନକଲି ମାଓବାଦୀ ୧ ଲକ୍ଷ ଟଙ୍କା ଦେବା ପାଇଁ ଧମକଚମକ ଦେଇଥିଲେ। ବନ୍ଧୁକ ଦେଖି ସୁରେଶ ଭୟରେ ଚିତ୍କାର କରିବାରୁ ଘଟଣାସ୍ଥଳରୁ ଏମାନେ ଫେରାର ହୋଇଯାଇଥିଲେ। ଏନେଇ ସ୍ଥାନୀୟ ପୁଲିସରେ ଅଭିଯୋଗ କରାଯାଇଥିଲା । ପ୍ରଥମେ ୩ଜଣଙ୍କୁ ଗିରଫ କରିବା ପରେ ଅନ୍ୟମାନଙ୍କୁ ଧରିଥିଲା ପୁଲିସ। ଗିରଫ ନକଲି ମାଓବାଦୀଙ୍କ ନାଁରେ ପୂର୍ବରୁ ଗଜପତି ଜିଲ୍ଲା କାଶୀନଗରଠାରେ ଜଣେ ଚାଉଳ ବ୍ୟବସାୟୀଙ୍କୁ ଧମକ ଦେଇ ଟଙ୍କା ଆଦାୟ ନେଇ ଅଭିଯୋଗ ରହିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।