୭ ଡକାୟତ ଗିରଫ: ବାଇକ, ବନ୍ଧୁକ, ଗୁଳି ଓ ଟଙ୍କା ଜବତ

ସୁନ୍ଦରଗଡ଼(ବିଜୟ ବରୁଆ):ସୁନ୍ଦରଗଡ଼ ପୁଲିସକୁ ମିଳିଛି ବଡ଼ ସଫଳତା । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଘଟିଥିବା ଲୁଟ ଏବଂ ଡକାୟତି ଘଟଣାରେ ସଂପୃକ୍ତ ୭ ଜଣ ଅପରାଧୀଙ୍କୁ ଗିରଫ କରିଛି ପୁଲିସ। ଏଥିସହ ଡକାୟତିରେ ବ୍ୟବହୃତ ୬ଟି ବାଇକ୍‌, ୩ଟି ଦେଶୀ ବନ୍ଧୁକ, ୪ଟି ଜୀବନ୍ତ ଗୁଳି, ଭୁଜାଲି ସହ ନଗଦ ୪୭ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଗତ ଜୁନ ମାସ ୩୦ ତାରିଖ ବଡ଼ଗାଁ ଥାନା ବଡ଼ଗାଁର ଆଭା ପେଟ୍ରୋଲ ପମ୍ପରେ […]

47

47

Tapas Behera
  • Published: Wednesday, 03 July 2019
  • Updated: 03 July 2019, 04:07 PM IST

Sports

Latest News

ସୁନ୍ଦରଗଡ଼(ବିଜୟ ବରୁଆ):ସୁନ୍ଦରଗଡ଼ ପୁଲିସକୁ ମିଳିଛି ବଡ଼ ସଫଳତା । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଘଟିଥିବା ଲୁଟ ଏବଂ ଡକାୟତି ଘଟଣାରେ ସଂପୃକ୍ତ ୭ ଜଣ ଅପରାଧୀଙ୍କୁ ଗିରଫ କରିଛି ପୁଲିସ। ଏଥିସହ ଡକାୟତିରେ ବ୍ୟବହୃତ ୬ଟି ବାଇକ୍‌, ୩ଟି ଦେଶୀ ବନ୍ଧୁକ, ୪ଟି ଜୀବନ୍ତ ଗୁଳି, ଭୁଜାଲି ସହ ନଗଦ ୪୭ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି।

ଗତ ଜୁନ ମାସ ୩୦ ତାରିଖ ବଡ଼ଗାଁ ଥାନା ବଡ଼ଗାଁର ଆଭା ପେଟ୍ରୋଲ ପମ୍ପରେ ସଶସ୍ତ୍ର ଡକାୟତି ହେଲା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ରାଜୁ ଆପଟ, ଶରତ ରାଉତ, ରଞ୍ଜିତ ପ୍ରଧାନ, ଅମିତ ତିୱାରୀ ଏବଂ ଦୀପକ କାକଙ୍କୁ ଗିରଫ କରିବାରେ ସଫଳ ହେଇଥିଲା ବଡ଼ଗାଁ ପୁଲିସ।

ତାଙ୍କର ସୂଚନା ଅନୁସାରେ ତାଙ୍କର ସହଯୋଗୀ ଅନ୍ୟ ଦୁଇଜଣ ସନାତନ କିଶାନ ଏବଂ ଭୂପେନ୍ଦ୍ର ନିଖଠିଆଙ୍କୁ ମଧ୍ୟ ଗିରଫ କରିଥିଲା ପୁଲିସ। ଲେଫ୍ରିପଡ଼ା ଥାନା ଝରିଆପାଲିର ଏକ ବ୍ରୟଲର ଫାର୍ମଡକାୟତି, ଧରୁଆଡିହି ଥାନା ଗଡ଼ିଆଯୋର ପେଟ୍ରୋଲ ପମ୍ପ ଡକାୟତି, ସଦର ଥାନା ମହୁଲପାଲି ବ୍ରୟଲର ଫାର୍ମ ଡକାୟତି, ସଦର ଥାନା ଟାଙ୍ଗରପାଲି ଦେଶୀ ମଦଭାଟି ଡକାୟତି, କୁତ୍ରା ଥାନା କୁତ୍ରାର ପେଟ୍ରୋଲ ପେଟ୍ରୋଲ ପମ୍ପ ଡକାୟତି ମାମଲାରେ ମଧ୍ୟ ଏମାନେ ସଂପୃକ୍ତ ଥିବା ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ରା ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos