ମଝିରୁ ଅଲଗା ହୋଇଗଲା ବିଶାଖା ଏକ୍ସପ୍ରେସ୍‌ 

ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): ଆଜି ସକାଳେ ଭୁବନେଶ୍ୱରରୁ ସିକନ୍ଦରାବାଦ ଅଭିମୁଖେ ଯାତ୍ରା କରୁଥିବା ବିଶାଖା ଏକ୍ସପ୍ରେସ୍‌  ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଟ୍ରେନ୍‌ଟି ୨ ଥର ଅଲଗା ହୋଇଯାଇଥିବା ବେଳେ ଯାତ୍ରୀମାନେ ଆହତ ହୋଇ ନ ଥିବା ଜଣାଯାଇଛି। ମରାମତି ପରେ ଟ୍ରେନ୍‌ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଛି। ବିଶାଖା ଏକ୍ସପ୍ରେସ୍‌ ଆଜି ସକାଳେ ବାଲୁଗାଁ ଷ୍ଟେଶନରେ ପହଞ୍ଚିଥିଲା। ସେଠାରୁ ଛାଡ଼ିବା ପୂର୍ବରୁ ଏହା ମଝିରୁ ପୃଥକ ହୋଇଯାଇଥିବା କର୍ମଚାରୀ ଦେଖିବାକୁ ପାଇଥିଲେ। ତୁରନ୍ତ ଏହାର […]

train

train

Niharika Rout
  • Published: Saturday, 02 November 2019
  • Updated: 02 November 2019, 02:44 PM IST

Sports

Latest News

ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): ଆଜି ସକାଳେ ଭୁବନେଶ୍ୱରରୁ ସିକନ୍ଦରାବାଦ ଅଭିମୁଖେ ଯାତ୍ରା କରୁଥିବା ବିଶାଖା ଏକ୍ସପ୍ରେସ୍‌  ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଟ୍ରେନ୍‌ଟି ୨ ଥର ଅଲଗା ହୋଇଯାଇଥିବା ବେଳେ ଯାତ୍ରୀମାନେ ଆହତ ହୋଇ ନ ଥିବା ଜଣାଯାଇଛି। ମରାମତି ପରେ ଟ୍ରେନ୍‌ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଛି।

ବିଶାଖା ଏକ୍ସପ୍ରେସ୍‌ ଆଜି ସକାଳେ ବାଲୁଗାଁ ଷ୍ଟେଶନରେ ପହଞ୍ଚିଥିଲା। ସେଠାରୁ ଛାଡ଼ିବା ପୂର୍ବରୁ ଏହା ମଝିରୁ ପୃଥକ ହୋଇଯାଇଥିବା କର୍ମଚାରୀ ଦେଖିବାକୁ ପାଇଥିଲେ। ତୁରନ୍ତ ଏହାର ମରାମତି କରାଯିବା ପରେ ଏହା ବାଲୁଗାଁ ଷ୍ଟେଶନ ଛାଡ଼ିଥିଲା।

ମାତ୍ର ୩ ମିନିଟ୍‌ ଯିବା ପରେ ପୂର୍ବାହ୍ନ ପ୍ରାୟ ୧୧ଟା ବେଳକୁ ବଡକୂଳ ଗେଟ୍‌ ନିକଟରେ ପୁଣି ଥରେ ସମାନ ସମସ୍ୟା ଦେଖାଦେଇଥିଲା। ଟ୍ରେନ୍‌ଟି ପୁଣି ଥରେ ପୃଥକ ହୋଇଯାଇଥିଲା। ଏଥିଯୋଗୁ ଯାତ୍ରୀମାନେ ଖୁବ୍‌ ଭୟଭୀତ ହୋଇଯାଇଥିଲେ। ଖବର ପାଇ କର୍ମଚାରୀ ପହଞ୍ଚି ମରାମତି କରିବା ପରେ ପୂର୍ବହ୍ନ ପ୍ରାୟ ୧୧ଟା ୩୫ ବେଳକୁ ଟ୍ରେନ୍‌ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।

ବିଶାଖା ଏକ୍ସପ୍ରେସ୍‌ରେ ଦେଖାଦେଇଥିବା ଏପରି ସମସ୍ୟାକୁ ପୂର୍ବତଟ ରେଲୱେ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି। ଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଟ୍ରେନ୍‌ଟି ଅଲଗା ହୋଇଯାଇଥିବା କୁହାଯାଇଛି। ତେବେ ଯାତ୍ରୀ ସୁରକ୍ଷିତ ଥିବା, କାହାରି କିଛି ହୋଇନଥିବା ରେଲ୍‌ୱେ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos