ଆଜି ଟ୍ୱିନ୍ ସିଟିରେ ଘନ କୁହୁଡ଼ି, ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧିରେ ଧିରେ ଶୀତ ବଢ଼ୁଥିବା ବେଳେ ଆଜି ଟ୍ୱିନ୍‌ ସିଟିରେ ଘନ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଛି। ଭୁବନେଶ୍ୱର, କଟକରେ ଆଜି ସକାଳୁ କୁହୁଡ଼ିର ଚାଦର ଢାଙ୍କିଥିବା ଦେଖିବାକୁ ମିଳିଥିଲା । କୁହୁଡ଼ିର ପରିମାଣ ଏତେ ଅଧିକ ଥିଲା ଯେ, ଦୂର ରାସ୍ତା ଦେଖିବା ସମ୍ଭବପର ହେଉ ନ ଥିଲା । ଏଥିଯୋଗୁ ଜାତୀୟ ରାଜପଥରେ ବିଶେଷ ଭାବେ ଗାଡ଼ି ଚଳାଚଳରେ ବାଧା ଉପୁଜିଛି । ଖାଲି ଟ୍ୱିନ୍ ସିଟି ନୁହେଁ ଅନୁଗୁଳ, ସମ୍ବଲପୁର, […]

fog

Niharika Rout
  • Published: Wednesday, 18 November 2020
  • , Updated: 18 November 2020, 08:05 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧିରେ ଧିରେ ଶୀତ ବଢ଼ୁଥିବା ବେଳେ ଆଜି ଟ୍ୱିନ୍‌ ସିଟିରେ ଘନ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଛି। ଭୁବନେଶ୍ୱର, କଟକରେ ଆଜି ସକାଳୁ କୁହୁଡ଼ିର ଚାଦର ଢାଙ୍କିଥିବା ଦେଖିବାକୁ ମିଳିଥିଲା । କୁହୁଡ଼ିର ପରିମାଣ ଏତେ ଅଧିକ ଥିଲା ଯେ, ଦୂର ରାସ୍ତା ଦେଖିବା ସମ୍ଭବପର ହେଉ ନ ଥିଲା । ଏଥିଯୋଗୁ ଜାତୀୟ ରାଜପଥରେ ବିଶେଷ ଭାବେ ଗାଡ଼ି ଚଳାଚଳରେ ବାଧା ଉପୁଜିଛି ।

ଖାଲି ଟ୍ୱିନ୍ ସିଟି ନୁହେଁ ଅନୁଗୁଳ, ସମ୍ବଲପୁର, ଦେବଗଡ଼ ଜିଲ୍ଲାରେ ବି ସମାନ ଭାବେ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏପରି କୁହୁଡ଼ି ଆସନ୍ତାକାଲି ବି ଦେଖାଯାଇପାରେ । ଅପରପକ୍ଷେ ୨୦, ୨୧ ତାରିଖରେ ସାମାନ୍ୟ ବର୍ଷା ହେବା ନେଇ ଆଶଙ୍କା ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ଦିନରେ ତାପମାତ୍ରା ସାମାନ୍ୟ ଅଧିକା ରହିବା ଯୋଗୁ  କୁହୁଡ଼ିର ପରିମାଣ ବଢ଼ୁଥିବା ଆକଳନ କରାଯାଇଛି।    ଅନ୍ୟପକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଶୀତ ବଢିବାରେ ଲାଗିଛି ।

ଗତକାଲି  କୋରାପୁଟରେ ସର୍ବନିମ୍ନ ତାପାମାତ୍ରା ୧୫ ଡିଗ୍ରୀ ସେଲିସିୟସ ରେକର୍ଡ କରାଯାଇଛି  । ସେହିପରି ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୧୫.୬ ଡିଗ୍ରୀ ରହିଥିବା ବେଳେ ସୋନପୁର ଓ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରୀ ଥିଲା ।

Related story