ବେଆଇନ ଲିଙ୍ଗ ନିରୂପଣ: ସୂଚନା ଦେଲେ ମିଳିବ ୨୫ହଜାର, ଗାଇଡଲାଇନକୁ ନେଇ ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲିଙ୍ଗ ଅନୁପାତରେ ଉଦବେଗଜନକ ହ୍ରାସ ଓ କନ୍ୟା ଭୃଣହତ୍ୟାକୁ ରୋକିବା ନିମନ୍ତେ ବେଆଇନ ଲିଙ୍ଗ ନିରୂପଣ ଓ ଅଣପଞ୍ଜିକୃତ ଲିଙ୍ଗ ନିରୂପଣ କେନ୍ଦ୍ର ସମ୍ପର୍କରେ ସୂଚନା ଦେଲେ ୩ଟି କିସ୍ତିରେ ୨୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ରାଜ୍ୟ ସରକାର ଯୋଗାଇ ଦେବେ । ମାତ୍ର ଏହି ସୂଚନା ପ୍ରଦାନକାରୀଙ୍କ ପରିଚୟ ଗୁପ୍ତ ରଖିବା ନେଇ ଗାଇଡଲାଇନରେ କୌଣସି ବ୍ୟବସ୍ଥା ନଥିବା ଏବଂ ପ୍ରୋତ୍ସାହନ ରାଶି ପାଇବା ନିମନ୍ତେ ସୂଚନା ପ୍ରଦାନକାରୀଙ୍କ କୋର୍ଟ-କଚେରୀକୁ ଯିବାର […]

sex--0

sex--0

Ordigital Desk
  • Published: Friday, 11 November 2022
  • Updated: 11 November 2022, 10:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲିଙ୍ଗ ଅନୁପାତରେ ଉଦବେଗଜନକ ହ୍ରାସ ଓ କନ୍ୟା ଭୃଣହତ୍ୟାକୁ ରୋକିବା ନିମନ୍ତେ ବେଆଇନ ଲିଙ୍ଗ ନିରୂପଣ ଓ ଅଣପଞ୍ଜିକୃତ ଲିଙ୍ଗ ନିରୂପଣ କେନ୍ଦ୍ର ସମ୍ପର୍କରେ ସୂଚନା ଦେଲେ ୩ଟି କିସ୍ତିରେ ୨୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ରାଜ୍ୟ ସରକାର ଯୋଗାଇ ଦେବେ । ମାତ୍ର ଏହି ସୂଚନା ପ୍ରଦାନକାରୀଙ୍କ ପରିଚୟ ଗୁପ୍ତ ରଖିବା ନେଇ ଗାଇଡଲାଇନରେ କୌଣସି ବ୍ୟବସ୍ଥା ନଥିବା ଏବଂ ପ୍ରୋତ୍ସାହନ ରାଶି ପାଇବା ନିମନ୍ତେ ସୂଚନା ପ୍ରଦାନକାରୀଙ୍କ କୋର୍ଟ-କଚେରୀକୁ ଯିବାର ସମ୍ଭାବନା ଥିବାରୁ ଏହି ଗାଇଡଲାଇନର ସଫଳତାକୁ ନେଇ ପ୍ରଶ୍ନ ଉଠିଛି । ତା’ଛଡ଼ା ୨୦୨୨ ସେପ୍ଟେମ୍ବର ୧୬ ତାରିଖରେ ଏହି ଗାଇଡଲାଇନ୍ ଜାରି କରିଥିବା ସ୍ୱାସ୍ଥ୍ୟ ବିଭାଗ ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ, ଏନଏଫଏଚଏସ-୫ ରିପୋର୍ଟରେ ଓଡ଼ିଶାରେ ଜନ୍ମକାଳୀନ ଲିଙ୍ଗ ଅନୁପାତ ୮୯୪ ରହିଛି । ଅର୍ଥାତ୍ ପ୍ରତି ଏକ ହଜାର ପୁଅରେ ୮୯୪ଜଣ ଝିଅ ଜନ୍ମ ହେଉଛନ୍ତି । ଝିଅଙ୍କ ସଂଖ୍ୟା ହ୍ରାସ ଓଡ଼ିଶା ସମେତ ସମଗ୍ର ଦେଶ ପାଇଁ ଉଦବେଗର ବିଷୟ । ଟେକ୍ନୋଲୋଜି ସହାୟତାରେ କନ୍ୟା ଭୃଣ ଚିହ୍ନଟ ଓ ଭୃଣ ହତ୍ୟାକୁ ରୋକିବା ନିମନ୍ତେ ସମଗ୍ର ଦେଶରେ ଆଇନ କାର୍ଯ୍ୟକାରୀ ହେଉଛି । ଟୋକ୍ନୋଲୋଜିର ଦୁରୂପଯୋଗ କରି ଲିଙ୍ଗ ନିରୂପଣ କରିବା ଲିଙ୍ଗ ଅନୁପାତ ହ୍ରାସର ମୁଖ୍ୟ କାରଣ ।

ତେଣୁ ଲିଙ୍ଗ ନିରୂପଣରେ ଏଭଳି ଅସାଧୁ ଉପାୟ ଓ ଟେକ୍ନୋଲୋଜିର ଦୁରୂପଯୋଗ ରୋକିବା ନିମନ୍ତେ ସାଧାରଣ ଲୋକଙ୍କଠୁ ସୂଚନାର ଆବଶ୍ୟକତା ରହିଛି । ତେଣୁ ସୂଚନା ପ୍ରଦାନକାରୀଙ୍କୁ ପ୍ରୋତ୍ସାହିତ କରିବା ଜରୁରୀ ଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୨୦୨୨ ସେପ୍ଟେମ୍ବର ୧୬ତାରିଖରେ ‘ସୂଚନା ପ୍ରଦାନକାରୀଙ୍କ ପାଇଁ ପ୍ରୋତ୍ସାହନ ଯୋଜନା’ର ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ ଅଣପଞ୍ଜିକୃତ ଲିଙ୍ଗ ନିରୂପଣ କେନ୍ଦ୍ର ଓ ବେଆଇନ ଲିଙ୍ଗ ନିରୂପଣ ସମ୍ପର୍କରେ ସୂଚନା ଦେଲେ ୩ଟି କିସ୍ତିରେ ସୂଚନା ପ୍ରଦାନକାରୀଙ୍କୁ ୨୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ସରକାର ଯୋଗାଇ ଦେବେ ବୋଲି ଉଲ୍ଲେଖ ରହିଛି । ସଠିକ୍ ସୂଚନା ପ୍ରଦାନ କରିବା ପ୍ରଥମ କିସ୍ତିରେ ୧୦ହଜାର ଟଙ୍କା, ଅଭିଯୁକ୍ତ ବିରୁଦ୍ଧରେ କୋର୍ଟରେ ଚାର୍ଜଫ୍ରେମ ହେବା ପରେ ଦ୍ୱିତୀୟ କିସ୍ତିରେ ୧୦ହଜାର ଟଙ୍କା ଓ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ତୃତୀୟ କିସ୍ତିରେ ୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ସମ୍ପୃକ୍ତ ସୂଚନା ପ୍ରଦାନକାରୀଙ୍କୁ ଯୋଗାଇ ଦିଆଯିବ।

ଏହି ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି, ଲିଙ୍ଗ ନିରୂପଣ ସଂକ୍ରାନ୍ତ ସୂଚନା ନିମନ୍ତେ ସୂଚନାପ୍ରଦାନକାରୀଙ୍କ ପାଇଁ ବିଶ୍ୱସନୀୟ ନେଟୱାର୍କ, ଜିଲ୍ଲାସ୍ତରରେ ଜଣେ ଅଧିକାରୀଙ୍କୁ ନିଯୁକ୍ତି ଓ ଅଭିଯୋଗ ସଂଗ୍ରହ ପାଇଁ ସ୍ୱତନ୍ତ୍ର ଟେଲିଫୋନ୍ ନମ୍ବର, ସ୍ୱତନ୍ତ୍ର ଗୋପନୀୟ ଫାଇଲ ଓ ରେଜିଷ୍ଟର ରଖିବାକୁ କୁହାଯାଇଛି । ଅଭିଯୋଗ ମିଳିବା ମାତ୍ରେ ଜିଲ୍ଲ୍ଲା ଟାସ୍କଫୋର୍ସ ସଦସ୍ୟଙ୍କ ସହାୟତାରେ ଉକ୍ତ ଲିଙ୍ଗ ନିରୂପଣ କେନ୍ଦ୍ରକୁ ଯାଇ ତଦନ୍ତ କରିବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ କନ୍ୟା ଭୃଣ ହତ୍ୟା ଓ ଲିଙ୍ଗ ଅସମାନତାକୁ ରୋକିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଯେଉଁ ପ୍ରୋତ୍ସାହନ ଯୋଜନା ଘୋଷଣା କରିଛନ୍ତି  ତାହା ବାସ୍ତବରେ ଫଳପ୍ରଦ ହୋଇପାରିବ ତ? କାରଣ କୌଣସି ସୂଚନା ପ୍ରଦାନକାରୀଙ୍କ ପରିଚୟ ଗୋପନ ନରହିଲେ ଏଭଳି ବେଆଇନ ଲିଙ୍ଗ ନିରୂପଣ କେନ୍ଦ୍ର ଅବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବାକୁ ସାଧାରଣ ଲୋକେ ଆଗଭର ହେବେ ନାହିଁ । ମାତ୍ର ୨୫ହଜାର ଟଙ୍କା ପାଇଁ କୋର୍ଟ-କଚେରୀ ଓ ଥାନାକୁ ଯାଇ ସାକ୍ଷୀ ଦେବା ଭଳି ବିବାଦରେ ପଶିବାକୁ ସାଧାରଣ ଓ ସଚେତନ ନାଗରିକ ଚାହିଁବାର ସମ୍ଭାବନା ବି କ୍ଷୀଣ । ତେଣୁ ରାଜ୍ୟରେ ଜନ୍ମକାଳୀନ ଲିଙ୍ଗ ଅନୁପାତ ଅସମାନତା ବୃଦ୍ଧି , କନ୍ୟା ଭ୍ରୁଣ ହତ୍ୟା ଆଦି ଘଟଣା ବୃଦ୍ଧି ପାଉଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବେଆଇନ ଲିଙ୍ଗ ନିରୂପଣ ବେଆଇନ ଲିଙ୍ଗ ନିରୂପଣ ରୋକିବା ନିମନ୍ତେ ଆଣିଥିବା ଗାଇଡଲାଇନର ପୁନଃ ସମୀକ୍ଷା କରି ଏହାକୁ ବାସ୍ତବ ଓ ଫଳପ୍ରଦ ରୂପାୟନ ଉପରେ ଗୁୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story