ଯୌନଶକ୍ତି ବୃଦ୍ଧି ପାଇଁ ଇଞ୍ଜେକ୍‌ସନ୍‌ ନେଇ ପ୍ରେମିକାଙ୍କ ମୃତ୍ୟୁ, ପ୍ରେମିକ ଛୁ

ମୁମ୍ବଇ: ବେଳେ ବେଳେ ଆମ ଦେଶର ଏମିତି ଅଜବ ଘଟଣା ଘଟୁଛି, ଯାହାକୁ ଶୁଣି ଆପଣଙ୍କ ହୋସ୍‌ ଉଡିଯିବ। ବାହାଘର, ପ୍ରେମ ସମ୍ପର୍କ ଭଳି କଥା ଆଜିକାଲି କିଛି ନୂଆ ଲାଗୁ ନ ଥିଲେ ବି ବାହାଘର ପୂର୍ବରୁ ଡେଟିଂ, ଲିଭ୍‌ ଇନ୍‌ ରିଲେଶନ୍‌ ଭଳି ଘଟଣା ଚର୍ଚ୍ଚାରେ ରୁହେ। ଭାରତ ଭଳି ରକ୍ଷଣଶୀଳ ଦେଶର ଏଭଳି ସମ୍ପର୍କକୁ ସାଧାରଣ ଲୋକ ନାକ ଟାକନ୍ତି। ଆଉ ଯଦି ଏମିତି ଘଟଣା ପଦାକୁ ଆସେ ତା ହେଲେ କଥା […]

fs

Rakesh Mallick
  • Published: Thursday, 12 April 2018
  • , Updated: 12 April 2018, 08:42 PM IST

ମୁମ୍ବଇ: ବେଳେ ବେଳେ ଆମ ଦେଶର ଏମିତି ଅଜବ ଘଟଣା ଘଟୁଛି, ଯାହାକୁ ଶୁଣି ଆପଣଙ୍କ ହୋସ୍‌ ଉଡିଯିବ। ବାହାଘର, ପ୍ରେମ ସମ୍ପର୍କ ଭଳି କଥା ଆଜିକାଲି କିଛି ନୂଆ ଲାଗୁ ନ ଥିଲେ ବି ବାହାଘର ପୂର୍ବରୁ ଡେଟିଂ, ଲିଭ୍‌ ଇନ୍‌ ରିଲେଶନ୍‌ ଭଳି ଘଟଣା ଚର୍ଚ୍ଚାରେ ରୁହେ। ଭାରତ ଭଳି ରକ୍ଷଣଶୀଳ ଦେଶର ଏଭଳି ସମ୍ପର୍କକୁ ସାଧାରଣ ଲୋକ ନାକ ଟାକନ୍ତି। ଆଉ ଯଦି ଏମିତି ଘଟଣା ପଦାକୁ ଆସେ ତା ହେଲେ କଥା ସରିଲା।

ଆମେ ଆପଣଙ୍କ ଏ ସମ୍ପର୍କରେ କହିବାର କାରଣ କ’ଣ ଜାଣିଛନ୍ତି ? ବାସ୍ତବରେ ଆମେ ମୁମ୍ବଇର ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ। ନିକଟରେ ମୁମ୍ବଇ ଭିୱଣ୍ଡିସ୍ଥିତ ଏକ ହୋଟେଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ଯେଉଁ କାରଣ ଜଣାପଡିଛି ସେ କଥା ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ଯୁବତୀଜଣକ କୁଆଡେ ଯୌନକ୍ଷୁଧା ବୃଦ୍ଧି କରିବାକୁ ଇଞ୍ଜେକସନ୍‌ ନେଇଥିଲେ। ହେଲେ ଏହାର ମାତ୍ରା ଅଧିକ ହୋଇଯିବାରୁ ତାଙ୍କ ମୃତ୍ୟୁ ଘଟିଛି।

ଭିୱଣ୍ଡି ଶାନ୍ତିନଗର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ସ୍ଥାନୀୟ ଆଶୋକା ହୋଟେଲେରେ ଦୁଇଦିନ ତଳେ ଗୋଟିଏ ରୁମ୍‌ ବୁକ୍‌ ହୋଇଥିଲା। ହଳେ ପ୍ରେମୀ ଯୁଗଳ କିଛି ଅନ୍ତରଙ୍ଗ ମୂହୂର୍ତ୍ତ କାଟିବାକୁ ରୁମ୍‌ ବୁକ୍‌ କରିଥାନ୍ତି। କଥାହୁଏ ରାତିଟା କେମିତି ଅଧିକ ରଙ୍ଗୀନ୍‌ ହେବ। ଆଉ ଠିକ୍‌ ଏମିତି କଥାବାର୍ତ୍ତ ପରେ ଦୁହେଁ ସେକ୍ସ ପାୱାର ବଢାଇବାକୁ ଇଞ୍ଜେକସନ୍‌ ନେବେ। ଶେଷରେ ଦୁହେଁ ଏହି ଇଞ୍ଜେକସନ୍‌ ନେଇଥିଲେ। ହେଲେ ଯୁବତୀ ଜଣକ ଟିକେ ଅଧିକ ଡୋଜ୍‌ ନେଇ ଯାଇଥିଲେ। ଆଉ ଅଣାୟତ୍ତ ହୋଇପଡିଥିଲେ। ଏହା ଦେଖି ତାଙ୍କ ପ୍ରେମିକ ଭୟଭୀତ ହୋଇ ପଡିଥିଲେ। ପ୍ରେମିକାଙ୍କୁ ସନ୍ତୁଷ୍ଟ କରିବା ତାଙ୍କ ପାଖରେ ସମ୍ଭବ ନ ଥିଲା। ଏଣେ ଧିରେ ଧିରେ ଅବସ୍ଥା ବିଗୁଡୁଥିବା ଦେଖି ସେ ହୋଟେଲ ଛାଡି ଫେରାର ହୋଇ ଯାଇଥିଲେ। ପରବର୍ତ୍ତି ସମୟରେ ହୋଟେଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଜାଣି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରି ଉପରୋକ୍ତ ତଥ୍ୟ ଦେଇଥିବା ବଳେ ଏବେ ପ୍ରେମିକଙ୍କୁ ଖୋଜିବାରେ ଲାଗିଛି। ସେ ଧରାପଡିଲେ ଯାଇ ପ୍ରକୃତ ସତ ଜଣାପଡିବ ବୋଲି କହିଛି ପୋଲିସ।

Related story