ଓୟୋ ରୁମରେ ଧରାପଡ଼ିଲା ଦେହ ବେପାର

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଭରତପୁର ସ୍ଥିତ ଓୟୋ ରୁମରେ ସେକ୍ସ ରାକେଟ ଠାବ ହୋଇଛି। ପୁଲିସ ଦ୍ୱାରା ୮ ବଙ୍ଗୀୟ ଯୁବତୀ ଉଦ୍ଧାର ହୋଇଛନ୍ତି। ୨ ପୁରୁଷ ଅଟକ ଅଛନ୍ତି। ୨ ପୁରୁଷଙ୍କ ମଧ୍ୟରେ ଓୟୋ ମାଲିକ ଥିବା ସୂଚନା ମିଳିଛି। ପୁଲିସ ଏନେଇ ପଚରାଉଚରା କରୁଛି। କିଛି ଦିନ ପୂର୍ବେ ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ୨ଟି ବାର୍- ପେଣ୍ଟାଗନ୍ ଓ ନଶାକୁ ସିଲ୍ କରିଥିଲା ପୁଲିସ।  ଏହି ଦୁଇଟି ବାର୍‌କୁ ସିଲ୍ କରିଛି ବିଡିଏ […]

Sex-Racket

Tapas Behera
  • Published: Saturday, 04 September 2021
  • , Updated: 04 September 2021, 10:06 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଭରତପୁର ସ୍ଥିତ ଓୟୋ ରୁମରେ ସେକ୍ସ ରାକେଟ ଠାବ ହୋଇଛି। ପୁଲିସ ଦ୍ୱାରା ୮ ବଙ୍ଗୀୟ ଯୁବତୀ ଉଦ୍ଧାର ହୋଇଛନ୍ତି। ୨ ପୁରୁଷ ଅଟକ ଅଛନ୍ତି। ୨ ପୁରୁଷଙ୍କ ମଧ୍ୟରେ ଓୟୋ ମାଲିକ ଥିବା ସୂଚନା ମିଳିଛି। ପୁଲିସ ଏନେଇ ପଚରାଉଚରା କରୁଛି। କିଛି ଦିନ ପୂର୍ବେ ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ୨ଟି ବାର୍- ପେଣ୍ଟାଗନ୍ ଓ ନଶାକୁ ସିଲ୍ କରିଥିଲା ପୁଲିସ।  ଏହି ଦୁଇଟି ବାର୍‌କୁ ସିଲ୍ କରିଛି ବିଡିଏ । ସପ୍ତାହାନ୍ତ ଶଟ୍‌ଡାଉନ୍‌ ବେଳେ ନଶା ବାର୍‌ରେ ମଦ କାରବାର ଚାଲୁଥିବା ଅଭିଯୋଗ ହୋଇଥିଲା। ତେଣୁ ଏହାକୁ ସିଲ୍ କରାଯାଇଛି। ସେହିପରି ଶଟ୍‌ଡାଉନ୍‌ରେ ବେଳେ ପେଣ୍ଟାଗନ୍‌ ବାରରେ ଜୁଆ ଖେଳ ହେଉଥିଲା। ଏଠାରୁ ୩ ଜଣ ଯୁବତୀଙ୍କ ସମେତ ୧୩ ଜଣଙ୍କୁ ଧରିଥିଲା କମିଶନରେଟ୍ ପୁଲିସ୍‌। ସେମାନଙ୍କ ଠାରୁ ୨ ଲକ୍ଷ ୫୬ ହଜାର ଟଙ୍କା ଜବତ କରାଯାଇଥିଲା।

Related story