ଭଡ଼ା ଘରେ ଏମିତି ଜମୁଥିଲା ଦେହ ବେପାର, ପୁଲିସ୍ ଭଣ୍ଡୁର କରିଦେଲା

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବର୍ଷେ ଧରି ଭଡ଼ା ଘରେ ଚାଲିଥିଲା ଦେହ ବେପାର। ଗ୍ରାହକ ଆସୁଥିଲେ, ବେପାର ଜମୁଥିଲା। କିନ୍ତୁ ପୁଲିସ ଜାଣିପାରୁ ନଥିଲା। ଗତକାଲି ବ୍ରହ୍ମପୁରସ୍ଥିତ ବୈଦ୍ୟନାଥ ଥାନା ପୁଲିସ ଏହାର ପର୍ଦ୍ଦାଫାସ କରିଛି। ଉକ୍ତ ଘର ଉପରେ ଚଢ଼ାଉ କରି ୨ ଜଣ ଗ୍ରାହକଙ୍କ ସହ ମାଷ୍ଟରମାଇଣ୍ଡକୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ମାଷ୍ଟରମାଇଣ୍ଡ ହାତୀବଂଧ ସାହିରେ ଏକ ଭଡ଼ା ଘର ନେଇ ରହୁଥିଲେ। ସେ ସେଠାରେ ଯୁବତୀ ଓ ମହିଳାମାନଙ୍କୁ ଆଣି […]

sex

Rakesh Mallick
  • Published: Tuesday, 17 July 2018
  • , Updated: 17 July 2018, 05:36 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବର୍ଷେ ଧରି ଭଡ଼ା ଘରେ ଚାଲିଥିଲା ଦେହ ବେପାର। ଗ୍ରାହକ ଆସୁଥିଲେ, ବେପାର ଜମୁଥିଲା। କିନ୍ତୁ ପୁଲିସ ଜାଣିପାରୁ ନଥିଲା। ଗତକାଲି ବ୍ରହ୍ମପୁରସ୍ଥିତ ବୈଦ୍ୟନାଥ ଥାନା ପୁଲିସ ଏହାର ପର୍ଦ୍ଦାଫାସ କରିଛି। ଉକ୍ତ ଘର ଉପରେ ଚଢ଼ାଉ କରି ୨ ଜଣ ଗ୍ରାହକଙ୍କ ସହ ମାଷ୍ଟରମାଇଣ୍ଡକୁ ଗିରଫ କରିଛି।

ପୁଲିସ ସୂଚନା ମୁତାବକ, ମାଷ୍ଟରମାଇଣ୍ଡ ହାତୀବଂଧ ସାହିରେ ଏକ ଭଡ଼ା ଘର ନେଇ ରହୁଥିଲେ। ସେ ସେଠାରେ ଯୁବତୀ ଓ ମହିଳାମାନଙ୍କୁ ଆଣି ଦେହ ବ୍ୟବସାୟ କରୁଥିଲେ। ପୁଲିସ କୌଣସି ସୂତ୍ରରୁ ସୂଚନା ପାଇ ଗତକାଲି ଆକସ୍ମିକ ଚଢ଼ଉ କରିଥିଲା। ଚଢ଼ଉ ବେଳେ ପୁଲିସ ଦୁଇ ଗ୍ରାହକଙ୍କ ସହ ମାଷ୍ଟରମାଇଣ୍ଡକୁ ବି ଗିରଫ କରିଥିଲା। ଘଟଣାସ୍ଥଳୁ ନଗଦ ଟଙ୍କା ଓ ୫ଟି ମୋବାଇଲ ଜବତ କରିଛି। ଚଢ଼ଉ ବେଳେ ଉକ୍ତ ଘରୁ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଥିଲା ପୁଲିସ।

Related story