ହୋଟେଲ୍‌ରେ ଚାଲିଥିଲା ସେକ୍ସରାକେଟ

କଟକ (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବେଳେ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଚାଲିଛି। ଘରୁ ନବାହାରିବା ପାଇଁ ଅପିଲ୍‌ କରୁଛନ୍ତି ସରକାର। ଏପରି ସମୟରେ ହୋଟେଲ୍‌ରେ ଚାଲୁଥିଲା ସେକ୍ସରାକେଟ। ଏପରି ଅଭିଯୋଗ କଟକରୁ ଆସିଛି। ପୁଲିସ ହୋଟେଲ୍‌ରେ ଚଢ଼ଉ କରି ସେକ୍ସରାକେଟରେ ନିୟୋଜିତ ଜଣେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ଏଥିସହ ସେକ୍ସ ରାକେଟ୍‌ ଚଳାଉଥିବା କିଙ୍କପିନ୍‌ଙ୍କ ସମେତ ଜଣେ ଗ୍ରାହକ ଓ ହୋଟେଲ୍‌ ମାଲିକଙ୍କୁ ଅଟକ ରଖିଛି। ପିଲିଗ୍ରୀମ୍‌ ରୋଡ୍‌ରେ ଥିବା ଏକ ହୋଟେଲ୍‌ରେ ସେକ୍ସ ରାକେଟ […]

sex-racket

sex-racket

Manoranjan Sial
  • Published: Saturday, 12 June 2021
  • Updated: 12 June 2021, 05:46 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବେଳେ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଚାଲିଛି। ଘରୁ ନବାହାରିବା ପାଇଁ ଅପିଲ୍‌ କରୁଛନ୍ତି ସରକାର। ଏପରି ସମୟରେ ହୋଟେଲ୍‌ରେ ଚାଲୁଥିଲା ସେକ୍ସରାକେଟ। ଏପରି ଅଭିଯୋଗ କଟକରୁ ଆସିଛି। ପୁଲିସ ହୋଟେଲ୍‌ରେ ଚଢ଼ଉ କରି ସେକ୍ସରାକେଟରେ ନିୟୋଜିତ ଜଣେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ଏଥିସହ ସେକ୍ସ ରାକେଟ୍‌ ଚଳାଉଥିବା କିଙ୍କପିନ୍‌ଙ୍କ ସମେତ ଜଣେ ଗ୍ରାହକ ଓ ହୋଟେଲ୍‌ ମାଲିକଙ୍କୁ ଅଟକ ରଖିଛି।

ପିଲିଗ୍ରୀମ୍‌ ରୋଡ୍‌ରେ ଥିବା ଏକ ହୋଟେଲ୍‌ରେ ସେକ୍ସ ରାକେଟ ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ମାଲଗୋଦାମ ଥାନା ପୁଲିସ ଅଚାନକ ହୋଟେଲ୍‌ ଉପରେ ଚଢଉ କରିଥିଲା। ପୁଲିସ ସେଠାରୁ ସେକ୍ସ ରାକେଟ ଚଲାଇଥିବା ଜଣେ ମହିଳା କିଙ୍ଗପିନଙ୍କ ସହ ଗ୍ରାହକ ଓ ହୋଟେଲ୍‌ ମାଲିକଙ୍କୁ ଅଟକ ରଖିଛି। ଏଥି ସହ ଦେହ ବ୍ୟବସାୟରେ ଲିପ୍ତ ଜଣେ ଯୁବତୀଙ୍କୁ ଉଦ୍ଧାର କରିଛି ପୁଲିସ। ତେବେ କେତେଦିନ ଧରି ସେଠାରେ ସେକ୍ସ ରାକେଟ ଚାଲିଥିଲା, ତାହା ଉପରେ ପୁଲିସ ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos