ଆଜି ଜନ୍ମମାଟିରେ ପହଞ୍ଚିବ ସହିଦଙ୍କ ମରଶରୀର

ସୁନ୍ଦରଗଡ଼( ଓଡ଼ିଶା ରିପୋର୍ଟର): ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ପ୍ରଦୀପ ପଣ୍ଡାଙ୍କ ମରଶରୀର। ପ୍ରଦୀପଙ୍କ ଶେଷ ଦର୍ଶନ ଓ ତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେବା ଲାଗି ଅପେକ୍ଷା କରି ରହିଛନ୍ତି ସମଗ୍ର ରାଜଗାଙ୍ଗପୁର ଅଞ୍ଚଳବାସୀ। ପ୍ରଦୀପଙ୍କ ପାର୍ଥିବ ଶରୀର ପହଞ୍ଚିବା ପୂର୍ବରୁ ତାଙ୍କ ଗାଁ ଲିପିଲୋଇରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ବୀର ସହିଦଙ୍କର ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ। ଗତ ରବିବାର ସକାଳେ ଜାମ୍ମୁ କାଶ୍ମୀରର ପୁଲଓ୍ୱାମାରେ ଆାତଙ୍କବାଦୀ- ସିଆରପିଏଫ୍‌ […]

mm

Rakesh Mallick
  • Published: Wednesday, 03 January 2018
  • , Updated: 03 January 2018, 08:26 AM IST

ସୁନ୍ଦରଗଡ଼( ଓଡ଼ିଶା ରିପୋର୍ଟର): ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ପ୍ରଦୀପ ପଣ୍ଡାଙ୍କ ମରଶରୀର। ପ୍ରଦୀପଙ୍କ ଶେଷ ଦର୍ଶନ ଓ ତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେବା ଲାଗି ଅପେକ୍ଷା କରି ରହିଛନ୍ତି ସମଗ୍ର ରାଜଗାଙ୍ଗପୁର ଅଞ୍ଚଳବାସୀ। ପ୍ରଦୀପଙ୍କ ପାର୍ଥିବ ଶରୀର ପହଞ୍ଚିବା ପୂର୍ବରୁ ତାଙ୍କ ଗାଁ ଲିପିଲୋଇରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ବୀର ସହିଦଙ୍କର ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ।

ଗତ ରବିବାର ସକାଳେ ଜାମ୍ମୁ କାଶ୍ମୀରର ପୁଲଓ୍ୱାମାରେ ଆାତଙ୍କବାଦୀ- ସିଆରପିଏଫ୍‌ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ପ୍ରଦୀପ ପଣ୍ଡାଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଥିଲେ। ଗତକାଲି ରାତିରେ ସହିଦ ପ୍ରଦୀପଙ୍କ ମରଶରୀର ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସିଆରପିଏଫ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପରେ ଗୃହ ବିଭାଗ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ପ୍ରଦୀପଙ୍କ ମରଶରୀରକୁ ଏକ ସ୍ୱତନ୍ତ୍ର ଗାଡ଼ିରେ ତାଙ୍କ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅନ୍ତର୍ଗତ ଲିପିଲୋଇ ଗାଁ ଅଭିମୁଖେ ନିଆଯାଇଥିଲା।

 

 

Related story