ଭଦ୍ରକ(ପାର୍ଥସାରଥୀ ନାୟକ): ହାୱଡାରୁ ଭୁବନେଶ୍ୱର ଆସୁଥିବା ଜନଶତାଦ୍ଦୀ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି। ଭଦ୍ରକ ଡଗରାସାହି ଲେବଲକ୍ରସିଂରେ ଗୋଟିଏ ବଗି ଲାଇନଚ୍ୟୁତ। ଟ୍ରେନ୍ରେ ଥିବା ସବୁ ଯାତ୍ରୀ ସୁରକ୍ଷା ଅଛନ୍ତି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି।
ଜନଶତାଦ୍ଦୀ ଏକ୍ସପ୍ରେସ୍ ନିର୍ଦ୍ଧାରିତ ସମୟରେ ହାୱଡାରୁ ଛାଡ଼ିଥିଲା। ତେବେ ଭଦ୍ରକ ଷ୍ଟେସନ୍ ଭିତରେ ପଶିବା ପୂର୍ବରୁ ଟ୍ରେନ୍ଟି ଗୋଟିଏ ଷଣ୍ଢକୁ ଧକ୍କା ଦେଇଥିଲା। ଫଳରେ ଗୋଟିଏ ବଗି ଲାଇନ୍ଚ୍ୟୁତ ହୋଇଯାଇଥିଲା। ଦୁର୍ଘଟଣା ପରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ସେହି ଟ୍ରାକ୍ରେ ବର୍ତ୍ତମାନ ଯାତାୟତ ଠପ୍ ହୋଇଯାଇଛି।
ଭୁବନେଶ୍ୱର-ହାୱଡା ଟ୍ରାକ୍ ସବୁବେଳେ ବ୍ୟସ୍ତବହୁଳ। ସନ୍ଧ୍ୟା ପରଠାରୁ ବହୁ ଏକ୍ସପ୍ରେସ୍ ଭଦ୍ରକ ଷ୍ଟେସନ୍ ଦେଇ ଯିବାଆସିବା କରିଥାଏ। ହେଲେ ଜନଶତାବ୍ଦୀ ଲାଇନ୍ଚ୍ୟୁତ ପରେ ସେହି ଟ୍ରାକ୍ ଦେଇ କୌଣସି ଗାଡ଼ି ଯିବାଆସିବା କରିପାରୁନାହିଁ। ଅନ୍ୟପକ୍ଷରେ ଧୀରେ ଧୀରେ ସଞ୍ଜ ନଇଁ ଆସୁଥିବାରୁ ଉଦ୍ଧାର ଓ ମରାମତି କାମରେ ବିଳମ୍ୱ ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।