ଏସଏଚଜିଙ୍କୁ ବିନା ସୁଧରେ ମିଳିବ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ(ଏସଏଚଜି)ଙ୍କୁ ବିନା ସୁଧରେ ଅର୍ଥାତ୍ ଜିରୋ ପ୍ରତିଶତ ସୁଧ ହାରରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଯୋଗାଇ ଦେବେ । ୨୦୨୨ ଏପ୍ରିଲ ପହିଲାରୁ ପିଛିଲା ଭାବେ ଏହି ନୂଆ ଋଣ ବ୍ୟବସ୍ଥା ଲାଗୁ ହେବ । ଏବେ ରାଜ୍ୟ ସରକାର ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସୁଧ ରିହାତି ପ୍ରଦାନ କରୁଛନ୍ତି। ଆଜି ବିଧାନସଭାରେ ସରକାରଙ୍କ ପକ୍ଷରୁ ଏହିି ସୁଧ ରିହାତି […]

CM

CM

Ordigital Desk
  • Published: Tuesday, 29 November 2022
  • Updated: 29 November 2022, 08:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ(ଏସଏଚଜି)ଙ୍କୁ ବିନା ସୁଧରେ ଅର୍ଥାତ୍ ଜିରୋ ପ୍ରତିଶତ ସୁଧ ହାରରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଯୋଗାଇ ଦେବେ । ୨୦୨୨ ଏପ୍ରିଲ ପହିଲାରୁ ପିଛିଲା ଭାବେ ଏହି ନୂଆ ଋଣ ବ୍ୟବସ୍ଥା ଲାଗୁ ହେବ । ଏବେ ରାଜ୍ୟ ସରକାର ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସୁଧ ରିହାତି ପ୍ରଦାନ କରୁଛନ୍ତି।

ଆଜି ବିଧାନସଭାରେ ସରକାରଙ୍କ ପକ୍ଷରୁ ଏହିି ସୁଧ ରିହାତି ସମ୍ପର୍କରେ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ମାଧ୍ୟମରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଜିରୋ ପ୍ରତିଶତ ସୁଧରେ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ପୂର୍ବରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଥିଲା । ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ଓ ଏହା ଦ୍ୱାରା ମିଶନ ଶକ୍ତି ମା’ମାନେ ଏସଏଚଜିରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିବେ ତଥା ଅଧିକ ଟଙ୍କାର ଋଣ ନେଇ ବଡ଼ ବଡ଼ ବ୍ୟବସାୟ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ମିଶନ ଶକ୍ତି ମା’ମାନଙ୍କୁ ସଫଳ ଉଦ୍ୟୋଗୀ କରିବା ତାଙ୍କ ସରକାରର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଆଗାମୀ ୫ବର୍ଷ ମଧ୍ୟରେ ୫୦ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ସୁବିଧା ଏହି ମହିଳା ଏସଏଚଜିଙ୍କୁ ଯୋଗାଇବାକୁ ରାଜ୍ୟ ସରକାର କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ମହିଳାମାନଙ୍କୁ ସଶକ୍ତ କରିବା ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହନ ମିଳିବ । ଗତ ୫ବର୍ଷ ମଧ୍ୟରେ ମିଶନ ଶକ୍ତି ମହିଳା ସଦସ୍ୟାମାନଙ୍କୁ ୧୭ହଜାର କୋଟି ଟଙ୍କାରୁ ଅଧିକ ଋଣ ଯୋଗାଇ ଦିଆଯାଇଛି । ଏହି ଋଣ ରିହାତି ଯୋଜନାରେ ୪ଲକ୍ଷ ମହିଳା ଏସଏଚଜିଙ୍କ ବ୍ୟାଙ୍କ ଖାତାକୁ ୫୦୦କୋଟି ଟଙ୍କାର ସୁଧ ରାଜ୍ୟ ସରକାର ଫେରସ୍ତ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

https://twitter.com/IPR_Odisha/status/1597592343640965121?s=20&t=_r9Eb0QYJG5G3gOCmtGb4g

ସୂଚନାଯୋଗ୍ୟ, ପ୍ରଚଳିତ ବ୍ୟବସ୍ଥାରେ ମହିଳା ଏସଏଚଜିଗୁଡ଼ିକ ସ୍ଥାନୀୟ ବ୍ୟାଙ୍କରୁ ନେଉଥିବା ଋଣ ଉପରେ ରାଜ୍ୟ ସରକାର ସୁଧ ରିହାତି ଯୋଗାଇ ଦେଉଛନ୍ତି । ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ମହିଳା ଏସଏଚଜିଗୁଡ଼ିକ ବ୍ୟାଙ୍କ ଋଣ ଓ ସୁଧକୁ ପରିଶୋଧ କରିବା ପରେ ହିଁ ରାଜ୍ୟ ସରକାରଙ୍କ ସୁଧ ରିହାତି(ଜିରୋ ପ୍ରତିଶତ ସୁଧହାର) ପାଇ ପାରୁଥିଲେ । ତେବେ ଆଜିର ଘୋଷଣା ଅନୁସାରେ ୨୦୨୨ ଏପ୍ରିଲ ପହିଲା ପରେ ଏସଏଚଜିଗୁଡ଼ିକ ନେଇଥିବା ବ୍ୟାଙ୍କ ଋଣ(ସର୍ବାଧିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ)କୁ ଠିକ୍ ସମୟରେ ପରିଶୋଧ କଲେ ସରକାର ସୁଧ ରିହାତି ବା ସମ୍ପୂର୍ଣ୍ଣ ସୁଧ ବହନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story