ଆଶ୍ରୟ ଗୃହରେ ଯୌନ ନିର୍ଯାତନା ଘଟଣା: ଜେଲ୍ ଗଲେ ନିର୍ଦ୍ଦେଶକ ସରୋଜ ଦାସ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଭବାନୀପାଟଣା ଆଶ୍ରୟ ଗୃହରେ ନାବାଳିକାକୁ ଯୌନ ନିର୍ଯାତନା ଘଟଣାରେ ଗିରଫ ହୋଇଥିବା ସଂସ୍ଥାର ନିର୍ଦ୍ଦେଶକ ସରୋଜ ଦାସଙ୍କୁ ଭବାନୀପାଟଣା ଟାଉନ ଥାନା ପୁଲିସ ସୋମବାର ଗିରଫ କରି କୋର୍ଟଚାଲାଣ କରିଥିଲା। କୋର୍ଟରେ ହାଜର ପରେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ସରୋଜଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଲାଗିଛି। ତେବେ ଅନ୍ୟ ଅଭିଯୁକ୍ତ କେୟାର ଟେକର କମଳିନୀ ପୂଜାରୀ ଓରଫ ବଡ଼ ମମିଙ୍କୁ ଗିରଫ କରିବାକୁ ପୀଡ଼ିତାଙ୍କ ପରିବାର ଲୋକେ  ଦାବି […]

jail

jail

Jyoshna Pradhan
  • Published: Tuesday, 23 July 2019
  • Updated: 23 July 2019, 09:43 AM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଭବାନୀପାଟଣା ଆଶ୍ରୟ ଗୃହରେ ନାବାଳିକାକୁ ଯୌନ ନିର୍ଯାତନା ଘଟଣାରେ ଗିରଫ ହୋଇଥିବା ସଂସ୍ଥାର ନିର୍ଦ୍ଦେଶକ ସରୋଜ ଦାସଙ୍କୁ ଭବାନୀପାଟଣା ଟାଉନ ଥାନା ପୁଲିସ ସୋମବାର ଗିରଫ କରି କୋର୍ଟଚାଲାଣ କରିଥିଲା। କୋର୍ଟରେ ହାଜର ପରେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।

ସରୋଜଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଲାଗିଛି। ତେବେ ଅନ୍ୟ ଅଭିଯୁକ୍ତ କେୟାର ଟେକର କମଳିନୀ ପୂଜାରୀ ଓରଫ ବଡ଼ ମମିଙ୍କୁ ଗିରଫ କରିବାକୁ ପୀଡ଼ିତାଙ୍କ ପରିବାର ଲୋକେ  ଦାବି କରିଛନ୍ତି।

ଭବାନୀପାଟଣାରେ ଥିବା ଆଶ୍ରୟ ଗୃହ ଭିଜନରେ ଅନ୍ତେବାସୀ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଏହାପରେ ପୁଲିସ ତତ୍ପର ହୋଇ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। ଏହାପରେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ନିର୍ଦ୍ଦେଶକ ସରୋଜ ଦାସଙ୍କୁ ପୁଲିସ  ରବିବାର ଅଟକ ରଖି ପଚରାଉଚରା କରିଥିଲା। ଏହାପରେ ତାଙ୍କୁ ଗିରଫ କରିଥିଲା। ଏହି ଘଟଣାକୁ ନେଇ ବିଧାନସଭା ମଧ୍ୟ ହୁଲସ୍ତୁଲ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos